Advertisment

'ମୃତଦେହର ଅପରେସନ କରିବା ପୃଥିବୀର ପ୍ରଥମ ଘଟଣା'

ନବ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏ ନମସ୍କାର ମୁଦ୍ରାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି।

author-image
Chandan Shishu
BJP leader Jaynarayan Mishra

BJP leader Jaynarayan Mishra

ନବଙ୍କ ଶେଷ ସମୟକୁ ନେଇ ସସପେନ୍ସ ? କେତେବେଳେ ଆଉ କେଉଁଠି ହୋଇଛି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ? ଝାରସୁଗୁଡ଼ାରେ ନା ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ? ପୂର୍ବରୁ ବାରମ୍ବାର ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ମଧ୍ୟ ଉଠାଇଛନ୍ତି ବହୁ ସାଂଘାତିକ ପ୍ରଶ୍ନ। ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟର ଇସିଜି ରିପୋର୍ଟ ସାର୍ବଜନୀନ କରିବାକୁ ସେ ଦାବି କରିଥିବା ବେଳେ ଭାଇରାଲ ହେଉଥିବା ଏ ଇସିଜି ରିପୋର୍ଟକୁ ନେଇ ବି ବଢ଼ିଛି ସନ୍ଦେହ।

Advertisment

ସରକାରଙ୍କ ପକ୍ଷରୁ ଯଦିଓ ଏଯାଏଁ କୌଣସି ସ୍ପଷ୍ଟୀକରଣ ଆସିନି, ହେଲେ ଏ ରିପୋର୍ଟ ନବ ଦାସଙ୍କର ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲା ବେଳକୁ ସ୍ବାସ୍ଥ୍ୟ ଅବସ୍ଥା କେମିତି ଥିଲା, ତାକୁ ନେଇ ଅନେକ ପ୍ରଶ୍ନ ଠିଆ କରିଛି । ରିପୋର୍ଟକୁ ଆଧାର କରି ମୃତ ବ୍ୟକ୍ତି ଉପରେ ଅସ୍ତ୍ରୋପଚାର କରାଯିବା ପ୍ରଥମ ଘଟଣା ବୋଲି କହି ବର୍ଷିଛନ୍ତି ଜୟନାରାୟଣ। ତେଣୁ ଝାରସୁଗୁଡ଼ାରୁ ତାଙ୍କୁ ଏୟାରଲିଫ୍ଟ ବେଳର ଆବଶ୍ୟକୀୟ ଡାକ୍ତରୀ ପ୍ରମାଣପତ୍ର ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି। ହେଲେ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ସିଡିଏମଓ।

ଏଥିସହ ଝାରସୁଗୁଡାରୁ ନବଙ୍କୁ ଭୁବନେଶ୍ୱର ଏୟାରପୋର୍ଟକୁ କେଉଁ ଅବସ୍ଥାରେ ଅଣାଯାଇଥିଲା, ଝାରସୁଗୁଡା ଏୟାରପୋର୍ଟ କର୍ତ୍ତୃପକ୍ଷ ତାର ରିପୋର୍ଟ ଦିଅନ୍ତୁ ବୋଲି ମଧ୍ୟ ଦାବି କରିଛନ୍ତି ଜୟନାରାୟଣ। କେବଳ ସେତିକି ନୁହେଁ ନବ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏ ନମସ୍କାର ମୁଦ୍ରାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି। ସେହିପରି କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ଓଡିଶା ପୋଲିସ ଉପରୁ ଭରସା ଉଠିଯିବା ଯୋଗୁଁ ପିଏସଓ ଫେରାଇ ଦେଇଥିବା କହିଛନ୍ତି ଜୟନାରାୟଣ। ଏପଟେ ପ୍ରତିକ୍ରିୟାରେ ବିଜେଡି କହିଛି ଜୟନାରାୟଣଙ୍କ ଅଭିଯୋଗ ଅବାନ୍ତର ଆଉ ଅବାସ୍ତବ। ଏଠି ପ୍ରଶ୍ନ ଉଠୁଛି ଇସିଜି ରିପୋର୍ଟ ପଛର ସତ କଣ ଏବଂ ମୃତ୍ୟୁ ସମୟକୁ ନେଇ କାହିଁକି ସ୍ପଷ୍ଟୀକରଣ ରଖୁ ନାହାନ୍ତି ସରକାର ?

Advertisment

(ଝାରସୁଗୁଡାରୁ ଭାଗିରଥୀ ସାହୁଙ୍କ ସହ ଭୁବନେଶ୍ୱରରୁ ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ)

Naba Das Firing
Advertisment
Advertisment