Advertisment

ଧାମନଗରରେ ବୁଥ୍‌ ରିଗିଂ ! ବିଜେଡି କର୍ମୀ ରିଗିଂ କରୁଥିବା ବିଜେପିର ଅଭିଯୋଗ

ଖଳାଗଡ଼ିଆ ସ୍କୁଲର ୨୨ ଓ ୨୩ନଂ ବୁଥରେ ରିଗିଂ ଅଭିଯୋଗ

author-image
Prangyan Parimita
ଅଦ୍ୟତନ ହୋଇଛି
Dhamnagar Bypoll 2022

Special story

ଆଜି ସକାଳ ୭ଟାରୁ ଧାମନଗର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ନିଜ ମତାଧିକାର ସାବ୍ୟସ୍ତ କରିବା ପାଇଁ ସକାଳୁ ସକାଳୁ ବିଭିନ୍ନ ବୁଥ୍‌ ବାହାରେ ଭୋଟରଙ୍କ ଲମ୍ବା ଲାଇନ୍‌ ଲାଗିଛି । ଆଉ ଏହାରି ଭିତରେ ଧାମନଗର କଟସାହି ପଞ୍ଚାୟତ ଖଳାଗଡ଼ିଆରେ ରିଗିଂ ଅଭିଯୋଗ ହୋଇଛି ।

Advertisment

ଖଳାଗଡ଼ିଆ ସ୍କୁଲର୨୨ ଓ ୨୩ନଂ ବୁଥରେ ରିଗିଂ ହୋଇଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀ ରିଗିଂ କରୁଥିବା ବିଜେପି କର୍ମୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏଥିପାଇଁ ବୁଥରେ ଚାପା ଉତ୍ତେଜନା ଦେଖିବା ପାଇଁ ମିଳିଛି । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ ।

ଅଧିକ ପଢ଼ନ୍ତୁ: ସେପଟେ ଚାଲିଛି ମତଦାନ, ଏପଟେ ଆଖି ବୁଜିଲେ ପୋଲିଂ ଅଫିସର...

ସେହିପରି ଧାମନଗର ରାମେଶ୍ୱରପୁର ୧୬୯ ଓ ୧୭୦ନଂ ବୁଥରେ ମଧ୍ୟ ଉତ୍ତେଜନା ଦେଖାଦେଇଛି । ଏଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିବା ବେଳେ ୨ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଅଭିଯୋଗ ଆଧାରରେ ଧାମନଗର ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।

Advertisment

ସୂଚନାଯୋଗ୍ୟ ଧାମନଗର ନିର୍ବାଚନମଣ୍ଡଳୀର ୨ ଲକ୍ଷ ୩୮ହଜାର ୪୧୭ଜ ଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୨୩ ହଜାର ୩୮ ପୁରୁଷ ଓ ୧ଲକ୍ଷ ୧୫ ହଜାର ୩୪୬ ମହିଳା ଭୋଟର ଅଛନ୍ତି ।

ଧାମନଗର ଉପନିର୍ବାଚନ ମଇଦାନରେ ଅଛନ୍ତି ୫ଜଣ ପ୍ରାର୍ଥୀ । ମୋଟ୍ ୨୫୨ଟି ବୁଥ୍ ଥିବାବେଳେ ଏହା ମଧ୍ୟରୁ ୧୧୦ଟି ସମ୍ବେଦନଶୀଳ ବୁଥ୍ ରହିଛି । ସେଥିମଧ୍ୟରୁ ୧୨୬ଟି ୱେବ୍‌ କାଷ୍ଟିଂ ହେବ। ୨୫ ମାଇକ୍ରୋ ଅବ୍‌ଜରଭର୍‌ ରହିଛନ୍ତି । ୧୫ଟି ମଡେଲ ବୁଥ୍‌ ଓ ୫ଟି ପିଙ୍କ୍ ବୁଥ୍ କରାଯାଇଛି । ୧ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଭୋଟ୍ ଗ୍ରହଣ ଶେଷ ପର୍ଯ୍ୟନ୍ତ ମଦ ବିକ୍ରି ବାରଣ କରାଯାଇଛି ।

Dhamnagar Bypoll
Advertisment
Advertisment