ଲୋୟର ପିଏମଜି ପାଲଟିଲା ରଣାଙ୍ଗନ; ବିଜେପି କର୍ମୀଙ୍କ ଉପରେ ଲାଠିଚାର୍ଜ

ପୋଲିସ ପକ୍ଷରୁ ବିଜେପି କର୍ମୀ ମାନଙ୍କ ଉପରେ ଲାଠି ଚାଳନା କରାଯାଇଥିଲା । ଫଳରେ ଭୁବନେଶ୍ୱର ଲୋୟର ପିଏମଜିରେ ହାତାହାତି ହୋଇଥିଲେ ପୋଲିସ ଓ ବିଜେପି କର୍ମୀ । ଖାଲି ସେତିକି ନୁହେଁ ପୋଲିସର ଲାଠି ମାଡ଼ରେ କିଛି ବିଜେପି କର୍ମୀ ମାନେ ଲହୁଲୁହାଣ ମଧ୍ୟ ହୋଇଛନ୍ତି ।

ବିଜେପି କର୍ମୀଙ୍କ ଉପରେ ଲାଠିଚାର୍ଜ

ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ରାଜ୍ୟ ରାଜନୀତି ଥମିବାର ନାଁ ଧରୁନାହିଁ । ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି କରାଯାଛି । ଭୁବନେଶ୍ୱର ଲୋୟର ପିଏମଜିରେ ଯୁବ ମୋର୍ଚ୍ଚା ପକ୍ଷରୁ ଗର୍ଜନ କରାଯାଇଥିବା ବେଳେ ପୋଲିସ କର୍ମୀମାନେ ବିଜେପି କର୍ମୀମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା ।

ପରେ ପରେ ଉଭୟ ବିଜେପି କର୍ମ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ପକ୍ଷରୁ ବିଜେପି କର୍ମୀ ମାନଙ୍କ ଉପରେ ଲାଠି ଚାଳନା କରାଯାଇଥିଲା । ଫଳରେ ଭୁବନେଶ୍ୱର ଲୋୟର ପିଏମଜିରେ ହାତାହାତି ହୋଇଥିଲେ ପୋଲିସ ଓ ବିଜେପି କର୍ମୀ । ଖାଲି ସେତିକି ନୁହେଁ ପୋଲିସର ଲାଠି ମାଡ଼ରେ କିଛି ବିଜେପି କର୍ମୀ ମାନେ ଲହୁଲୁହାଣ ମଧ୍ୟ ହୋଇଛନ୍ତି । ବିଜେପି କର୍ମୀ ମାନଙ୍କ ଉପରେ ଲାଠିଚାର୍ଜ  କରିବା ସହ ପୋଲିସ ସେମାନଙ୍କୁ ଗିରଫ କରିଛି । ନବ ଦାସ ହତ୍ୟା ମାମଲା ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ରାଲି କରାଯାଇଥିଲା ।

ସେପଟେ ବିଧାନସଭା ଶୂନ୍ୟକାଳରେ ଶାସକ ଦଳ ସଦସ୍ୟ ମାନ ହଙ୍ଗାମା କରିଥିଲେ । ଫଳରେ ଗୃହ ୪ଟା ଯାଏଁ ମୁଲତବି ରହିଛି । ପ୍ରଶ୍ନ କାଳ ସରିବା ମାତ୍ରେ ଶୂନ୍ୟକାଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର, ରାଜ୍ୟକୁ ଉପେକ୍ଷା କରିଥିବା ଅଭିଯୋଗ ଆଣି ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ ।

ନିଜ ନିଜ ଆସନରେ ଛିଡା ହୋଇ ହାତରେ ବ୍ୟାନର ଧରି ପ୍ରତିବାଦ କରିଥିଲେ । ସେହିପରି କଂଗ୍ରେସ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଏବଂ ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ଦେଇଥିବା ମୁଲତବୀ ନୋଟିସ୍ ଉପରେ ଆଲୋଚନା ଦାବି କରି ବାଚସ୍ପତିଙ୍କ ପୋଡ଼ିୟମ ତଳେ ପ୍ରତିବାଦ କରିଥିଲେ । ପଳରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ବିରୋଧୀ ବିଜେପି କହିଛି, ସରକାର ଆଲୋଚନାକୁ ଡରୁଛନ୍ତି । ଜାଣିଶୁଣି ଗୃହ ଚଳାଇ ଦେଉନାହାନ୍ତି ।