Advertisment

କୋଟିଏ ପରିବାର ପାଖରେ ପହଞ୍ଚିବ ଦଳ, କାର୍ଯ୍ୟକାରୀ ହେବ ବଂଶଲଙ୍କ ସିକ୍ରେଟ ପ୍ଲାନ

ବିଜେଡିମୁକ୍ତ ଓଡ଼ିଶା ଗଠନ ପାଇଁ ବିଜେପିର ଷ୍ଟ୍ରାଟେଜି । ୨୪ରେ ଜିତ୍ ପାଇଁ ରାଜ୍ୟ କାର୍ଯ୍ୟକାରିଣୀରେ ରୋଡ୍ ମ୍ୟାପ୍ ।

author-image
Satyendu Shekher Mishra
undefined

Odisha Politics, BJP

ଓଡ଼ିଶାରେ କ୍ଷମତା ଦଖଲ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ । ଆରମ୍ଭ ହେବ ମହା ଜନସଂପର୍କ ଅଭିଯାନ । ରାଜ୍ୟ ସରକାରଙ୍କ ବିରୋଧରେ ହେବ ବଡ଼ ଲଢେଇ କାର୍ଯ୍ୟକାରିଣୀରେ ସ୍ଥିର ହେଲା ଏଜେଣ୍ଡା ।

Advertisment

ଆଗାମୀ ନିର୍ବାଚନରେ ଓଡ଼ିଶାରେ କ୍ଷମତାକୁ ଆସିବା ପାଇଁ ଆରପାର୍ ଲଢେଇ ଲାଗି ବିଜେପିରେ ହୋଇଛି ବିସ୍ତୃତ ଆଲୋଚନା। ତେବେ ଫୋକସରେ ରହିଛି ମୋଦି ସରକାରଙ୍କ ୯ ବର୍ଷର ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା। ଏଥିପାଇଁ ଆସନ୍ତା ୩୦ରୁ ଜୁନ ୩୦ଯାଏଁ ମହା ଜନସଂପର୍କ ଅଭିଯାନ କରିବ ଦଳ। ତାସହିତ ବିଜେଡି ମୁକ୍ତ ଓଡ଼ିଶା ଗଠନ ପାଇଁ ଆଜିର କାର୍ଯ୍ୟକାରୀଣୀରେ ସଂଙ୍କଳ୍ପ ନିଆଯାଇଛି। ଏହି ମାସେ ଭିତରେ ଓଡ଼ିଶାରେ ବିଜେପି ସରକାର ପାଇଁ ଭିତ୍ତି ପଡିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

ଅନ୍ୟପକ୍ଷରେ କେନ୍ଦ୍ରୀୟ ଯୋଜନା ହଡ଼ପ, ମୋଦି ସରକାରଙ୍କ ସଫଳ ଯୋଜନା ରାଜ୍ୟ ସରକାର ଲାଗୁ ନକରିବା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ନବ ଦାସ ହତ୍ୟା ଘଟଣା, ବଢୁଥିବା ମହିଳା ନିର୍ଯାତନା, ବିଜେଡି ନେତାଙ୍କ ଘରେ ବଧୂ ନିର୍ଯାତନା, 5T ରୁପାନ୍ତୀକରଣ ନାଁରେ ଦୁର୍ନୀତି, ଆଦି ପ୍ରସଙ୍ଗକୁ ନେଇ ରାଜ୍ୟର ୧ କୋଟିରୁ ଅଧିକ ପରିବାର ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ଦଳ। ବିଜେଡି ମୁକ୍ତ ଓଡ଼ିଶା ଗଠନ କରି ଏଠାରେ ବିଜେପି ସରକାର ପାଇଁ ଦଳ ଆହ୍ୱାନ ଦେଇଛି ।

Advertisment

ସେପଟେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲଙ୍କ ସ୍ରିକେଟ୍ ପ୍ଲାନକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟକାରିଣୀରେ ହୋଇଛି ବିସ୍ତୃତ ଆଲୋଚନା। ୨୫ ମେ’ ପୂର୍ବରୁ ସବୁ ମଣ୍ଡଳ ଓ ଜିଲ୍ଲାରେ କାର୍ଯ୍ୟ ସମିତି ବୈଠକ ଶେଷ ହେବ। ସଂସଦୀୟ କ୍ଷେତ୍ର, ବିଧାନସଭା, ମଣ୍ଡଳ, ଶକ୍ତି କେନ୍ଦ୍ର ଓ ବୁଥ୍ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ଲୋକସଭା କ୍ଷେତ୍ରରେ ପ୍ରେସମିଟ୍, ସୋସିଆଲ୍ ମିଡିଆରେ ପ୍ରଚାର ଓ ସେଠାରେ ହୋଇଥିବା ବିକାଶ କାର୍ଯ୍ୟକୁ ନେଇ ଲୋକଙ୍କ ପାଖରେ ରଖିବା ପାଇଁ କୁହଯାଇଛି।

ସେହିପରି ବିଧାନସଭା କ୍ଷେତ୍ରରେ ବରିଷ୍ଠ କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଭୋଜନ କାର୍ଯ୍ୟକ୍ରମ, ସବୁ ମଣ୍ଡଳର ସଂଯୁକ୍ତ ମୋର୍ଚ୍ଚାର ସମ୍ମିଳନୀ, ବ୍ୟବସାୟୀ, ମଧ୍ୟବିତ୍ତ ଶ୍ରେଣୀ, ଅନ୍ୟାନ୍ୟ ସଙ୍ଗଠନକୁ ଯୋଡିବା ପାଇଁ ବଂଶଲ ଟାସ୍କ ଦେଇଛନ୍ତି। ତାଛଡ଼ା ସବୁ ମଣ୍ଡଳରେ ଏକ ହଜାର ଲୋକଙ୍କୁ ନେଇ ସଭା, ଲାଭାର୍ଥୀଙ୍କୁ ନେଇ ଶକ୍ତି କେନ୍ଦ୍ରରେ ସମ୍ମିଳନୀ ଏବଂ ବୁଥ୍ ୱାରୀ ପ୍ରତ୍ୟେକ ଘର, ପ୍ରତ୍ୟେକ ଭୋଟରଙ୍କ ପାଖରେ ପହଚିଂବାକୁ କୁହାଯାଇଛି।

ରାଜ୍ୟ କାର୍ଯ୍ୟକାରିଣୀରେ ୨୪ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି। ହେଲେ ଗ୍ରାଉଣ୍ଡ ଲେଭେଲରେ ବିଜେପି ତାକୁ କେତେଦୂର ପ୍ରଭାବୀ ଢଙ୍ଗରେ କାର୍ଯ୍ୟକରୀ କରୁଛି ଓ ବିଜେଡି ସରକାର ବିରୋଧରେ କିଭଳି ମାହୋଲ ବନାଉଛି ତା ଉପରେ ନଜର।

Odisha BJP Odisha Politics
Advertisment
Advertisment