/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705223627.jpg)
40,000 crore scam during Covid
କୋଭିଡ୍ ବେଳେ ୪୦ ହଜାର କୋଟି ଟଙ୍କାର ହୋଇଛି ଦୁର୍ନୀତି । ଏକ ପ୍ରେସମିଟରେ ଏଭଳି ଅଭିଯୋଗ ଉଠାଇଛି ରାଜ୍ୟ ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଅଭିଯୋଗ କରିଛନ୍ତି, ରାଜ୍ୟରେ ୫୧ ପ୍ରତିଶତ ପିସି ସରକାର ଚାଲିଛି । ଲୋକାଲ ଫଣ୍ଡ ଅଡିଟରୁ ଏକଥା ସ୍ପଷ୍ଟ ହୋଇଛି । ୨୦୨୦ରୁ ୨୦୨୨ ମସିହା ପର୍ଯ୍ୟନ୍ତ କରୋନାରେ ଲୋକେ ଲଢ଼ୁଥିଲା ବେଳେ ଲୁଟୁଥିଲା ବିଜେଡି ।
Advertisment
ଖର୍ଚ୍ଚ ହୋଇଥିବା ୪୦ ହଜାର କୋଟି ଟଙ୍କାର ୟୁସି ନାହିଁ । ଦୁର୍ନୀତି ଓ ଅନିୟମିତତା ପାଇଁ ସବୁ ବ୍ଲକକୁ ୪ ଶହ କୋଟି ଫାଇନ୍ ପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ବି ଅନିୟମିତତା ହୋଇଛି । ତେଣୁ ବ୍ଲକ ଓ ପଞ୍ଚାୟତ ସ୍ତରକୁ ଯାଇ ବିଜେପି ଆନ୍ଦୋଳନ କରିବ ବୋଲି କହିଛନ୍ତି ମନୋଜ ମହାପାତ୍ର।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)