• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଆସନ୍ତା ପୌର ନିର୍ବାଚନରେ ମହାନଗର ନିଗମର ମେୟର ପଦ ପାଇଁ ଲଢୁଥିବା ପ୍ରାର୍ଥୀ ସର୍ବାଧିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।  ସେହିପରି କର୍ପୋରେଟର୍ ପ୍ରାର୍ଥୀ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ରାଜ୍ୟ ନିର୍ବାଚନ କମିଶନ ମହାନଗର ନିଗମ ନିର୍ବାଚନ ଲାଗି ଏହି ଖର୍ଚ୍ଚ ସୀମା ଧାର୍ଯ୍ୟ କରିଛନ୍ତି।

ସେହିପରି ୧ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ମ୍ୟୁନିସିପାଲିଟିର ଚେୟାରମ୍ୟାନ ପ୍ରାର୍ଥୀ ୫ ଲକ୍ଷ ଏବଂ କାଉନସିଲର ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ୫୦ ହଜାରରୁ ୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ମ୍ୟୁନିସିପାଲିଟିର ଚେୟାରମ୍ୟାନ୍ ପ୍ରାର୍ଥୀ ୩ ଲକ୍ଷ ଏବଂ କାଉନସିଲର ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।

ସେହିପରି ୫୦ ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ ମ୍ୟୁନିସିପାଲିଟି ଓ ଏନ୍ଏସିର ଚେୟାରମ୍ୟାନ୍ ପ୍ରାର୍ଥୀ ସର୍ବାଧିକ ୨ ଲକ୍ଷ ଏବଂ କାଉନସିଲର ୫୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ କୁହାଯାଇଛି।