Advertisment

ସିଟ୍‌ ସଂରକ୍ଷଣ ନିଷ୍ପତ୍ତିକୁ ବିରୋଧ, ବଲାଙ୍ଗିରରେ ମହାମେଳି କଲେ ଆଦିବାସୀ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସିଟ୍ ସଂରକ୍ଷଣକୁ ନେଇ ଆପତ୍ତି ଉଠାଇଛି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ। ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଦିବାସୀମାନେ ମହାମେଳି କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Tribals in Bolangir gherao district Collector’s office

Tribals in Bolangir gherao district Collector’s office

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସିଟ୍ ସଂରକ୍ଷଣକୁ ନେଇ ଆପତ୍ତି ଉଠାଇଛି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ। ସିଟ୍ ସଂରକ୍ଷଣରେ ଆଦିବାସୀମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ଆନ୍ଦୋଳନ ଡାକରା ଦେଇଛି ସଂଘ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆଦିବାସୀମାନେ ଶୋଭାଯାତ୍ରାରେ ଆସି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକାଠି ହୋଇଛନ୍ତି।  

Advertisment

ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଦିବାସୀମାନେ ମହାମେଳି କରିଛନ୍ତି।  ୮/୧୦/୨୧ ପୂର୍ବରୁ ଥିବା ସଂରକ୍ଷଣ ବ୍ୟବସ୍ଥା ଲାଗୁ ରଖିବାକୁ ସେମାନେ ଦାବି କରିଛନ୍ତି। ବିକ୍ଷୋଭକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଲାଗିଥିବା ସରକାରୀ ବିଜ୍ଞାପନ ଚିରି ଦେଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ପୋଲିସ-ଆଦିବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଆସିଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ଆଦିବାସୀ ମହାମେଳିରେ ସାମିଲ ହୋଇଛନ୍ତି।

ଅନ୍ୟପକ୍ଷେ, ପଞ୍ଚାତୟ ନିର୍ବାଚନରେ ଆଦିବାସୀ ଓ ପଛୁଆବର୍ଗଙ୍କୁ ସେମାନଙ୍କ ହକ୍ ପ୍ରଦାନ ପାଇଁ ବିଜେପି ବିରାଟ ଜନ ଆନ୍ଦୋଳନ କରିଛି। ଗତ ୨୭ ତାରିଖରେ ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ତାଲିକା ପ୍ରକାଶିତ ହୋଇଥିଲା। ଏହି ତାଲିକା ଅନୁସାରେ, ବାଲେଶ୍ୱର ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକରେ ଆଦିବାସୀ କି ପଛୁଆ ବର୍ଗଙ୍କ ପାଇଁ ଗୋଟିଏ ମଧ୍ୟ ସରପଞ୍ଚ କି ସମିତି  ସଭ୍ୟ ପଦ ସଂରକ୍ଷିତ ହୋଇ ରହିନାହିଁ। ଏଥିପାଇଁ ଏହି ବର୍ଗର ଲୋକଙ୍କ ମଧ୍ୟରେ କ୍ଷୋଭ ଦେଖା ଦେଇଛି।   ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ଆଇନରେ ସଂଶୋଧନ ଆଣି ସବୁ ବର୍ଗଙ୍କୁ ପ୍ରାଧାନ୍ୟ ଦେବା ଦାବିରେ ବିଜେପି ପକ୍ଷରୁ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜନ ଆନ୍ଦୋଳନ କରାଯାଇଛି। 

Advertisment
Odisha Panchayat Polls Panchayat Polls Tribals’ Protest
Advertisment
Advertisment