Advertisment

ରାଜନୀତି ଏମିତି ବି ହୋଇପାରେ ! ଭୋଟ ପାଇଁ ମୈଦାନରେ ସ୍ୱାମୀ-ସ୍ତ୍ରୀ ମୁହାଁମୁହିଁ

ଗଣତନ୍ତ୍ରରେ ସମସ୍ତେ ନିର୍ବାଚନ ଲଢ଼ିବା ଅଧକାର ରହିଛି, ତେଣୁ ସେ ବି ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ମୃଦୁଳା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
BJP MP's wife challenges him in electoral battle for Etawah seat

Election, Husband Wife Face to face

ନିର୍ବାଚନ ମଇଦାନରେ ଆମ୍ନାସାମ୍ନା ସ୍ୱାମୀ-ସ୍ତ୍ରୀ । ଉତ୍ତରପ୍ରଦେଶ ଇଟାୱାରୁ ନିର୍ବାଚନ ଲଢ଼ୁଛନ୍ତି ବିଜେପି ପ୍ରାର୍ଥୀ ରାମଶଙ୍କର କଟାରିଆ। ଆଉ ତାଙ୍କ ବିପକ୍ଷରେ ନାମାଙ୍କନ ଦାଖଲ କରିଛନ୍ତି ପତ୍ନୀ ମୃଦୁଳା କଟାରିଆ। ଏହି ଘଟଣା ଏବେ ୟୁପି ରାଜନୀତିକୁ ସରଗରମ କରିଛି। ଅନେକ ସମୟରେ ପୂର୍ବତନ ସ୍ୱାମୀ ସ୍ତ୍ରୀ ନିର୍ବାଚନ ମଇଦାନକୁ ଓହ୍ଲାନ୍ତି। କିନ୍ତୁ ସ୍ୱାମୀ ସ୍ତ୍ରୀ ଏଭଳି ଭାବେ ଏକାସଙ୍ଗେ ବିପକ୍ଷରେ ନିର୍ବାଚନ ଲଢ଼ିବା ନୂଆ ଘଟଣା।

Advertisment

ଏହାପୂର୍ବରୁ ବି ୨୦୧୯ରେ ସ୍ୱାମୀଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବାକୁ ନାମାଙ୍କନ ଦାଖଲ କରିଛନ୍ତି ମୃଦୁଳା। ହେଲେ ପରେ ନାମାଙ୍କନ ପତ୍ର ଉଠାଇ ନେଇଥିଲେ। ହେଲେ ଏଥର ସେ ସ୍ୱାମୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ଗଣତନ୍ତ୍ରରେ ସମସ୍ତେ ନିର୍ବାଚନ ଲଢ଼ିବା ଅଧକାର ରହିଛି, ତେଣୁ ସେ ବି ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ମୃଦୁଳା।

ଅଧିକ ପଢ଼ନ୍ତୁ: ପ୍ରଚାର ବେଳେ ହିଟୱେଭ୍ ଚ୍ୟାଲେଞ୍ଜ୍, କିଏ ସକାଳେ ତ ଆଉ କିଏ ସଞ୍ଜରେ କରୁଛନ୍ତି କ୍ୟାମ୍ପେନିଂ

Advertisment

ଅନ୍ୟପଟେ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ସଂପନ୍ନ ହୋଇଥିବ‌ା ବେଳେ ଅବଶିଷ୍ଟ ୬ଟି ପର୍ଯ୍ୟାୟ ଲାଗି ପ୍ରଚାର ଅଭିଯାନ ଚାଲିଛି । ନିର୍ବାଚନ ମଇଦାନରେ ଅନେକ ବରିଷ୍ଠ ଓ ଯୁବ ନେତା ଅଛନ୍ତି । କିନ୍ତୁ ଯାହାକୁ ନେଇ ବେଶି ଚର୍ଚ୍ଚା ହେଉଛି ସେମାନେ ହେଲେ ସିନେମା କଳାକାର ଏବଂ ଖେଳ ତାରକା। ସବୁ ରାଜନୈତିକ ଦଳ କିଛି ନା କିଛି ସିନେମା ଓ କ୍ରିକେଟ ତାରକାଙ୍କୁ ପ୍ରାର୍ଥୀ କରିଛନ୍ତି। ଏଥିରେ ଆଗରେ ରହିଛି ବିଜେପି।

ତେବେ ଏଥର ଯେଉଁ ଆସନରେ ସମସ୍ତଙ୍କର ଆଖି ରହିଛି ତାହା ହେଉଛି ମହାରାଷ୍ଟ୍ରର ବାରାମତି ଲୋକସଭା ଆସନ। ଏହି ଆସନରେ ଏନ୍‌ସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ପ୍ରାର୍ଥୀ ଅଛନ୍ତି। ମୁକାବିଲା ହେଉଛି ତାଙ୍କର ଭାଉଜ ତଥା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରାଙ୍କ ସହିତ । ଏହି ନିର୍ବାଚନକୁ ଅନେକ ‘ନଣନ୍ଦ ବନାମ ଭାଉଜ ଲଢ଼େଇ କହୁଛନ୍ତି। ଏବେ ଉପମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାର ଏନ୍‌ସିପିରେ ବିଭାଜନ ଘଟାଇ ନିଜକୁ ପ୍ରକୃତ ଏନ୍‌ସିପିର ଅଧ୍ୟକ୍ଷ ଘୋଷଣା କରିଛନ୍ତି। ଅଜିତ ହେଉଛନ୍ତି ଶରଦ ପାୱାରଙ୍କ ପୁତୁରା। ଏହି ନଣନ୍ଦ-ଭାଉଜ ଲଢ଼େଇ ପାୱାର ପରିବାର ପାଇଁ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି।

ତେଲେଙ୍ଗାନାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କାଡିୟମ ଶ୍ରୀହରିଙ୍କ ଝିଅ କାଡିୟମ କାବ୍ୟ ୱରାଙ୍ଗଲ ଆସନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡୀଙ୍କ ଝିଅ ୱାଇଏସ୍ ଶର୍ମିଲା କଡପ୍ପା ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ଭାଇ ଜଗନ ମୋହନ ରେଡୀ ୱାଇଏସଆର କଂଗ୍ରେସର ସଭାପତି ତଥା ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି। କିନ୍ତୁ ଶର୍ମିଲା ଆନ୍ଧ୍ର ପ୍ରଦେଶ କଂଗ୍ରେସର ସଭାନେତ୍ରୀ ଅଛନ୍ତି। ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଟି ରାମାରାଓଙ୍କ ଝିଅ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡି. ପୁରନ୍ଦେଶ୍ୱରୀ ରାଜାମହେନ୍ଦ୍ରଭରମ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ‌ ହୋଇଛନ୍ତି।

BJP Congress General Election 2024
Advertisment
Advertisment