Advertisment

'ବିଧାନସଭାରେ ମୁଖ୍ୟମନ୍ତ୍ରୀ ନରହିବା ଗଣତନ୍ତ୍ର ପାଇଁ ଅଶୁଭ'

ଖବର ଯଦି ସତ, ତେବେ ଏହା ଚିନ୍ତାଜନକ

author-image
Chandan Shishu
undefined

Samir Mohanty

ଜୁଲାଇ ୨ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ଥିବାରୁ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଅଧିବେଶନରେ ଯୋଡି ହୋଇପାରନ୍ତି। ଯଦି ଏହି ଖବରର ସତ୍ୟତା ଥାଏ ତେବେ ଏହା ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ ନୁହେଁ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

Advertisment

ମୁଖ୍ୟମନ୍ତ୍ରୀ ବିଧାନସଭାର ପରମ୍ପରା ଓ ଏହାର ଗୁରୁତ୍ୱକୁ ବୁଝି ବଜେଟ୍  ଅଧିବେଶନ ପୂର୍ବରୁ କିମ୍ବା ପରେ ଗସ୍ତ ଯୋଜନା କରିଥିଲେ ଭଲ ହୋଇଥାନ୍ତା। ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ଗୃହରେ ନ ରହିବା ଗ୍ରହଣୀୟ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି ସମୀର।

Advertisment

ଏପଟେ ସମୀରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିବାଦ ଠିକ୍ ନୁହେଁ। ଦେଶର ସ୍ବାର୍ଥ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ବିଦେଶ ଗସ୍ତ କରିଥାନ୍ତି  ରାଜ୍ୟ ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ବାହାରକୁ ଯାଉଛନ୍ତି, ସମସ୍ତେ ସ୍ବାଗତ କରିବା କଥା, ହେଲେ ଏହାକୁ ନେଇ ବିବାଦ ଠିକ୍ ନୁହେଁ ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ।

Monsoon Session CM Odisha
Advertisment
Advertisment