Advertisment

ଅଶୋକ ପଣ୍ଡା କେଉଁ ବିଭାଗର ମନ୍ତ୍ରୀ..ଜାଣନ୍ତିନି କି ଉନ୍ନୟନ କମିଶନର ?

ରାଜ୍ୟରେ କେମିତି ଚାଲିଛି ଶାସନ ? ମନ୍ତ୍ରୀ, ବିଧାୟକଙ୍କୁ ମିଳୁଛି କି ଉପଯୁକ୍ତ ସମ୍ମାନ ? ମନ୍ତ୍ରୀଙ୍କ ପାଖରେ କେଉଁ କେଉଁ ବିଭାଗ ଜାଣିଛନ୍ତି ତ ସଚିବ ?

ଅଦ୍ୟତନ ହୋଇଛି
undefined

Utkal Divas Celebrations

Advertisment

ଦୁବାଇରେ ଓଡ଼ିଶା ଦିବସ ପାଳନ ବେଳେ ମନ୍ତ୍ରୀ, ବିଧାୟକଙ୍କୁ ଅସମ୍ମାନ ଅଭିଯୋଗ । ସଭା ମଞ୍ଚରେ ଖୋଦ୍ ଉନ୍ନୟନ କମିଶନର୍ ଅନୁ ଗର୍ଗ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ସଂସ୍କୃତି ଓ ଭାଷା ବିଭାଗର ମନ୍ତ୍ରୀ ବୋଲି ସମ୍ବୋଧିତ କରିବା ପରେ ପାୱର କରିଡ଼ରରେ ଜୋରଦାର ଚର୍ଚ୍ଚା । ଏ ନେଇ କଂଗ୍ରେସବିଜେପି ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ତା’ସହିତ ଆୟୋଜିତ ଉତ୍ସବରେ ମନ୍ତ୍ରୀଙ୍କ ଅପେକ୍ଷା ସଚିବଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି । ବିଜେଡି କିନ୍ତୁ ଏହାକୁ ଖଣ୍ଡନ କରିଛି ।

Advertisment

ରାଜ୍ୟରେ କେମିତି ଚାଲିଛି ଶାସନ ? ମନ୍ତ୍ରୀ, ବିଧାୟକଙ୍କୁ ମିଳୁଛି କି ଉପଯୁକ୍ତ ସମ୍ମାନ ? ମନ୍ତ୍ରୀଙ୍କ ପାଖରେ କେଉଁ କେଉଁ ବିଭାଗ ଜାଣିଛନ୍ତି ତ ସଚିବ ? ଦୁବାଇରେ ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ଉନ୍ନୟନ କମିଶନରଙ୍କ ଭାଷଣ ପରେ ପାୱାର କରିଡରରେ ଚର୍ଚ୍ଚା । ପ୍ରକୃତରେ କ୍ୟାବିନେଟ୍ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପାଖରେ କେଉଁ ବିଭାଗ ରହିଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନା ସଂସ୍କୃତି ଓ ଭାଷା ବିଭାଗ ? କାରଣ ଉନ୍ନୟନ କମିଶନର୍ ଅନୁ ଗର୍ଗ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ସଂସ୍କୃତି ଓ ଭାଷା ବିଭାଗର ମନ୍ତ୍ରୀ ବୋଲି ସମ୍ବୋଧିତ କରିଥିଲେ ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ଭାବେ ଅଶୋକ ପଣ୍ଡା ଅନେକ ବର୍ଷ ଧରି ଦାୟିତ୍ୱରେ ରହି ଆସିଛନ୍ତି। ପାୱରଫୁଲ୍ ବ୍ୟୁରୋକ୍ରାଟ ତଥା ରାଜ୍ୟ ପ୍ରଶାସନର ଦ୍ୱିତୀୟ ଟପ୍ ଅଫିସର୍ ଅନୁ ଗର୍ଗ ମଧ୍ୟରେ ଓଡ଼ିଶାରେ ଅନେକ ଦିନ ଧରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମ କରିବା ପରେ ଏବେ ଉନ୍ନୟନ କମିଶନର୍ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି । ଏହା ସତ୍ତ୍ୱେ ଶହ ଶହ ପ୍ରବାସୀ ଓଡ଼ିଆଙ୍କ ଆଗରେ ଅଶୋକ ପଣ୍ଡା କେଉଁ ବିଭାଗର ମନ୍ତ୍ରୀ କେମିତି ଜାଣିପାରିଲେନି ଅନୁ । ଯଦି ଭୁଲରେ ପାଟିରୁ ଖସିଯାଇଥିଲା, ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ଭାଷଣରେ ତାକୁ ସଂଶୋଧନ କଲେ ନାହିଁ କାହିଁକି?

Advertisment

ସେପଟେ ଦୁବାଇରେ ପାଳନ ହୋଇଥିବା ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଯାଇଥିବା ମନ୍ତ୍ରୀ ଓ ବିଧାୟକମାନଙ୍କ ଅପେକ୍ଷା ସଚିବମାନଙ୍କ ବେଶ୍ ଆକ୍ଟିଭ୍‌ ଥିବା ଭଳି ମନେ ହେଉଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଚାଲିଲା । ସେଠାରେ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ଥିଲେ ବି ସଭାରେ ସେମାନଙ୍କୁ ସେତେଟା ଗୁରୁତ୍ବ ମିଳିନଥିଲା । ଏପରିକି ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ବି ଦୁବାଇ ଯାଇନଥିଲେ ।

ସେହିପରି ପ୍ରବାସୀ ଓଡ଼ିଆଙ୍କ ସହ ଇଣ୍ଟରଆକ୍ସନ କାର୍ଯ୍ୟକ୍ରମରେ ଫାଇଭ୍-ଟି ସଚିବ ଭିକେ ପାଣ୍ଡିୟାନ ହିଁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ତେବେ ଏଭଳି କାର୍ଯ୍ୟକ୍ରମକୁ ନେଇ ତେଜିଛି ରାଜନୀତି । ଲୋକ ପ୍ରତିନିଧି ଅସମ୍ମାନ କରାଯାଉଥିବା ବିରୋଧୀ ଅଭିଯୋଗ କରିଛନ୍ତି।

Advertisment

ରାଜ୍ୟରେ ମନ୍ତ୍ରୀ ବଡ଼ ନା ସଚିବ, ଏ ସଂପର୍କରେ ଖୋଦ୍ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବିଭିନ୍ନ ଫୋରମରେ ପ୍ରସଙ୍ଗ ଉଠାଇଛନ୍ତି । ସେପଟେ ଦୁବାଇରେ ମନ୍ତ୍ରୀ, ବିଧାୟକଙ୍କୁ ଅସମ୍ମାନ ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି ।

Utkal Divas Bureaucrats
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ