Advertisment

ଏବେ ସାର ପକାଇଛୁ, ୨୪ରେ ଫସଲ କାଟିବୁ-ଜୟନାରାୟଣ

ଦିଲ୍ଲୀରୁ ଗୁରୁମନ୍ତ୍ର ନେଇ ଫେରିଛନ୍ତି କି ବିରୋଧୀ ଦଳ ନେତା ? ୨୦୨୪ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ କେନ୍ଦ୍ରୀୟ ନେତାଙ୍କ ଠାରୁ ମିଳିଛି କି କିଛି ଗୁପ୍ତମନ୍ତ୍ର ? ଦିଲ୍ଲୀରୁ ଫେରିବା ପରେ ବିରୋଧୀ ଦଳ ନେତାଙ୍କ ସ୍ୱରରେ ଏବେ ଦୃଢତା ଆଉ ବିଶ୍ୱାସ । ୨୦୨୪ ନିର୍ବାଚନରେ ରାଜ୍ୟରେ ଫସଲ କାଟିବ ବୋଲି ଦୃଢତାର ସହ କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।

author-image
Minati Mishra
ଅଦ୍ୟତନ ହୋଇଛି
bjp leader Jai Narayan Mishra

bjp leader Jai Narayan Mishra

ଦିଲ୍ଲୀରୁ ଗୁରୁମନ୍ତ୍ର ନେଇ ଫେରିଛନ୍ତି କି ବିରୋଧୀ ଦଳ ନେତା ? ୨୦୨୪ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ କେନ୍ଦ୍ରୀୟ ନେତାଙ୍କ ଠାରୁ ମିଳିଛି କି କିଛି ଗୁପ୍ତ ରଣନୀତି ? ଦିଲ୍ଲୀରୁ ଫେରିବା ପରେ ବିରୋଧୀ ଦଳ ନେତାଙ୍କ ସ୍ୱରରେ ଏବେ ଦୃଢତା ଆଉ ବିଶ୍ୱାସ । ୨୦୨୪ ନିର୍ବାଚନରେ ରାଜ୍ୟରେ ଫସଲ କାଟିବ ବୋଲି ଦୃଢତାର ସହ କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। 

Advertisment

 ୨୦୨୪ ନିର୍ବାଚନ ପାଇଁ ସମରସଜ୍ଜାରେ ଲାଗିଛନ୍ତି ରାଜନୈତିକ ଦଳ। କିଛି ଦିନର ନୀରବତା ପରେ ପୁଣି ନିର୍ବାଚନୀ ରଣନୀତିକୁ ନେଇ ମୁହଁ ଖୋଲିଛି ବିଜେପି । ଦିଲ୍ଲୀରୁ ଫେରିବା ପରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସାମ୍ବାଦିକମାନଙ୍କୁ ଦେଇଥବା ଚାଷ ଥିଓରୀକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଚାଷ ଥିଓରୀରେ ସେ ଆଗାମୀ ନିର୍ବାଚନର ଦଳର ସ୍ଥିତି କ’ଣ ରହିବ ଏବଂ ନୀତି କ’ଣ ସେ ନେଇ ଇଙ୍ଗିତ ଦେଇଛନ୍ତି ଜୟନାରାୟଣ ।

ଆସନ୍ତା ୨୪ ନିର୍ବାଚନରେ ଓଡ଼ିଶାରେ ଫସଲ କାଟିବୁ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।  ଦିଲ୍ଲୀରେ ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପରେ ଓଡିଶା ଫେରି ଏଭଳି ମନ୍ତବ୍ୟ ଦେଇଛନ୍ତି । ୨୪ ନିବାଚର୍ନରେ ଦଳର ପ୍ରସ୍ତୁତି ଏବଂ ରଣନୀତି ଯେ ତାଙ୍କୁ ସଫଳତା ହେବ ଏ ନେଇ ସେ ଆଶାବାଦୀ।  ସେଥିପାଇଁ ପରୋକ୍ଷରେ କହିଛନ୍ତି, ଏବେ ଆମେ ସାର ଦେଉଛୁ । ୨୪ରେ ଫସଲ ଅମଳ କରିବୁ।

Advertisment

ଦିଲ୍ଲୀରେ ଓଡ଼ିଶାର ରାଜନୈତିକ ସ୍ଥିତି କ’ଣ ରହିଛି, ୨୦୧୯ ନିର୍ବାଚନରେ କେଉଁଠି ଦଳ ଦୁର୍ବଳ ଥିଲା ସେ ସମସ୍ତ ବିଷୟରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା ହୋଇଥିବା ଜୟନାରାୟଣଙ୍କ କଥାରୁ ସ୍ପଷ୍ଟ ହେଉଛି। ରାଜ୍ୟରୁ ନବୀନ ସରକାର ହଟାଇବା ପାଇଁ କ’ଣ କରିବାକୁ ପଡ଼ିବ ସେ ନେଇ ମଧ୍ୟ ରଣନୀତି ପ୍ରସ୍ତୁତ କରିଥିବା ଜଣାଯାଇଛି। ତେବେ ଏ ପ୍ରସଙ୍ଗରେ ଆହୁରି ଆଲୋଚନାର ଆବଶ୍ୟକତା ଥିବା ଜୟନାରାୟଣ କହିଛନ୍ତି। 

ଓଡ଼ିଶାରେ ବିଜେପି ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି। ୨୦୧୯ ନିର୍ବାଚନରେ ସରକାରୀ କଳକୁ ଖଟାଇ ଯେପରି ଶାସକ ଦଳ ନିର୍ବାଚନ ଜିତିଲେ ଏବଂ ଆଗାମୀ ନିର୍ବଚନରେ ଯେପରି ଏହାର ପୁନରାବୃତ୍ତି ନ ହେବ ସେ ନେଇ କେନ୍ଦ୍ରୀୟ ଦଳ ସହ ଏକ ଘଣ୍ଟାର ସାକ୍ଷତରେ ଆଲୋଚନା ହୋଇଥିବା ଇଙ୍ଗିତ ଦେଇଥିଲେ ଜୟନାରାୟରଣ।

୨୦୨୪ ନିର୍ବାଚନକୁ  ଧାନ ଚାଷର ଉଦାହରଣ ଦେଇ କହିଛନ୍ତି ଏକା ଦିନରେ ତ ସବୁ କିଛି ହୁଏ ନାହିଁ ।  ସେଥିପାଇଁ ପ୍ରକ୍ରିୟା ଜାରି ରହିଛି  । ଓଡ଼ିଶାର ରାଜନୈତିକ ପରିସ୍ଥିତି ନେଇ ଜେପି ନଡ୍ଡା ଓ ଅମିତ ଶାହଙ୍କ ସହ ଆଲୋଚନା ହୋଇଛି ।  ଓଡ଼ିଶାର ଚିତ୍ର ସେମାନଙ୍କ ପାଖେ ସେ ରଖିଛନ୍ତି ।  ଉଭୟ ନେତା ଓଡିଶା ନେଇ ବହୁତ ଚିନ୍ତିତ ଅଛନ୍ତି ବୋଲି କହିଛନ୍ତି ଜୟ ନାରାୟଣ । 

ତେବେ ରାଜ୍ୟରେ ସିବିଆଇ ଓ ଇଡ଼ି ତଦନ୍ତ ଆବଶ୍ୟକତା ନେଇ ଜୟନାରାୟଣ କହିଛନ୍ତି ତଦନ୍ତର ନିଶ୍ଚିତ ଆବଶ୍ୟକତା ରହିଛି । ଓଡ଼ିଶାରେ ଦୁର୍ନୀତି ଚରମ ସୀମାରେ ରହିଛି ।

ସେପଟେ ବିଜେଡି କହିଛି ୨୦୧୯ରେ ବି ବିଜେପି ଏମିତି ମିଶନ ୧୨୦ର ଲକ୍ଷ୍ୟ ରଖିଥିଲା । କିନ୍ତୁ କଣ ହେଲା  ଏଥର ବି ଯେଉଁ ସ୍ବପ୍ନ ଦେଖୁଛନ୍ତି ତାହା ଦିବା  ସ୍ୱପ୍ନ ହୋଇ ରହିଯିବ । 

BJP 2024 Elections Bjp Leader Jai Narayan Mishra
Advertisment
Advertisment