Advertisment

ପୋଷ୍ଟମର୍ଟମ ରିପୋର୍ଟ ପରେ ନାନା ପ୍ରଶ୍ନ, କାହିଁକି ଆତ୍ମହତ୍ୟାର ଚରମ ପଦକ୍ଷେପ ନେଲେ ଧର୍ମେନ୍ଦ୍ର ?

ଦୁଇ ମୋବାଇଲରେ ଲୁଚି ରହିଛି କି ସବୁ ଗୁମର ? ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସମୀର ଦାସଙ୍କୁ ବିରୋଧୀଙ୍କ ଟାର୍ଗେଟ ।

ଅଦ୍ୟତନ ହୋଇଛି
undefined

Dharmendra Sahoo

Advertisment

ପୁରୀ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କୁ ହତ୍ୟା ନୁହେଁ, ସେ କରିଛନ୍ତି ଆତ୍ମହତ୍ୟା । କ୍ୟାପିଟାଲ୍ ହସ୍ପିଟାଲ୍‌ରେ ପୋଷ୍ଟମର୍ଟମ ରିପୋର୍ଟ ସ୍ପଷ୍ଟ କରିଛି ଧର୍ମେନ୍ଦ୍ର କରିଛନ୍ତି ସୁଇସାଇଡ୍ । କୁହାଯାଇଛି, ଝୁଲନ୍ତା ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ପରେ ଏବେ ନାନା ପ୍ରଶ୍ନ ନାନା ଆଶଙ୍କା ।

Advertisment

କାହିଁକି ପ୍ରାଣ ହାରିଲେ ବିଜେଡ଼ି ନେତା ଧର୍ମେନ୍ଦ୍ର ସାହୁ ? ଏମିତି କେଉଁ ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିଲା ଜୀବନ ହାରିବା ପାଇଁ ? ପୋଲିସ ଖୋଜୁଛି ତଥ୍ୟ ପ୍ରମାଣ । ଜାରି ରଖିଛି ଖୋଳତାଡ଼ । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ପୋଲିସ ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ସ୍ଥିତ ଘରକୁ ଯାଇ ଖୋଳତାଡ଼ କରିଛି । ଧର୍ମେନ୍ଦ୍ରଙ୍କ ପତ୍ନୀ, ଘରର ରୋଷେୟା ଏବଂ ରୋଷେୟାଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଛି ।

ବିଜେଡି ନେତା ଧର୍ମେନ୍ଦ୍ର ସାହୁ। ତାଙ୍କ ମୃତ୍ୟୁକୁ ପୁରିଲାଣି ୩ ଦିନ। ତଦନ୍ତ ପରେ ତଦନ୍ତ ଚଳାଇଛି ପୋଲିସ । ହେଲେ ଏବେ ଆତ୍ମହତ୍ୟା ବୋଲି ବ୍ୟବଛେଦ ରିପୋର୍ଟ ସ୍ପଷ୍ଟ କରିବା ପରେ ଛିଡ଼ା ହୋଇଛି ଅନେକ ଅସମାହିତ ପ୍ରଶ୍ନ । କାରଣ ଆତ୍ମହତ୍ୟା ପୂର୍ବରୁ ସୋସିଆଲ୍ ମିଡିଆରେ ଲେଖିଥିଲେ ୨ଟି ମୋବାଇଲ କଥା । ସେଥିରେ ଥିବା ରହସ୍ୟମୟ ଭିଡିଓକୁ ସାମ୍ନାକୁ ଆଣିବାକୁ କହିଥିଲେ । ତେବେ ଗୁମର ଥିବା ମୋବାଇଲ୍‌କୁ ଆତ୍ମହତ୍ୟା ପୂର୍ବରୁ କାହିଁକି ଫୋପାଡ଼ିବେ ଧର୍ମେନ୍ଦ୍ର ? ଗୁମର ଖୋଲିବା ଭୟରେ ମୋବାଇଲକୁ ଗାୟବ କରି ଫୋପାଡ଼ି ଦେଇଥିଲେ କି ଅନ୍ୟ କେହି ? ଫରେନ୍ସିକ୍‌କୁ ପଠାଯାଇଥିବା ମୋବାଇଲ୍‌ରେ ସେହି ଗୁପ୍ତ ତଥ୍ୟ ସୁରକ୍ଷିତ ଅଛି ତ ?

Advertisment

କେବଳ ଏତିକି ନୁହେଁ, ରାଜନୈତିକ କାରଣରୁ ପାରିବାରିକ ବିବାଦ ଉଗ୍ରରୂପ ନେଉଥିବା କଥା ସେ କହିଥିଲେ ଏକ ଭିଡିଓରେ । ତେବେ କେଉଁ ରାଜନୈତିକ କାରଣ ଏବଂ କେଉଁ ରାଜନେତା କାଳ ସାଜିଲେ ତାଙ୍କର ଏଭଳି ମୃତ୍ୟୁ ପାଇଁ ? ଏବେ ଏଭଳି ମାଳ ମାଳ ପ୍ରଶ୍ନର ଉତ୍ତର ଖୋଜୁଥିବା ପୋଲିସର ତଦନ୍ତ ପ୍ରକ୍ରିୟା ଏବଂ ଗତିବିଧି ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଅତିରିକ୍ତ ଡିସିପି କହିଛନ୍ତି, ପାରିବାରିକ ସଂପର୍କ, କଲ୍ ଡିଟେଲ୍ସ, ରାଜନୈତିକ ଏବଂ ବ୍ୟାବସାୟିକ କାରବାର ସବୁ ଦିଗ ଉପରେ ତଦନ୍ତ ଜାରି ରହିଛି ।

ସେପଟେ ବିରୋଧୀଙ୍କ ନିଶାନାରେ ଥିବା ମନ୍ତ୍ରୀ ସମୀର ରଂଜନ ଦାଶ ଏବେ ହରଡ଼ଘଣାରେ । କ୍ରମାଗତ ୩ ଦିନ ହେଲା ଘେରିବାରେ ଲାଗିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିରୋଧୀଙ୍କ ଆଭିମୁଖ୍ୟକୁ ଦେଖି ମନ୍ତ୍ରୀ ସମୀର ଦାଶଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ପରିସରରେ ବଢ଼ାଇ ଦିଆଯାଇଛି ସୁରକ୍ଷା ବ୍ୟବସ୍ଥା । ବିଜେପିର ଏକ ଟିମ୍ ଆଜି ପୋଲିସ କମିଶନରଙ୍କୁ ଭେଟି ଏକ ଦାବିପତ୍ର ଦେଇଛି । ବିଜେପିର ଦାବି ରହସ୍ୟଜନକ ଭିଡିଓକୁ ଲୋକଲୋଚନକୁ ଅଣାଯାଉ, ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ଏବଂ ମାମଲାର ନିରପେକ୍ଷ ତଦନ୍ତ ହେଉ ।

Advertisment

ଏପଟେ ଆଜି ପୁଣି ଥରେ ମୁହଁ ଖୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି, ପରିବାରରୁ କୌଣସି ଅଭିଯୋଗ ଆସିନି । ବାକି ବିରୋଧୀ କଣ କହୁଛନ୍ତି ସେନେଇ ଉତ୍ତର ରଖିବାକୁ ମୁଁ ଉଚିତ ମନେ କରୁନି ।

Sameer Ranjan Das BJD Leader Dharmendra Sahoo Death Education Minister Dharmendra Sahoo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ