Advertisment

ମୁଖ୍ୟମନ୍ତ୍ରୀ ପଦ ଲାଳସା ପାଇଁ ନବଙ୍କୁ ହତ୍ୟା କରାଗଲା: ପ୍ରଦୀପ ପୁରୋହିତ

CM ପଦ ପାଇଁ ଶନି ମନ୍ଦିର ପୂଜା କଥା ଲିକ୍ ହେବାରୁ ନବଙ୍କୁ ହଟାଗଲା ବୋଲି ସେ କହିଛନ୍ତି।

ଅଦ୍ୟତନ ହୋଇଛି
undefined

BJP leader Pradip Purohit's exclusive statement

Advertisment

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ଗୋପାଳ ଦାସ, ସେନେଇ ବିଭିନ୍ନ କଥା ସାମ୍ନାକୁ ଆସୁଥିବା ବେଳେ ଓଟିଭିକୁ ସାଂଘାତିକ ତଥ୍ୟ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ମୁଖ୍ୟମନ୍ତ୍ରୀ ପଦ ଲାଳସା ପାଇଁ ନବଙ୍କୁ ହତ୍ୟା କରାଗଲା ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । 

Advertisment

ସେ ଆହୁରି କହିଛନ୍ତି ଯେ ନବୀନଙ୍କ ପରେ କିଏ CM ହେବ, ସେ ରେସ୍ ବିଜେଡି ରେ ଚାଲିଛି। ନବୀନ ଙ୍କ ପରେ କିଏ CM, ସେ ଦୌଡ଼ରେ ବେଶି ଲୋକ ନାହାନ୍ତି। CM ପଦ ପାଇଁ ଶନି ମନ୍ଦିର ପୂଜା କଥା ଲିକ୍ ହେବାରୁ ନବଙ୍କୁ ହଟାଗଲା ବୋଲି ସେ କହିଛନ୍ତି।

ନବ ବାବୁ ପଇସା ବାଲା, କ୍ଷମତାଶାଳୀ ନେତା। ଜଣପିଛା ୨୦/୩୦ କୋଟି ଦେଇ ୫୦ ବିଧାୟକ କିଣିନେବା ଅସମ୍ଭବ ନୁହେଁ। ପଇସା ତାକତରେ ଗାଦି ମାଡ଼ି ବସିବା ତାଙ୍କ ପାଇଁ ଅସମ୍ଭବ ନୁହେଁ। ସେଇଥିପାଇଁ ନବ ବାବୁଙ୍କୁ ରାସ୍ତାରୁ ହଟାଇବାକୁ ହତ୍ୟା କରାଗଲା ବୋଲି ପ୍ରଦୀପ ପୁରୋହିତ କହିଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ଅରୁଣ ବ୍ରୋଥା ଜଣେ ପ୍ରମାଣ ନଷ୍ଟକାରୀ ଅଧିକାରୀ: ବିଜେପି

ସେପଟେ ହତ୍ୟାକାଣ୍ଡର ୧୧ ଦିନ ପରେ ବି ତଦନ୍ତ ଯେଉଁ ବିନ୍ଦୁରୁ ଆରମ୍ଭ ହୋଇଥିଲା ସେଇଠି ଅଟକି ରହିଥିବା ଭଳି ମନେ ହେଉଛି। କେବଳ ଗୋପାଳଙ୍କୁ ଦୋଷୀ ସାବ୍ୟସ୍ତ ପାଇଁ କ୍ରାଇମ୍ ବ୍ରାଂଚ ପ୍ରମାଣ ଯୋଗାଡ଼ରେ ଲାଗିଥିବା ଚର୍ଚ୍ଚା ହେଉଛି। ତେବେ ପୂର୍ବତନ ପୋଲିସ୍ ଅଧିକାରୀଙ୍କ ମତରେ ମାମଲାର ଅନ୍ୟ ଦିଗ ଉପରେ ବି ତଦନ୍ତ ହେବାର ଆବଶ୍ୟକତା ରହିଛି।

ସେପଟେ ଆସନ୍ତାକାଲି ଝାରସୁଗୁଡ଼ା ସରବହାଲ ହାଇସ୍କୁଲ୍ ପଡ଼ିଆରେ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଆଯୋଜନ କରାଯାଉଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନବଙ୍କ ପୁଅ ବିଶାଲ ଓ ଝିଅ ଦୀପାଳି ଦାସ ଆଜି ସଭା ସ୍ଥଳକୁ ଯାଇ ପ୍ରସ୍ତୁତିରତ ତଦାରଖ କରିଛନ୍ତି।

Advertisment
Murder Case Naba Das CMO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ