Advertisment

ଆମେ ଗ୍ରାଉଣ୍ଡ ଫ୍ଲୋରରେ କାମ କରୁଛୁ, ଲୋକଙ୍କ ହୃଦୟ ପାଖରେ ପହଞ୍ଚି ପାରିଛୁ-ବୈଜୟନ୍ତ

ଦିନ ଥିଲା ଭାରତ ନିଜର ସମସ୍ୟା ପାଇଁ ଅନ୍ୟ ଦେଶର ସହାୟତା ନେଉଥିଲା। ହେଲେ ଆଜି ଭାରତ ଅନ୍ୟଦେଶକୁ ସହାୟତାର ହାତ ବଢାଇବା ସ୍ଥିତିରେ ପହଞ୍ଚି ପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଆଜି ଏପରି ସଫଳତା ଆଣି ଦେଇଛି। ଆମ ୪ ପିଢ଼ିର ତପସ୍ୟା, ନେତୃତ୍ୱର ମାର୍ଗଦର୍ଶନ ଏବଂ କାର୍ଯ୍ୟକର୍ତ୍ତାଙ୍କର ପରିଶ୍ରମ ଯୋଗୁ ଆଜି ବିଜେପି ଏକ ବିଶ୍ୱସ୍ତରୀୟ ଦଳ ହୋଇପାରିଛି। ଆମେ ଦେଶପ୍ରେମୀ। ଦେଶ ପାଇଁ କାମ କରୁଛୁ। ଆମ ଦଳ ତୃତୀୟ ବା ୨ୟ ମହଲାରେ କାମ କରେନି। ଗ୍ରାଉଣ୍ଡ ଫ୍ଲୋରରେ କାମ କରେ। ଆମ ଦଳ ଲୋକଙ୍କ ହୃଦୟ ପାଖରେ ପହଞ୍ଚି ପାରିଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ଅଦ୍ୟତନ ହୋଇଛି
Baijayant Panda

bjp works in ground flour

୨ ଦିନିଆ ଭୁବନେଶ୍ୱର ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ୨୦୨୪ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କ ସ୍ୱାଗତ ପାଇଁ ରାଜଧାନୀରେ ହୋଇଛି ବ୍ୟାପକ ଆୟୋଜନ। ବିଶାଳ ଶୋଭାଯାତ୍ରାରେ ନଡ୍ଡାଙ୍କୁ ପାଛୋଟି ନେବା ପରେ ଜନତା ମଇଦାନରେ ଆରମ୍ଭ ହୋଇଛି କାର୍ଯ୍ୟକର୍ତ୍ତା ସମାବେଶ। ସମାବେଶରେ ଅଭିଭାଷଣ ଦେଇ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପଣ୍ଡା ପ୍ରଥମେ ଉପସ୍ଥିତ ନେତୃବର୍ଗ ତଥା କାର୍ଯ୍ୟକତ୍ତାଙ୍କୁ ସମ୍ବୋଧନ କରିଥିଲେ। ଶ୍ରୀ ପଣ୍ଡା କହିଥିଲେ, ନୂଆ ଭାରତକୁ ନୂଆ ଚେହରା ଦେଇପାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଏବେ ବିଶ୍ୱର ଏକ ବଡ ଦଳରେ ପରିଣତ ହୋଇ ପାରଛି। ନଡ୍ଡାଙ୍କ ନେତୃତ୍ୱରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଓ ଅଭିଯାନ କୋଟି କୋଟି କାର୍ଯ୍ୟକର୍ତ୍ତା ଦେଶର କୋଣକୋଣରେ ଥିବା ଲୋକଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି । ଓଡ଼ିଶାରେ ବି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ଯୋଗୁ ବିଜେପି ଆଜି ୨ୟ ସ୍ଥାନରେ ରହିଛି ଏବଂ ଖୁବ ଶୀଘ୍ର ୧ ନମ୍ବର ସ୍ଥାନକୁ ଆସିବ ବୋଲି ଶ୍ରୀ ପଣ୍ଡା କହିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ପ୍ରଶଂସା କରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ, ମୋଦିଙ୍କ ପାଇଁ ଆଜି ସାଧାରଣ ନାଗରିକ ଉଚ୍ଚ ସ୍ଥାନରେ ପହଞ୍ଚି ପାରିଛନ୍ତି। ଭାରତର ରାଷ୍ଟ୍ରପତି ଏଇ ପବିତ୍ର ଓଡ଼ିଶା ମାଟିର। ସେହିପରି ରାଜନୀତିରେ ପରିବାରବାଦ ପ୍ରସଙ୍ଗ ଉଠାଇ ଶ୍ରୀ ପଣ୍ଡା କହିଥିଲେ, ଅନ୍ୟ ଦଳମାନେ ପରିବାରିକ ରାଜନୀତି କରୁଛନ୍ତି। ହେଲେ ବିଜେପି ଏକମାତ୍ର ଦଳ ଯିଏ ଦେଶ ହିତରେ କାମ କରେ। କାରଣ ଆମେ ଦେଶପ୍ରେମୀ। ତେଣୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କ ନେତୃତ୍ୱରେ ଯେଉଁ ସଫଳତା ଆମେ ଦେଶରେ ପାଇଛୁ ଖୁବ ଶୀଘ୍ର ଆମେ ତାହା ରାଜ୍ୟରେ ବି ପାଇବୁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଶ୍ରୀ ପଣ୍ଡା।

Advertisment

ଦୁଇ ଦିନିଆ ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଜନତା ମଇଦାନରେ ଆଜି ବିଜେପି ତାର ଶକ୍ତି ପ୍ରଦର୍ଶନ କରିଛି। ସାରା ରାଜ୍ୟର ଶକ୍ତିକେନ୍ଦ୍ରରୁ କର୍ମକର୍ତ୍ତା ଆସି ଏକାଠି ହୋଇଛନ୍ତି। ନଡ୍ଡା ଉକ୍ତଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, ବକ୍ସି ଜଗବନ୍ଧୁଙ୍କୁ ସ୍ମରଣ କରି କଂଗ୍ରେସକୁ ଟାର୍ଗେଟ କରିଥିଲେ।

BJP JP Nadda Odisha BJP Jay Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ