• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡିରେ ବଢୁଛି ବିଦ୍ରୋହ ! ବିଜେଡିର ରାବଣ ସାମ୍ରାଜ୍ୟରେ ରହିଛନ୍ତି ୧୦୦ରୁ ଅଧିକ ବିଭୀଷଣ ! ବିଜେପି ଟନ୍‌ରେ ଅଛନ୍ତି ବହୁ ବିଧାୟକ । ଶଙ୍ଖ ଦଳରେ ହେବ କି ବିସ୍ପୋରଣ ?

ବିଜେଡି ବିଧାୟକମାନେ ବିଜେପି ଯୋଗାଯୋଗରେ ଅଛନ୍ତି ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିବାପରେ ରାଜ୍ୟ ରାଜନୀତିରେ ହଇଚଇ। ପରେପରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସମାନ ମତ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା । ଆଉ ଆଜି ଆଉ ପାଦେ ଆଗକୁ ଯାଇ ସାଂସଦ ଜୁଏଲ୍ ଓରାମ୍ ଓ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନନ୍ଦନ ରଖିଥିବା ବୟାନ ବିଜେଡିରେ ଛନ୍‌କା ସୃଷ୍ଟି କରିଛି । ପୃଥ୍ୱୀରାଜ କହିଛନ୍ତି ଏବେ ବିଜେଡି ଓ ରାଜ୍ୟ ସରକାରରେ ଭ୍ରଷ୍ଟାଚାର୍, ଅନାଚାର୍ ଓ ଏକଛତ୍ରବାଦ ଚାଲିଛି । ଏହାକୁ ଶେଷ କରିବାକୁ ବିଜେଡିରୁ ୧୦୦ରୁ ଅଧିକ ବିଭୀଷଣ ରହିଛନ୍ତି, ଯେଉଁମାନେ ଧର୍ମର ସାଥ ଦେବେ । ବିଜେଡିର ୮୦ ପ୍ରତିଶତ ନେତା ଦଳ ଛାଡିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।

ସେପଟେ ଜୁଏଲ୍ କହିଛନ୍ତି ବିଜେଡିର ସାଂସଦ ଓ ବିଧାୟକମାନେ ନିଜ ସରକାରର କାର୍ଯ୍ୟରେ ଅସନ୍ତୁଷ୍ଟ ଅଛନ୍ତି । ଯେଉଁମାନେ ସରକାର ଚଳାଉଛନ୍ତି ସେମାନଙ୍କ ଉପରେ ଅସନ୍ତୋଷ ଅଛନ୍ତି ବୋଲି ପରୋକ୍ଷରେ କହିଛନ୍ତି ଜୁଏଲ୍ । ସେପଟେ ଏସବୁ ଅଭିଯୋଗର ଜବାବ ରଖି ବିଜେଡି କହିଛି, ନିର୍ବାଚନ ଆସିଲେ ଏମିତି ଚର୍ଚ୍ଚା ହୁଏ । ସେମାନଙ୍କ ବିଧାୟକ ମଧ୍ୟ ଆମ ଲିଙ୍କରେ ଅଛନ୍ତି ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

ତେବେ କାହିଁକି ଏଭଳି ସ୍ଥିତି ? କଣ ପାଇଁ ବିଜେଡିରେ ବଢୁଛି ଅସନ୍ତୋଷ ? ବିଜେଡି ଉପରେ ଭାରି ହେଉଛି କି ଅମଲାତନ୍ତ୍ର ବ୍ୟବସ୍ଥା ? ଦଳରେ କିଛି ମୁଷ୍ଟିମେୟ ଯୁବ ନେତାଙ୍କ ମାମଲାତି ବଢୁଛି କି ? ବିଜେଡିର ଅସନ୍ତୁଷ୍ଟ ନେତାଙ୍କୁ ନେଇ ବିଜେପି କିଛି ନୂଆ ପ୍ଲାନ୍ କରୁଛି କି ? ଏସବୁ ଚର୍ଚ୍ଚା ଭିତରେ ରାଜନୈତିକ ସମୀକ୍ଷକ କହିଛନ୍ତି ଏବେ ଦଳରେ ଅମଲାଙ୍କ ପ୍ରଭାବ ଅଧିକ ରହୁଥିବାରୁ ଅସନ୍ତୋଷ ବଢୁଛି ।

ବିଜେଡିରେ ଏବେ ଚାଲିଛି ରୁପାନ୍ତୀକରଣ । ବରିଷ୍ଠ ନେତାଙ୍କ ଅପେକ୍ଷା କିଛି ମୁଷ୍ଟିମେୟ ନେତାଙ୍କ ମାମଲାତି ଚାଲିଥିବାରୁ ଦଳରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ । ଯାହାକ ଆଗାମୀ ନିର୍ବାଚନରେ ବଡ଼ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି । ହେଲେ ବିଜେପି ଏଥିରୁ କେତେ ଫଇଦା ନେଇପାରୁଛି ତାଉପରେ ନଜର ।

  • Reported by:
  • HARIHARA CHAND