Advertisment

ଆବାସ ବଣ୍ଟନ ନେଇ ସରକାରଙ୍କୁ ବିଜେପିର ଚେତାବନୀ, ହିତାଧିକାରୀଙ୍କୁ ଘର ନଦେଲେ ଆନ୍ଦୋଳନ

ବାକି ଥିବା ହିତାଧିକାରୀଙ୍କ ନାଁ କେବେ ଯୋଡ଼ିବେ ରାଜ୍ୟ ସରକାର ପଚାରିଲା ବିଜେପି ।

ଅଦ୍ୟତନ ହୋଇଛି
Odisha Politics Over PM Awas Yojana

PMAY Scam

Advertisment

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛି ବିଜେପି। ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ, ୨୦୧୯ ପରଠୁ ଆବାସ ପାଇନଥିବା ଯୋଗ୍ୟ ଲୋକଙ୍କ ପାଇଁ ସୁଦୂର ପ୍ରସାରି ସ୍ୱପ୍ନ ହୋଇଯାଇଛି।

Advertisment

ରାଜ୍ୟ ସରକାରଙ୍କ ଟାର୍ଗେଟ ଥିଲା ୨୬ ଲକ୍ଷ ୯୫ ହଜାର ପକ୍କାଘର । କେନ୍ଦ୍ର ସରକାର ଆଜି ସୁଦ୍ଧା ୨୬ ଲକ୍ଷ ୫୧ ହଜାର ଘର ମଞ୍ଜୁର କରିସାରିଛନ୍ତି । ସେଥିରୁ ୧୭ ଲକ୍ଷ ୧୪ ହଜାର ଘର ସଂପୂର୍ଣ୍ଣ ହୋଇଥିବାବେଳେ ବଳକା ୯ ଲକ୍ଷ ୫୯ ହଜାର ୫ଶହ ଘର ହୋଇପାରୁନାହିଁ ବୋଲି ପୃଥ୍ୱୀରାଜ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ନା ତାଲିକା ପ୍ରସ୍ତୁତ କରିପାରୁଛନ୍ତି ନା ଘର ହୋଇପାରୁଛନ୍ତି ।

ରାଜ୍ୟ ସରକାରଙ୍କୁ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ଚଳିତ ବର୍ଷ ଜୁନ ଶେଷ ସୁଦ୍ଧା ଘରର ଆଦେଶପତ୍ର ଦେବାକୁ କୁହାଯାଇଥିଲା । କିନ୍ତୁ ମେ ସରିବାକୁ ବସିଲାଣି ସିନା, ରାଜ୍ୟ ସରକାରଙ୍କ ଚେତା ଫେରିନଥିବା ପୃଥ୍ୱୀରାଜ ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ୩୪ ହଜାର ୬୩ କୋଟି ଟଙ୍କା ପିଏମ ଆବାସ ଯୋଜନା ପାଇଁ ସହାୟତା ଦେଇଥିଲେ ବି ଓଡ଼ିଶା ଲୋକ ଘର ନପାଇବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପୃଥ୍ୱୀରାଜ । ତା’ସହ ୪ଟି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ସେ ଘେରିଛନ୍ତି । ତେବେ ଏନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Advertisment

BJD PMAY Odisha Politics PM Awas Yojana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ