Advertisment

Sujit Kumar Questions BJD’s Stand: ୱକଫ୍ ବିଲ୍‌: ‘ରାଜ୍ୟସଭାରେ ରଖିଛନ୍ତି କେଉଁ ଆଭିମୁଖ୍ୟ ? ମୁହଁ ଖୋଲନ୍ତୁ ସବୁ ବିଜେଡି ସାଂସଦ’

୭ ବିଜେଡି ସାଂସଦରୁ ଦେବାଶିଷ ସାମନ୍ତରାୟ ଭୋଟ୍ ଦେବାରୁ ବିରତ ରହିଛନ୍ତି, ମୁନା ଖାଁ ବିରୋଧ କରିଛନ୍ତି ଏବଂ ସସ୍ମିତ ପାତ୍ର ସମର୍ଥନ କରିଛନ୍ତି। କିନ୍ତୁ ଅନ୍ୟ ବିଜେଡି ସାଂସଦମାନେ କ’ଣ କରିଛନ୍ତି, ସେମାନେ ସର୍ବସମ୍ମୁଖକୁ ଆସି ପ୍ରକାଶ କରିବା ଦରକାର ।

‘ବିଜେଡି ପୂରା ଦ୍ୱନ୍ଦରେ ଅଛି’

‘ବିଜେଡି ପୂରା ଦ୍ୱନ୍ଦରେ ଅଛି’

Advertisment

ରାଜ୍ୟସଭାରେ ୱକଫ୍ ବିଲ୍‌କୁ ନେଇ କେଉଁ ଆଭିମୁଖ୍ୟ ରଖିଛନ୍ତି ବିଜେଡି ସାଂସଦ ? ପ୍ରତ୍ୟେକ ବିଜେଡି ସାଂସଦ ସାମ୍ନାକୁ ଆସି ଏନେଇ ସ୍ପଷ୍ଟ କରିବା ଦରକାର । ଏମିତି କହିଛନ୍ତି ବିଜେପି ସାଂସଦ ସୁଜିତ କୁମାର । ବିଜେଡି ପୂରା ଦ୍ବନ୍ଦ୍ବରେ ଅଛି । ଏହା ଅତି ଦୁର୍ଭାଗ୍ୟଜନକ । ବିଜେଡିର ପ୍ରକୃତ ଅସଲ ଚେହେରା ପର୍ଦ୍ଦାଫାସ ହୋଇଛି । ଦଳର କୌଣସି ନୀତି କି ଆଦର୍ଶ ନାହିଁ । ସେମାନେ ମେଲୋଡ୍ରାମା କରୁଛନ୍ତି । ୭ ବିଜେଡି ସାଂସଦରୁ ଦେବାଶିଷ ସାମନ୍ତରାୟ ଭୋଟ୍ ଦେବାରୁ ବିରତ ରହିଛନ୍ତି, ମୁନା ଖାଁ ବିରୋଧ କରିଛନ୍ତି ଏବଂ ସସ୍ମିତ ପାତ୍ର ସମର୍ଥନ କରିଛନ୍ତି। କିନ୍ତୁ ଅନ୍ୟ ବିଜେଡି ସାଂସଦମାନେ କ’ଣ କରିଛନ୍ତି, ସେମାନେ ସର୍ବସମ୍ମୁଖକୁ ଆସି ପ୍ରକାଶ କରିବା ଦରକାର । ସେମାନେ ଯଦି ସମର୍ଥନ କରିଛନ୍ତି କିମ୍ବା ବିରୋଧ କରିଛନ୍ତି, କାହିଁକି କରିଛନ୍ତି ଓଡ଼ିଶା ବାସୀଙ୍କର ଜାଣିବାର ଅଧିକାର ଅଛି ବୋଲି କହିଛନ୍ତି ସୁଜିତ କୁମାର । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ଅଧିକ ପଢ଼ନ୍ତୁ: ନବୀନଙ୍କୁ ଚୁପ୍ ସୈତାନ ବୋଲି କଟାକ୍ଷ କଲେ ସୌମ୍ୟ; କହିଲେ, ‘ସମ୍ରାଟ ଆଜି ଚୁପ୍‌ କାହିଁକି’

ସେପଟେ ସାଂସଦ ଦେବାଶିଷ ସାମନ୍ତରାୟ ସସ୍ମିତଙ୍କୁ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିବା ନେଇ ଇଙ୍ଗିତ କରିବା ପରେ ଗତକାଲି ବର୍ଷିଥିଲେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ କହିଥିଲେ, ବର୍ତ୍ତମାନ ନେତୃତ୍ବଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ଯେ ଦଳର ନିଷ୍ପତ୍ତି କୌଣସି ବାହ୍ୟ ଶକ୍ତି ନେଉଛି। ସସ୍ମିତ ବାବୁଙ୍କର ନିଷ୍ପତ୍ତି ନେବାର କ୍ଷମତା ନଥିବାରୁ ଦଳର ନେତା ଓ କର୍ମୀ ଏବେ ଦ୍ବନ୍ଦ୍ବରେ।

Advertisment

ସେପଟେ ଦଳର ଆଉ ଜଣେ ବରିଷ୍ଠ ନେତା ଭୂପିନ୍ଦର ସିଂହ ମଧ୍ୟ ସସ୍ମିତଙ୍କ ପଛରେ କିଏ ଜଣେ ରହି ଗୋଟି ଚାଳନା କରୁଥିବା କହି ଶଙ୍କା ପ୍ରକଟ କରିଛନ୍ତି। ଇଣ୍ଟର ପାର୍ଲାମେଣ୍ଟାରୀ ମିଟିଂରେ ଯୋଗଦେବାକୁ ତାସକେଣ୍ଟ ଗସ୍ତରେ ଥିବା ସସ୍ମିତ ଏଯାଏଁ ଏବାବଦରେ ମୁହଁ ଖୋଲି ନଥିବାବେଳେ ଦଳ ଭିତରେ କିନ୍ତୁ ବିସ୍ଫୋରକ ସ୍ଥିତି।

ଏପଟେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ନବୀନବାବୁ ବର୍ତ୍ତମାନ ଗୃହବନ୍ଦୀ। ମୁଖ୍ୟପରାମର୍ଶଦାତା ହିଁ ତାଙ୍କୁ ଗୃହବନ୍ଦୀ କରି ରଖିଛନ୍ତି। ବିଜେପି କହିଛି, ୱାର୍ଡମେମ୍ବର ହୋଇନଥିବା ଜଣେ ବ୍ୟକ୍ତି ବିଜେଡିରେ ସର୍ବେସର୍ବା। ଯେଉଁଥିପାଇଁ ଦଳ ଖୁବ ଶୀଘ୍ର ସଫା ହୋଇଯିବ।

Advertisment

ସେପଟେ ପ୍ରଶ୍ନ ଉଠୁଛି, ୱକ୍ଫ ବିଲ୍ ପାରିତ ପାଇଁ ଏନ୍ଡିଏ ପାଖରେ ଆବଶ୍ୟକୀୟ ସଂଖ୍ୟା ଥିଲା। ଏହାବାଦ୍ ବି ଅଯାଚିତ ଭାବେ ବିଜେଡି ସାଂସଦ ସସ୍ମିତ କାହିଁକି ୱାକ୍ଫ ସମର୍ଥନରେ ଭୋଟ୍ ଦେଲେ ? ଚର୍ଚ୍ଚା ହେଉଛି ବିଜେଡି ପକ୍ଷରୁ ଦୁଇ ଜଣ ସାଂସଦ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି। ଏକଥା ଖୋଦ୍ ଦଳ ଭିତରେ ଆଲୋଚନା ହେଉଥିବାବେଳେ ଅସନ୍ତୋଷ ତୀବ୍ରରୂପ ଧାରଣ କରିଛି ।

ଅଧିକ ପଢ଼ନ୍ତୁ: ପାଣ୍ଡିଆନଙ୍କ ବିରୋଧରେ ତେଜୁଛି ଅସନ୍ତୋଷ, ଦଳ ପାଇଁ ବୋଝ କହିଲେ ପ୍ରଭାତ

Odisha BJD Rajya Sabha WAQF Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ