Advertisment

ରାଜ୍ୟରେ କିଏ ଚଳାଉଛି ସରକାର, କରିବି ତଦନ୍ତ: ନଡ୍ଡା

ନବୀନ ସରକାରଙ୍କୁ ନିଶାନା କରିବା ସହ ୨୪ ନିର୍ବାଚନରେ ଭାରତୀୟ ଜନତାପାର୍ଟିକୁ ଶକ୍ତିଶାଳୀ କରିବାକୁ ଆହ୍ବାନ ଦେଇଥିଲେ।

ଅଦ୍ୟତନ ହୋଇଛି
JP Nadda Targets Odisha Government

BJP President JP Nadda targets state government

Advertisment

ଓଡ଼ିଶା ସରକାରକୁ ଚଳାଉଛି କିଏ ? ମଞ୍ଚତଳୁ ଜନତାଙ୍କ ଉତ୍ତର ଆସିଲା, ଜଣେ ଅଫିସର। ନଡ୍ଡା କହିଲେ ତଦନ୍ତ କରିବି। ତୁମୁଡିବନ୍ଧ ସଭାମଞ୍ଚରୁ ଆଜି ଏମିତି ଢଙ୍ଗରେ ଭାଷଣ ଛଳରେ  ରାଜ୍ୟ ସରକାର ଙ୍କୁ ନିଶାନା କରି ଗୋଟିଏ ପରେ ପ୍ରସଙ୍ଗରେ ଉତ୍ତର ମାଗିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ତାସହ ନଡ୍ଡା ଅଭିଯୋଗ କରିଥିଲେ-ପ୍ରଦେଶର ହିତ କଥା କହୁଥିବା ନବୀନ, ରାଜ୍ୟର ୬୦ ଲକ୍ଷ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରୁଛନ୍ତି। ମୋଦି ସ୍ବାସ୍ଥ୍ୟସେବା ଦେବାକୁ ଚାହୁଁଛନ୍ତି, ହେଲେ ସେଥିରେ ସେ ଅନ୍ତରାୟ ସାଜିଛନ୍ତି।

Advertisment

ଏଥିସହ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର କାହିଁକି ସୁରକ୍ଷିତ ରଖାଯାଉନି ବୋଲି ନଡ୍ଡା ପ୍ରଶ୍ନ କରି ଅସଲି ଚାବି କୁଆଡ଼େ ଗଲା ବୋଲି ମୁଖ୍ୟମନ୍ତ୍ରୀ ଙ୍କଠୁ ଜବାବ ମାଗିଥିଲେ। ଏଥିସହ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ ନଡ୍ଡା। NCRB ରିପୋର୍ଟ ଅନୁସାରେ ମହିଳା ନିର୍ଯାତନା ଓଡ଼ିଶା ରେ ଦ୍ୱିଗୁଣିତ ହୋଇଛି। ସବୁଠୁ ଅଧିକ ମହିଳା ଓ ମାନବ ଚାଲାଣ ଓଡ଼ିଶାରୁ ହେଉଛି। ଓଡ଼ିଶା ପୋଲିସ ଉପରେ ସବୁଠୁ ଅଧିକ ଆକ୍ରମଣ ହୋଇଛି। ଯେଉଁଠି ରକ୍ଷକ ନିଜେ ଅସୁରକ୍ଷିତ, ସେ କିପରି ସୁରକ୍ଷା ଦେବ ବୋଲି ନଡ୍ଡା ପ୍ରଶ୍ନ କରିବା ସହ କ୍ଷମତାରେ ଥିବା ସରକାରକୁ ଆଉ ରଖାଯିବା ଉଚିତ୍ କି ବୋଲି ପ୍ରଶ୍ନ କରିଥିଲେ।

ଅଧିକ ପଢ଼ନ୍ତୁ: ଏଥର ଜୋରଦାର ଫାଇଟ୍‌ ! ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କଲେ ନଡ୍ଡା

Advertisment

କିଏ ଚଳାଉଛି ସରକାର ? ଆୟୁଷ୍ମାନ ଲାଗୁରେ ନବୀନ ଅନ୍ତରାୟ, କୁଆଡ଼େ ଗଲା ରତ୍ନଭଣ୍ଡାର ଚାବି ? ସେହିପରି ତୁମୁଡ଼ିବନ୍ଧ ମଞ୍ଚରେ ମୋଦି ସରକାରଙ୍କ ସଫଳ ଯୋଜନାର ଗୋଟିଏ ପରେ ଗୋଟିଏ ତଥ୍ୟ ଦେଇଥିଲେ ନଡ୍ଡା। କହିଥିଲେ ଉଭୟ ଦେଶ ଓ ଓଡ଼ିଶା ପ୍ରଦେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ସୁବିଧା କରିଛନ୍ତି। ୮୦ କୋଟି ଲୋକଙ୍କୁ ରାସନ, ପ୍ରତି ଘରକୁ ଟ୍ୟାପ୍ ପାଣି ପାଇଁ ୩୩୨୩ କୋଟି ଟଙ୍କା ଖର୍ଚ୍ଚ ହେଉଛି। ୩ଶହ କୋଟି ଟଙ୍କାରେ ଭୁବନେଶ୍ୱର ରେଳ ଷ୍ଟେସନ ଚକାଚକ୍ ହେଉଛି।

ଦେଶ ଭିତରେ ସର୍ବାଧିକ ୮୭ଟି ଏକଲବ୍ୟ ଆବାସିକ ସ୍କୁଲ ଓଡ଼ିଶାରେ ହୋଇଥିବା କହିଥିଲେ ନଡ୍ଡା। ତେଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜ ଭାଷଣରେ ମୋଦି ସରକାରଙ୍କ ସଫଳତା ବଖାଣିବା ସହ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଆଖିରେ କେହି ଅନ୍ଧପୁଟୁଳି ବାନ୍ଧିଲେ ଓ ସେ ଧୃତରାଷ୍ଟ୍ର ସାଜିଲେ କଣ କରିହେବ ବୋଲି କହିଥିଲେ।

Advertisment

ତୁମୁଡ଼ିବନ୍ଧ ପରେ ବାଣପୁର ସଭାରେ ନଡ୍ଡା ଯୋଗ ଦେବା ପୂର୍ବରୁ ଦଳର ତୁଙ୍ଗନେତା ମାନେ ନବୀନ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିଥିଲେ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିଶାନା କରି କହିଥିଲେ - ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଗଲାଣି, ଧୃତରାଷ୍ଟ୍ରଙ୍କ କୁଶାସନ ଜଣାପଡ଼ିଗଲାଣି। ମହିଳା ଅତ୍ୟାଚାର, ବଳାତ୍କାର ଓ ଚାଲାଣରେ ଦେଶରେ ୧ ନମ୍ବର ରାଜ୍ୟ ଓଡ଼ିଶା। ଏଠି ବଳାତ୍କାର, ହତ୍ୟାରେ ସଂପୃକ୍ତ ବ୍ୟକ୍ତି ମନ୍ତ୍ରୀ ହୁଅନ୍ତି। ୨୩ ବର୍ଷ ଶାସନରେ ଧୃତରାଷ୍ଟ୍ର ଚାକିରି ଦେଇପାରୁନାହାନ୍ତି। ପ୍ରଗତିରୁ ଓଡ଼ିଶା ବଞ୍ଚିତ, ଲକ୍ଷ ଲକ୍ଷ ଓଡ଼ିଆ ବାହାରେ ଦାଦନ ଖଟୁଛନ୍ତି। ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ଓଡ଼ିଶାବାସୀ ପ୍ରସ୍ତୁତ ହୋଇଗଲେଣି। ସେହିପରି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରେନ୍ଦେଶ୍ୱରୀ ଓ ବିଜେରି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ନବୀନ ସରକାରଙ୍କୁ ନିଶାନା କରିବା ସହ ୨୪ ନିର୍ବାଚନରେ ଭାରତୀୟ ଜନତାପାର୍ଟିକୁ ଶକ୍ତିଶାଳୀ କରିବାକୁ ଆହ୍ବାନ ଦେଇଥିଲେ।

ଓଡ଼ିଶା ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଉଭୟ ତୁମୁଡ଼ିବନ୍ଧ ଓ ବାଣପୁରରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ। ତୁମୁଡ଼ିବନ୍ଧରୁ ଜଲେଶପଟ୍ଟା ଆଶ୍ରମ ଯାଇ ସେଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେଠାରେ ନୂଆ କନ୍ୟାଶ୍ରମର ଉଦଘାଟନ କରିଥିଲେ।

JP Nadda BJP President
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ