Advertisment

ସୋମାଲିକାଙ୍କ ବଦଳରେ ଆଉ କାହାକୁ ବାହା ହେବେ ବିଜୟ ଶଙ୍କର ?

ସୋମାଲିକାଙ୍କ ବଦଳରେ ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ ପାଇଁ ଆବେଦନ କରିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ।

ଅଦ୍ୟତନ ହୋଇଛି
Tirtol MLA Bijay Shankar Das set to marry another woman

MLA Bijay Shankar Das Marriage

Advertisment

ସୋମାଲିକାଙ୍କୁ ବିବାହ କରିବେନି କି ବିଧାୟକ ବିଜୟ ଶଙ୍କର ଦାସ ? ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ କରିବା ନେଇ ଆବେଦନ କରିଛନ୍ତି । କଟକ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟରେ ଗତ ୨୧ ତାରିଖରେ ଆବେଦନ କରିଥିବା ନେଇ ଖବର ମିଳିଛି । 

Advertisment

ହେଲେ ସେହି ଯୁବତୀ ଜଣକ କିଏ ? କାହାକୁ ବାହା ହେବେ ବିଜୟ ଶଙ୍କର? କାହାକୁ ବାହା ହେବା ପାଇଁ ଆବେଦନ କରିଛନ୍ତି ସେ ସମ୍ପର୍କରେ ଜଣାପଡ଼ିନାହିଁ । ବାନ୍ଧବୀ ସୋମାଲିକାଙ୍କ ସହ ସମ୍ପର୍କକୁ ନେଇ ସେ ବେଶ୍ କିଛି ଦିନ ଧରି ଚର୍ଚ୍ଚାରେ ଥିଲେ ବିଜୟଶଙ୍କର । ନିଜ ସମ୍ପର୍କକୁ ନେଇ ବିବାଦରେ ଛନ୍ଦି ହେବା ପରେ ଥାନାରେ ଏତଲା ବି ଦେଇଥିଲେ ସୋମାଲିକା । ଲମ୍ବା ସମୟ ଧରି ଥାନାରେ ଉଭୟ ଆଲୋଚନା ବି କରିଥିଲେ ।

ବାନ୍ଧବୀ ସୋମାଲିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ ମାମଲାରେ ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଥାନାରେ ଏତଲା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଟ୍ୱିଟ୍‌ କରି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ ବିଧାୟକଙ୍କ ବାନ୍ଧବୀ ସୋମାଲିକା ।

Advertisment

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୋ ସରକାର 5T, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଜଗତସିଂହପୁର ଜିଲ୍ଲା ପୋଲିସକୁ ଟ୍ୱିଟରରେ ଟ୍ୟାଗ୍ କରି ରାଜ୍ୟ ସରକାରଙ୍କ ବିରୋଧରେ ସୋମାଲିକା ବର୍ଷିଥିଲେ । ମହିଳା ସଶକ୍ତିକରଣ ନାଁରେ ଆପଣ ଓକିଲାତି କରୁଥିବାବେଳେ ମୁଁ କ’ଣ ମହିଳା ନୁହଁ କି ବୋଲି ସୋମାଲିକା ପ୍ରଶ୍ନ କରିଥିଲେ ।

Marriage Bijay Shankar Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ