• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆସନ୍ତାକାଲି ପଞ୍ଚାୟତିରାଜ ଦିବସ । ଆଉ ଏହି ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରିବ ବିଜେପି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଏନେଇ ଏକ ଆଭିଯୋଗ ହୋଇଛି । ଦଳର ଅଭିଯୋଗ ଅନୁସାରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ ୬ ହଜାର କୋଟିର ଦୁର୍ନୀତି ହେଉଛି ।

ତାକୁ ବିରୋଧ କରି ଆସନ୍ତାକାଲି ପଞ୍ଚାୟତିରାଜ ଦିବସକୁ ବିଜେପି ୩୧୪ ବ୍ଲକ ଆଗରେ ଭ୍ରଷ୍ଟାଚାର ଦିବସଭାବେ ପାଳନ କରିବ । ହାତରେ କଳା କପଡା ବାନ୍ଧି ଦଳ ବିରୋଧ ପ୍ରଦର୍ଶନ କରିବ ବୋଲି କହିଛି ।

ରାଜ୍ୟ ସରକାରଙ୍କୁ ବିଜେପି ୫ ପ୍ରଶ୍ନ ପଚାରିଛି ?

୧ - ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଦୁର୍ନୀତି କିଏ କରୁଛି । ଆଜି ପର୍ଯ୍ୟନ୍ତ ନୂଆତାଲିକା କାହିଁକି ତିଆରି ହୋଇ ପାରୁନି ?

୨ - ମନରେଗାରେ ଦୁର୍ନୀତି କାହିଁକି ? ଫଲସ୍ ବିଲ କିଏ କରୁଛି ? କାହା ପକେଟକୁ ସେଟଙ୍କା ଯାଉଛି ? ଏଥିରେ ଜବ କାର୍ଡ ବଡ଼ ଫ୍ରଡ଼ ହୋଇଛି ।

୩ - ପଂଚାୟତକୁ ଆସୁଥିବା କେନ୍ଦ୍ର ସରକାରଙ୍କ ସିଏଫସି (ସେଣ୍ଟ୍ରାଲ ଫାଇନସ କମିଶନ) ଟଙ୍କା କୁଆଡେ ଯାଉଛି ? ସିଏଫସି ଟଙ୍କାକୁ କାହିଁକି ରିବ୍ରାଣ୍ଡିଂ କରୁଛନ୍ତି ସରକାର ? ସେ ଟଙ୍କା ଅନ୍ୟ କ୍ଷେତ୍ରରେ କାହିଁକି ବ୍ୟବହାର କରାଯାଉଛି ?

୪ - ରାସନ କାର୍ଡରେ ଆଜି ୨୦ ପ୍ରତିଶତ ଲୋକ ଅଯୋଗ୍ୟ ରହିଛନ୍ତି । ସେମାନେ କେମିତି ଆସିଲେ ? ବିଜେଡି ଲୋକଙ୍କୁ ରାସନ କାର୍ଡରେ କିଏ ଜାଲିଆତି କରି ସାମିଲ କରିଛି ।

୫ - ପଞ୍ଚାୟତିରାଜ ବ୍ୟବସ୍ଥାରେ ବ୍ୟାପକ ପିସି କାରବାର ହେଉଛି । ବିଧାୟକ ନେଉଛନ୍ତି ୫ ପ୍ରତିଶତ ଟଙ୍କା । ଜିଲ୍ଲାପାଳଙ୍କ ଠୁ ନେଇ ବିଡିଓ ଓ ତହସିଲଦାରଙ୍କ ପର୍ଯ୍ୟନ୍ତସମସ୍ତେ ଏଥିରେ ସାମିଲ । ପ୍ରସେଣ୍ଟଜ ନେବା ପାଇଁ ଜେଇ ନାଁ ରେ କାମ ହେଉଛି । ପଲ୍ଲୀସଭାକୁ କାହିଁକି ବନ୍ଦ କରି ଦେଇଛନ୍ତି ସରକାର ? ବୋଲି ବିଜେପି ପ୍ରଶ୍ନ ବାଢ଼ିଛି ।
ବିଜେପିର ଏହି ଅଭିଯୋଗ ନେଇ ବିଜେଡି କହିଛି, ବିରୋଧୀ ଦଳ କେବଳ ବିରୋଧ କରିବାକୁ ଶପଥ ନେଇଛି ।