Advertisment

'ଭ୍ରଷ୍ଟାଚାରରେ ବୁଡ଼ିଥିବା ରାଜ୍ୟ ସରକାରକୁ ଉପାଡ଼ି ଫିଙ୍ଗିବାକୁ ଆହ୍ୱାନ'

ରକ୍ଷକ-ଭକ୍ଷକ କଥା ଉଠାଇ ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା ଉପରେ ବି ତୀବ୍ର ହମଲା କରିଛନ୍ତି ନଡ୍ଡା।

ଅଦ୍ୟତନ ହୋଇଛି
BJP President JP Nadda

BJP President JP Nadda

Advertisment

ଓଡ଼ିଶାରେ ମିଶନ୍ ୨୪ ପାଇଁ ନଡ୍ଡାଙ୍କ ରଣହୁଙ୍କାର। ଶକ୍ତିକେନ୍ଦ୍ର ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଧୂଲେଇ। ତୃଣମୂଳ ଶକ୍ତିକେନ୍ଦ୍ରରେ ଶକ୍ତି ସଂଚାରର ପ୍ରୟାସ। ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ୨୦୧୯ ପୂର୍ବର ତେଜକୁୁ ସାମ୍ନାକୁ ଆଣି ଆଜି ଧୁମ୍ ବର୍ଷିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଭୁବନେଶ୍ୱର ଜତନା ମୈଦାନରେ ପ୍ରତି ପଞ୍ଚାୟତକୁ ନେଇ ଗଠିତ ଦଳର ଶକ୍ତିକେନ୍ଦ୍ର ମାନଙ୍କରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ସରକାରଙ୍କ ଉପରେ କଡ଼ା ହମଲା କରିଛନ୍ତି। କହିଛନ୍ତି- ଓଡ଼ିଶା ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଆକଣ୍ଠ ବୁଡ଼ିଛି। କେନ୍ଦ୍ରୀୟ ଯୋଜନା ହଡ଼ପ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଥା ଉଠାଇ ଏ ସରକାର ଖାଲି ଠପ୍ପା ମାରିବା ଜାଣିଛି ବୋଲି କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଜେପି ନଡ୍ଡାଙ୍କୁ ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ସେହିପରି ସ୍ୱାସ୍ଥ୍ୟର ଅବ୍ୟବସ୍ଥା ଏବଂ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନହେବାକୁ ନେଇ ବର୍ଷିଛନ୍ତି। ସେହିପରି ରକ୍ଷକ-ଭକ୍ଷକ କଥା ଉଠାଇ ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା ଉପରେ ବି ତୀବ୍ର ହମଲା କରିଛନ୍ତି। କହିଛନ୍ତି- ଏଠିକାର ୩ ଜଣ ମନ୍ତ୍ରୀଙ୍କ ନାଁରେ ହତ୍ୟା ଅଭିଯୋଗ ଅଛି ଯଦି ମନ୍ତ୍ରୀ ହତ୍ୟାରେ ସାମିଲ ଥିବେ, ତେବେ କି ଶାସନ ଚାଲିବ ବୋଲି ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ, ଦୀର୍ଘଦିନ ଧରି ଚର୍ଚ୍ଚାରେ ରହି ଆସିଥିବା ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଉଖାରି ସରକାରଙ୍କୁ କଟାକ୍ଷ କରିଛନ୍ତାି କହିଛନ୍ତି- ଏଠି ସରକାର ଡୁପ୍ଲିକେଟ୍, ତେଣୁ ଚାବି ବି ଡୁପ୍ଲିକେଟ୍। ଏଭଳି ସରକାରକୁ ଓପାଡ଼ି ଫିଙ୍ଗି ବିଜେପି ଶାସନକୁ ଆଣିବାକୁ ଆହ୍ୱାନ ଦେଇଛନ୍ତି ନଡ୍ଡା।

Advertisment

ଏପଟେ ୨୦୧୯ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଭିନ୍ନ ଅନ୍ଦାଜ୍‌ରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆବାସଠାରୁ ଆରମ୍ଭ କରି ମନରେଗା ଦୁର୍ନୀତି କଥା ଉଠାଇ ଏଠି ବାହାପିଆର ସରକାର ଚାଲିଛି ବୋଲି କହିବା ସହ ଆମ ପାଖରେ ସରକାରୀ କଳନାହିଁ, ଲୋକଙ୍କ ବଳ ଅଛି, ଜଗନ୍ନାଥଙ୍କ ଆଶୀର୍ବାଦ ଅଛି ବୋଲି କହିଛନ୍ତି ଧର୍ମେନ୍ଦ୍ର। ସେହିପରି ଶକ୍ତିକେନ୍ଦ୍ର ସମ୍ମିଳନୀରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଆମ ଦଳ ଗ୍ରାଉଣ୍ଡ ଫ୍ଲୋରରେ କାମ କରେ କେଉଁ ଥାର୍ଡ ଫ୍ଲୋରରେ ନୁହେଁ ବୋଲି କହି ରାଜ୍ୟ ସରକାରଙ୍କୁ ତେରଛା ବାଣ ମାରିଛନ୍ତି।

ସଭା ସରିବା ପରେ ଅପରାହ୍ଣରେ ନଡ୍ଡା ଦଳୀୟ କାର୍ଯ୍ୟାଳୟରେ ବିଧାୟକ ଓ ସାଂସଦମାନଙ୍କ ସହିତ ସାଂଗଠନିକ ସ୍ଥିତି ଓ ୨୪ ଲଢ଼େଇର ରୋଡମ୍ୟାପ୍ ନେଇ ଆଲୋଚନା କରିଥିଲେ। ଏହା ପରେ ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ରାଜ୍ୟ ପଦାଧିକାରୀଙ୍କ ସହ ମଧ୍ୟ ବୈଠକ କରିଥିଲେ ନଡ୍ଡା। ଆସନ୍ତାକାଲି ଜନତା ମୈଦାନ୍‌ରେ ହେବାକୁ ଥିବା ସଂଯୁକ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀରେ ନଡ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ଥିବାରୁ ଏଠି କି ମନ୍ତ୍ର ଫୁଙ୍କୁଛନ୍ତି, ତାଉପରେ ନଜର। 

Advertisment
JP Nadda BJP President
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ