Advertisment

Special Story: ମହିଳା ଭୋଟ ମୋହ ଛାଡିପାରୁନି ବିଜେଡି; ପିଏମଜିରେ ଚାଲିଛି ନେତାଙ୍କ ଉସୁକାଇବା ରାଜନୀତି !

ରାଜରାସ୍ତାରେ ଗର୍ଜୁଛନ୍ତି ହଜାର ହଜାର ମହିଳା । ୯ ମାସ ହେଲା ମହିଳା ମାନେ ଦରମା ପାଇ ନାହାନ୍ତି । କୁହାଯାଉଛି କେନ୍ଦ୍ର ସରକାରଙ୍କ ସହ ରାଜ୍ୟସରକାରଙ୍କର ଏଗ୍ରିମେଣ୍ଟ ଶେଷ ହୋଇଛି ।

ଅଦ୍ୟତନ ହୋଇଛି
BJD Struggles to Retain Womens Support

BJD Struggles to Retain Womens Support

Advertisment

ମହିଳା ଭୋଟ ମୋହ ଛାଡିପାରୁନି ବିଜେଡି । ପିଏମଜିରେ ଚାଲିଛି ବିଜେଡି ନେତାଙ୍କ ଉସୁକାଇବା ରାଜନୀତି । ରାଜରାସ୍ତାରେ ଗର୍ଜୁଛନ୍ତି ହଜାର ହଜାର ମହିଳା । ୯ ମାସ ହେଲା ମହିଳା ମାନେ ଦରମା ପାଇ ନାହାନ୍ତି । କୁହାଯାଉଛି କେନ୍ଦ୍ର ସରକାରଙ୍କ ସହ ରାଜ୍ୟସରକାରଙ୍କର ଏଗ୍ରିମେଣ୍ଟ ଶେଷ ହୋଇଛି । ତେଣୁ ନୂଆ ସରକାର ଆସିବା ପରେ ତାଙ୍କ କଥା ଶୁଣୁ ନାହାନ୍ତି । ନ୍ୟାସନାଲ ଲାଇଭଲି ହୁଡ ମିଶନ ଦ୍ବାରା ପରିଚାଳିତ ହେଉଥିବା ଓଡିଶା ଲାଇଭଲ ହୁଡ ମାଧ୍ୟମରେ ଏହି କର୍ମୀ ମାନେ ମାସିକ ଦରମା ନେଇ କାମ କରୁଥିଲେ । ଏମ.ବି.କେ, ବ୍ୟାଙ୍କ ମିତ୍ର ଓ ଏଲ.ଏସ.ପି ମାନଙ୍କୁ ମାସିକ ୧୦ ହଜାର ୫୦୦ ଓ ସି ଆର ପି ଓ ପ୍ରାଣୀମିତ୍ରଙ୍କୁ ଯଥାକ୍ରମେ ୭ ହଜାର ୨୦୦ ଓ ୬,୫୦୦ ଟଙ୍କା ପାଉଥିଲେ । ମିଶନ ଶକ୍ତି ହେବା ପରଠାରୁ ଏହି କର୍ମୀ ମାନେ ଦରମା ପାଉନଥିବା ଅଭିଯୋଗ କରିଛନ୍ତି।

Advertisment

ଏହାର ଫାଇଦା ଉଠାଇବାକୁ ଯାଇ ନିଜ ସରକାରର ଦୋଷକୁ  ଲୁଚାଇ ମହାଳା ମାନଙ୍କ ସପକ୍ଷରେ ବାହାରିଛି ବିଜେଡି।  ଅରୁଣ ସାହୁ, ପ୍ରଫୁଲ୍ଲ ସାମଲ, ସୁବାସ ସିଂ, ଅମର ପଟ୍ଟନାୟକ ଓ ପ୍ରମିଳା ମଲ୍ଲିକଙ୍କ ଭଳି ଅଧଡଜନ ବରିଷ୍ଠ ନେତା ଏବେ ପିଏମଜିରେ। ମିଶନ ଶକ୍ତି ନାଁରେ ପୁଣି ଥରେ ଏହି ନେତା ମାନେ ଏମ୍‌ବିକେ, ବ୍ୟାଙ୍କ ମିତ୍ର, ସିଆର୍‌ପି  ମହିଳା କର୍ମୀଙ୍କୁ ନିଜ ସପକ୍ଷରେ ଆଣିବାକୁ କରୁଛନ୍ତି ଚାଲ। ପାଖାପାଖି ୬୦ ହଜାର କର୍ମୀ ଯେଉଁ ମାନେ ୭୦ ଲକ୍ଷ ମିଶନଶକ୍ତି ମା’ ମାନଙ୍କୁ ନେଇ ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି,  ସେମାନଙ୍କୁ ନେଇ ନୂଆ ସରକାରକୁ କାଠଗଡାରେ ଠିଆ କରିବାକୁ ପ୍ଲାନ କରୁଛି ବିଜେଡି। ଗତ ନିର୍ବାଚନରେ ମା’ ମାନେ ବିଜେଡିକୁ ହରାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରି ବିଜେପିକୁ ଶାସନ କ୍ଷମତାକୁ ଆଣିଥିଲେ। ଯାହାକି ବିଜେଡି ହଜମ କରିପାରୁନାହିଁ। ‘ଆମ ସରକାରଙ୍କୁ ସହଯୋଗ ନକଲେ ତୁମ ପାଇଁ କିଛି କରାଯିବନି କହି ପାଲଟା ବିଜେଡି ମହିଳା କର୍ମୀଙ୍କୁ ଉସୁକାଉଛି। କେବଳ ପିଏମ ଜିରେ ନୁହେଁ ବିଧାନସଭାରେ ମଧ୍ୟ ଏମବିକେ , ବ୍ୟାଙ୍କ ମିତ୍ର ଓ ଚି ଆରପି ପ୍ରସଙ୍ଗ ଉଠାଇଥିଲେ ବିଜେଡି ନେତା। 

ଅଧିକ ପଢ଼ନ୍ତୁ: ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସ କନ୍ଦଳ; ବିଧାନସଭାରେ ୨ ବିଧାୟକ କଥା କଟାକଟି... 

Advertisment

ବିଜେପି ନେତାଙ୍କ କହିବା କଥା ନିଜ ଭୁଲକୁ ଲୁଚାଇବାକୁ ବିଜେଡି ଚେଷ୍ଟା କରୁଛି। ସିଆରପି , ଏମବିକେ ଓ ବ୍ୟାଙ୍କ ମିତ୍ରମାନଙ୍କର ଏଗ୍ରିମେଣ୍ଟ ଏପ୍ରିଲ ୨୦୨୪ରୁ ଶେଷ ହେଲାଣି। ସେତେବେଳେ କେଉଁ ସରକାର ଥିଲା ? କାହିଁକି ଚ୍ୟୁକ୍ତିନାମାର ଅବଧି ବଢାଇଲେ ନାହିଁ ? ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିବା ପାଇଁ ସେମାନଙ୍କୁ କାମରେ ଲଗାଇଥିଲେ କାହିଁକି ? 

ନୂଆ ସରକାରଙ୍କ ଫ୍ଲାଗ ସିପ ଯୋଜନା ସୁଭଦ୍ରାର ସଫଳତାରେ ମଧ୍ୟ ଏହି ମହିଳାଙ୍କ ଗୁରୁତ୍ବପୂରର୍ଣ୍ଣ ଭୁମିକା ରହିଛି। ଯାହାକୁ ନେଇ ବିଜେଡି ଚିନ୍ତାରେ। ଏଣୁ ଦରମା ପାଉନଥିବା କଥାର ସୁଯୋଗ ନେଇ ସରକାରଙ୍କୁ ଅସୁବିଧାରେ ପକାଇବାକୁ ପ୍ଲାନ ବିଜେଡି କରୁନିତ ?

Advertisment

ଅଧିକ ପଢ଼ନ୍ତୁ: ଯାତ୍ରୀଙ୍କ ପାଇଁ ଖୁସି ଖବର; ଭୁବନେଶ୍ବରରେ ଚାଲିବ ଡବଲ୍-ଡେକର୍ ଇ-ବସ୍

Odisha News BJD Politics Women Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ