Advertisment

Good News ! ! ! ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ମିଳିବ 5G ସେବା

ମାସେ ଭିତରେ ଓଡ଼ିଶାରେ ଆରମ୍ଭ ହେବ 5G ସେବା। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ 5G କାମ ଶେଷ ହେବ ବୋଲି ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି।

ଅଦ୍ୟତନ ହୋଇଛି
5G In Odisha

By January 26 Odisha To Get 5G Services

Advertisment

ମାସେ ଭିତରେ ଓଡ଼ିଶା ରେ ଆରମ୍ଭ ହେବ 5G ସେବା। ଆସନ୍ତାବର୍ଷ ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ 5G ସେବା ଉପଲ୍ଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ 5G କାମ ଶେଷ ହେବ। ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି। 

Advertisment

ଟେଲିକମ୍‌ରେ ଅବହେଳା ନେଇ ଯେଉଁ ଅଭିଯୋଗ ହେଉଥିଲା ତାହା ଏବେ ଶେଷ ହୋଇଛି। ମୋଦି ସରକାର ଟେଲିକମ୍‌ରେ ଓଡ଼ିଶାକୁ ୫ ହଜାର ୬ ଶହ କୋଟି ଦେଇଛନ୍ତି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି। 

ଅଧିକ ପଢ଼ନ୍ତୁ: JIO ୟୁଜର୍ସଙ୍କ ପାଇଁ ଖୁସି ଖବର ! ମାଗଣାରେ ମିଳୁଛି 5G ସେବା, ଦିନକୁ..

Advertisment

କେନ୍ଦ୍ର ରେଳ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ରେଳ ବିକାଶ ପାଇଁ ଆମେ କେହି ରାଜନୀତି କରିବା ନାହିଁ। କଂଗ୍ରେସ କାଳରେ ବର୍ଷକୁ ୨୦ରୁ ୩୦ କି.ମି. ନୂଆ ଲାଇନ ହେଉଥିଲା। ବର୍ତ୍ତମାନ ବର୍ଷକୁ ୩ ଶହ କି.ମି. ପର୍ଯ୍ୟନ୍ତ ନୂଆ ଲାଇନ ନିର୍ମାଣ ହେଉଛି। ହେଲେ ଜମି ନ ଦେଲେ ନୂଆ ଲାଇନ କିପରି ନିର୍ମାଣ ହେବ ବୋଲି ଅଶ୍ୱିନୀ ବୈଷ୍ଣବ ପ୍ରଶ୍ନ କରିଛନ୍ତି।  ପୂର୍ବରୁ ରେଲ୍‌ୱେ ପାଇଁ ୮ ଶହ କୋଟି ମିଳୁଥିଲା। ହେଲେ ଏବେ ୧୦ ହଜାର କୋଟି ମିଳୁଛି। ଓଡ଼ିଶାରେ ୩୬ଟି ଷ୍ଟେସନର ନବୀକରଣ ପାଇଁ ମୋଦି ମଞ୍ଜୁର କରିଛନ୍ତି।

ଭୁବନେଶ୍ୱର ଷ୍ଟେସନର ନବୀକରଣ ସହ ବିଶ୍ୱସ୍ତରୀୟ କରିବା ଲାଗି ରୂପରେଖ ପ୍ରସ୍ତୁତ ହୋଇଛି। ବିଶ୍ୱ ସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସମସ୍ତ ପ୍ରକାର ସୁବିଧା ମିଳିବ।

Advertisment
5G 5G Services
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ