Advertisment

ରାଜ୍ୟ ବିଜେପି ସଭାପତି ପାଇଁ ବିଜ୍ଞପ୍ତି; ଆସନ୍ତାକାଲି ନାମାଙ୍କନ...

ଆସନ୍ତାକାଲି ନାମାଙ୍କନର ଦିନ। ଆବଶ୍ୟକ ପଡ଼ିଲେ ୮ ତାରିଖରେ ହେବ ନିର୍ବାଚନ। କାଲିର ନାମାଙ୍କନ ପରେ ନିର୍ବାଚନ ନା ସହମତିରେ ସଭାପତି ସ୍ପଷ୍ଟ ହେବ।

author-image
Sujit kumar Swain
BJP Set to Announce Odisha State President Candidate

BJP Set to Announce Odisha State President Candidate

ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆସନ୍ତାକାଲି ନାମାଙ୍କନର ଦିନ। ଆବଶ୍ୟକ ପଡ଼ିଲେ ୮ ତାରିଖରେ ହେବ ନିର୍ବାଚନ। କାଲିର ନାମାଙ୍କନ ପରେ ନିର୍ବାଚନ ନା ସହମତିରେ ସଭାପତି ସ୍ପଷ୍ଟ ହେବ। ଏଥିପାଇଁ ଆଜି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ସିଂପାଲ ତୋମାର ଓଡ଼ିଶାରେ ପହଂଚିଛନ୍ତି। ଆସନ୍ତାକାଲି ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଜସ୍ୱପଲ୍ ସିଂ ଓଡ଼ିଶା ଆସିବେ। 

Advertisment

ତେବେ ଗ୍ରାଉଣ୍ଡ ଜିରୋରେ ସବୁ ନେତାଙ୍କୁ ସାଙ୍ଗରେ ନେଇ ଚାଲିବା ଏବଂ ମ୍ୟାନେଜ୍ କରିବାର ଦକ୍ଷତା ଥିବା ନେତାଙ୍କୁ ମିଳିପାରେ ଗୁରୁତ୍ବ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଯିଏବି ସଭାପତି ହେବେ ତାଙ୍କ ପାଇଁ ଏହା ହେବ ବଡ଼ ଚ୍ୟାଲେଞ୍ଜ। ଏବେବି ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ବିଜେଡି ସକ୍ରିୟ ଥିବାରୁ ଏହାକୁ ବିଚାରକୁ ନେଇ ଦଳ ସଭାପତି ଚୟନ କରିପାରେ।

ଅଧିକ ପଢ଼ନ୍ତୁ: ପୁରୀରେ ପ୍ରବଳ ଭିଡ଼: ସତର୍କ କଲା ପୋଲିସ...

ରେସ୍ ଆଗରେ ରହିଛନ୍ତି ବର୍ତ୍ତମାନର ସଭାପତି ମନମୋହନ ସାମଲ। କାରଣ, ଗ୍ରାଉଣ୍ଡ ଜିରୋରେ ସବୁ ସ୍ତରରେ ନେତାଙ୍କୁ ନେଇ ଚାଲିବାର ଦକ୍ଷତା ମନମୋହନଙ୍କର ରହିଛି। ଗତ ନିର୍ବାଚନରେ ତାଙ୍କ ମ୍ୟାନେଜମେଣ୍ଟ ପାଇଁ ଦଳ ରାଜ୍ୟରେ ସରକାର ଗଠନ କରିପାରିଛି। ଏକାସଙ୍ଗେ ୨୦ ଜଣ ସାଂସଦ ଜିତିଥିବାରୁ ଦଳ ତାଙ୍କୁ ରିପିଟ୍ କରି ପୁଣିଥରେ ପୁରସ୍କାର ଦେଇପାରେ।

Advertisment

ମନମୋହନଙ୍କ ବ୍ୟତୀତ ରାଜ୍ୟ ସଭାପତି ଦୌଡରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବର୍ତ୍ତମାନ ରାଜ୍ୟ ଉପ-ସଭାପତି ଗୋଲକ ମହାପାତ୍ରଙ୍କ ନାଁ ନେଇ ବି ଚର୍ଚ୍ଚା ହେଉଛି। ବିଜେପି ରାଜ୍ୟ ସଭାପତି ଚୟନକୁ ନେଇ ଦୀର୍ଘଦିନ ଧରି ଦଳରେ ସଂଶୟ ଲାଗି ରହିଥିଲା। ଏବେ ଦେଖିବା ନିର୍ବାଚନ ନେଇ ତାରିଖ ଘୋଷଣାପରେ ଦଳ କାହା ମୁଣ୍ଡରେ ସଭାପତି ମୁକୁଟ ପିନ୍ଧାଉଛି।

BJP
Advertisment
Advertisment