Advertisment

BJD Supremo in Tension: ହଲର ବଲର ନେତାଙ୍କୁ ନେଇ ଚିନ୍ତାରେ ବିଜେଡି ସୁପ୍ରିମୋ

ଆଜି ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ନବୀନ ଗୃହକୁ ପ୍ରବେଶ କରୁଥିଲେ। ଠିକ୍‌ ସେତିକି ବେଳେ ତାଙ୍କୁ ସ୍ୱାଗତ କରିବାକୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମେତ ଦଳୀୟ ବିଧାୟକମାନେ ଉପସ୍ଥିତ ଥିଲେ।

undefined

BJD

Advertisment

ହଲର ବଲର ନେତାଙ୍କୁ ନେଇ ଚିନ୍ତାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଚମ୍ପୁଆ ବିଧାୟକ ସନା ମହୁକୁଡ଼ଙ୍କ ଉପରେ ବିଧାନସଭାରେ ବର୍ଷିଲେ। ବିଧାୟକ ଦଳ ବୈଠକକୁ କାହିଁକି ଆସିଲନି ବୋଲି ତାଗିଦ୍ କଲେ। ତା’ସହ ବିଜେପି ଆଡକୁ ଢଳୁଥିବା ନେଇ ପ୍ରଶ୍ନ ମଧ୍ୟ ପଚାରିଲେ ନବୀନ।

Advertisment

ଆଜି ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ନବୀନ ଗୃହକୁ ପ୍ରବେଶ କରୁଥିଲେ। ଠିକ୍‌ ସେତିକି ବେଳେ ତାଙ୍କୁ ସ୍ୱାଗତ କରିବାକୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମେତ ଦଳୀୟ ବିଧାୟକମାନେ ଉପସ୍ଥିତ ଥିଲେ। କିନ୍ତୁ ନବୀନ ଗାଡ଼ିରୁ ଓହ୍ଲାଇବା ବେଳେ ସନାଙ୍କୁ ଦେଖି ଚିହିଁଙ୍କି ଉଠିଥିଲେ। ବିଜେପି ଯାଉଥିବା କଥା କହି ବସିଥିଲେ ନବୀନ।

ସେପଟେ ସନାଙ୍କ ଯୁକ୍ତି ହେଲା ମୁଁ କାହିଁକି ବିଜେଡି ଛାଡ଼ିବି? ଯଦି ଯିବି 2029 ପରେ। କାରଣ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ। ସ୍ଥାନୀୟ ଲୋକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି। ଖାଲି ମୁଁ ନୁହେଁ, କେନ୍ଦୁଝର ଜିଲ୍ଲାର ଘସିପୁରା ଓ ଆନନ୍ଦପୁର ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛନ୍ତି। ତେଣୁ ତାଙ୍କୁ ତ କିଛି କହିଲେନି ବୋଲି ସନା କହିଛନ୍ତି।

Advertisment

୨୦୨୪ ସାଧାରଣ ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିରେ ଏବେ ଗୋଷ୍ଠୀ କନ୍ଦଳ ତୀବ୍ର। କେହି କାହାରିକୁ ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି। ଜୁନିୟର ଓ ସିନିୟର ଭାବେ ଗୋଷ୍ଠୀ କରି ଦବଦବା ଜାହିର କଲେଣି। ତେବେ ପ୍ରଶ୍ନ ଉଠୁଛି, ଖସୁଥିବା ପକଡକୁ ମଜଭୁତ କରିବାକୁ ନବୀନଙ୍କ ଏ ପ୍ରୟାସ କେତେ ସଫଳ ହେବ? ବିଚଳିତ ହେଉଥିବା ବିଜେଡି ନେତାଙ୍କୁ ସନାଙ୍କ ମାଧ୍ୟମରେ ନବୀନ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ତେବେ ସନାଙ୍କୁ ନବୀନ ପଚାରିଥିବା ପ୍ରଶ୍ନ ମିଡିଆରେ ଘୁରି ବୁଲୁଛି।

ଅଧିକ ପଢ଼ନ୍ତୁ: ୪ ଦିନ ପରେ + ୨ ପରୀକ୍ଷା, ହେଲେ ଏଯାଏଁ ବାହାରିଲାନି ସାମ୍ପୁଲ ପ୍ରଶ୍ନପତ୍ର

Advertisment

ଅନ୍ୟପଟେ ବିଜେପି କହିଛି, ବିଧାୟକମାନେ ବିଜେପି ମୁହାଁ ହେଉଥିବାରୁ ନବୀନ ଚିନ୍ତାରେ। ଦଳ ଆଉ ରହିବନି। ତେଣେ କଂଗ୍ରେସ କହିଛି ସନାଙ୍କୁ ନବୀନ ତାଗିଦ କରିବା ଅର୍ଥ, ନବୀନ ମାନସିକ ଭାବରେ ଦୁର୍ବଳ ହେଇପଡିଛନ୍ତି। କାଳେ କିଏ ତାଙ୍କ ଦଳରୁ ପଳେଇବେ ବୋଲି ସେ ତାଗିଦ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର କାର୍ଯ୍ୟ କରିବା କ’ଣ ପାପ ବୋଲି ତାରା ପଚାରିଛନ୍ତି।

ଶାସନ ଗାଦିରୁ ଯିବା ପରେ ବିଜେଡିର ୨ ସାଂସଦ ମମତା ମହାନ୍ତ ଓ ସୁଜିତ କୁମାର ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ପ୍ରତିଦିନ ପଞ୍ଚାୟତ ପ୍ରତିନିଧି ଓ ନେତା ବିଜେଡି ଛାଡି ବିଜେପିରେ ଯୋଗ ଦେଉଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ନବୀନ ନିଜ ଛବି ସୁଧାରିବାକୁ ଏଭଳି ବାର୍ତ୍ତା ଦେଉଛନ୍ତି। ସନା କିନ୍ତୁ ବିଜେପି ସମ୍ପର୍କରେ ଅଛନ୍ତି। ତେବେ ନବୀନ ବାବୁଙ୍କ ଏହି ଷ୍ଟ୍ରାଟେଜି ଦଳକୁ ସଂଗଠିତ କରିବା କାଠିକର ପାଠ।

ଏବେ ଦେଖିବାର କଥା ସନାଙ୍କୁ ତାଗିଦ୍ ପରେ ସନାଙ୍କ ଭଳି ନେତାଙ୍କ ଆଚରଣ ଓ ଉଚ୍ଚାରଣରେ କିଛି ଫରକ ଆସୁଛି ନା ନାହିଁ।

ଅଧିକ ପଢ଼ନ୍ତୁ:  ସନାଙ୍କୁ ତାଗିଦ୍ କଲେ ନବୀନ;ଏମିତି କହିଲେ ଜୟନାରାୟଣ ମିଶ୍ର

Naveen Patnaik BJD BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ