/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704027011.jpg)
Vijay Pal Singh Tomar
ରାଜ୍ୟରେ ବିଜେଡି ସହ ବିଜେପିର କୌଣସି ମେଣ୍ଟ ହେବ ନାହିଁ । ସରକାରୀ ଦଳ ଏନେଇ ଗୁଜବ କରୁଛି । ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ରାଜ୍ୟ ବିଜେପିର ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଓଡ଼ିଶାରେ ବିଜେପିର ବିଜୟ ସମ୍ଭାବନା ଅଧିକ ରହିଛି । ଏଠାରେ ୮୦ ବିଧାନସଭା ଓ ୧୬ ଲୋକସଭା ଆସନ ଜିତିବ ବିଜେପି ।
ରାଜ୍ୟର ମହିଳା ଓ ଯୁବକ ବିଜେପି ସପକ୍ଷରେ ଅଛନ୍ତି । ଏଠି ଜଣେ ସୁପର୍ ସିଏମ୍ ସରକାର ଚଳାଉଥିବା ଲୋକେ ଜାଣିଲେଣି ବୋଲି କହିଛନ୍ତି ବିଜୟପାଲ ସିଂ । କାମିଆ ଜାନି ଓ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଉତ୍ତର ପଚାରିବାରୁ ତୋମାର କହିଛନ୍ତି ବିଜେଡିର ଡବଲ ଷ୍ଟାଣ୍ଡାର୍ଡ ନିତି ଚଳିବ ନାହିଁ ।
ରାଜ୍ୟ ସରକାର ଭ୍ରଷ୍ଟାଚାର, ଅପରାଧକୁ ପ୍ରୋତ୍ସାହନ ଦେଉଛନ୍ତି । ତେଣୁ ଏଠି ଡବଲ ଇଞ୍ଜିନ୍ ସରକାର ଆଣିବାକୁ ଲୋକ ମନସ୍ଥ କରିଥିବା ଓଟିଭିକୁ ଏକ୍ସକ୍ଲୁସିଭ୍ ଇଣ୍ଟରଭିଉରେ କହିଛନ୍ତି ବିଜୟପାଲ ସିଂ ତୋମାର ।
ସେହପରି ଗତକାଲି ଭୁବନେଶ୍ୱରର ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପିର ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତିଙ୍କ ସହ ସମସ୍ତ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କ ସହ ୨ ଘଣ୍ଟାରୁ ଅଧିକ ସମୟ ଧରି ମାନସମନ୍ଥନ କରିଥିଲେ ବିଜେପି ରାଷ୍ଟ୍ରୀୟ ପ୍ରଭାରୀ ଏବଂ ସହ ପ୍ରଭାରୀ ବିଜୟ ପାଲସିଂ ତୋମାର । ଯାହାର ପ୍ରମୁଖ ବିନ୍ଦୁ ସବୁ ଥିଲା- ଓଡ଼ିଶାରେ କ୍ଲଷ୍ଟର ଷ୍ଟ୍ରାଟେଜି ଆପଣାଇବ ଦଳ ।
ଓଡ଼ିଶାକୁ ୫ରୁ ୬ଟି କ୍ଲଷ୍ଟରରେ ଭାଗ କରାଯିବ । ଆଉ ଏସବୁ କ୍ଲଷ୍ଟର ଦାୟିତ୍ୱରେ ରହିବେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ୩ କେନ୍ଦ୍ରୀୟ ନେତା ସେସବୁ କ୍ଲଷ୍ଟରରେ ନିର୍ବାଚନୀ କାର୍ଯ୍ୟକ୍ରମ ସହ ଷ୍ଟ୍ରାଟେଜିର ସମୀକ୍ଷା କରିବେ । ଏହାସହ ରାଜ୍ୟ ନେତାମାନେ ମଧ୍ୟ ଏହି କ୍ଲଷ୍ଟର ଦାୟିତ୍ୱରେ ରହିବେ । ତେଣୁ ଯଥାଶୀଘ୍ର ସବୁଠି ବୁଥ୍ କମିଟି ଗଠନ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ କର୍ମୀଙ୍କ ମନରୁ ବିଜେପି-ବିଜେଡି ସଂପର୍କ ଦ୍ୱନ୍ଦ୍ୱକୁ ଦୂର କରିବା ଉପରେ ଗୁରୁତ୍ୱ ଦେଇଥିଲେ ବଂଶଲ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)