Advertisment

ଜଗନ୍ନାଥ-ନବୀନ ତୁଳନାତ୍ମକ ମନ୍ତବ୍ୟକୁ ନେଇ ଅଡୁଆରେ ପ୍ରତାପ ଦେବ

ଏଠି ପ୍ରଶ୍ନ ଯେଉଁ ଦଳ କହି ବୁଲେ ଜଗନ୍ନାଥ ଓଡିଆ ଜାତିର ଅସ୍ମିତା, ସେଇ ଦଳର ମନ୍ତ୍ରୀ କିପରି ଏଭଳି ମନ୍ତବ୍ୟ ଦେଲେ?

author-image
Chandan Shishu
BJD Minister Pratap Deb

BJD Minister Pratap Deb

ଓଡିଶାର ପରିଚୟ କିଏ? ଜଗନ୍ନାଥ ନା ନବୀନ? ଗତକାଲି ମନ୍ତ୍ରୀ ପ୍ରତାପ ଦେବ ନବୀନଙ୍କୁ ଓଡିଶାର ପରିଚୟ ବୋଲି କହିବା ପରେ ଏହାକୁ ନେଇ ସୃଷ୍ଟି ହୋଇଛି ତମ୍ବିତୋଫାନ ବିରୋଧୀ ତ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜଗନ୍ନାଥପ୍ରେମୀ ଓ ସେବାୟତ ବି ଏଭଳି ମନ୍ତବ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମନ୍ତ୍ରୀ ତୁରନ୍ତ ମହାପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି ବି ଉଠିଛି। ତେବେ ମନ୍ତ୍ରୀ ପ୍ରତାପ ଦେବ ନିଜ ମନ୍ତବ୍ୟ ସଂପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

Advertisment

ବଢୁଛି ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ଅଡୁଆ। ଜଗନ୍ନାଥ-ନବୀନ ତୁଳନାତ୍ମକ ମନ୍ତବ୍ୟକୁ ନେଇ ତାଙ୍କ ଉପରେ ବିରୋଧୀଙ୍କ ଷଣ୍ଢୁଆସି ଆକ୍ରମଣ। ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ହରଡଘଣାରେ ପଡିଛି ଶାସକ ଦଳ। ଜଗନ୍ନାଥଙ୍କ ବଦଳରେ ଓଡିଶା ଏବେ ନବୀନଙ୍କ ପାଇଁ ପରିଚିତ ବୋଲି ଗତକାଲି ବିଜେଡ଼ି ସଭାରେ କହିଥିଲେ ପ୍ରତାପ। ଆଉ ଏହାକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଝଡ଼। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟ୍ବିଟ୍ କରି କହିଛନ୍ତି ଏଭଳି ମନ୍ତବ୍ୟ ଅହଙ୍କାରର ପରିଚାୟକ ପ୍ରତାପଙ୍କ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରୁଛନ୍ତି ନା ନାହିଁ? ଯଦି କରୁନାହାନ୍ତି ତେବେ ପ୍ରତାପଙ୍କୁ ଭତ୍ସନା କରିବେ ତ ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ।

ତେଣେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି ମନ୍ତ୍ରୀ ପୁରୀ ଆସି ଯଦି ମହାପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା ନକରନ୍ତି ତେବେ ତାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇବ ବିଜେପି ପିସିସି ସଭାପତି ମଧ୍ୟ ଜଗନ୍ନାଥ ବିରୋଧୀ ମନ୍ତବ୍ୟକୁ ନେଇ ମନ୍ତ୍ରୀ ପ୍ରତାପ ଦେବଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି- ଓଡିଆ ଜାତି ପାଇଁ ଏହା ଦୁର୍ଭାଗ୍ୟଜନକ।

Advertisment

ଏଠି ପ୍ରଶ୍ନ ଯେଉଁ ଦଳ କହି ବୁଲେ ଜଗନ୍ନାଥ ଓଡିଆ ଜାତିର ଅସ୍ମିତା, ସେଇ ଦଳର ମନ୍ତ୍ରୀ କିପରି ଏଭଳି ମନ୍ତବ୍ୟ ଦେଲେ? ଏହା ଚାଟୁକାରିତା ନା ଏହାପଛରେ ଅଛି ଆଉ କିଛି କାରଣ ? ସେ ଯାହାବି ହେଉ, ମନ୍ତ୍ରୀଙ୍କ ଏଭଳି ବୟାନ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆହତ କରିଛି। ବରିଷ୍ଠ ଶ୍ରୀମନ୍ଦିର ସେବାୟତଙ୍କ ମତ ହେଲା ୨୨ ବର୍ଷର ଏକଛତ୍ରବାଦ ଶାସନର ଏ ହେଉଛି ପରିଣାମ ମନ୍ତ୍ରୀ ତୁରନ୍ତ କ୍ଷମା ମାଗନ୍ତୁ।  

ମନ୍ତ୍ରୀ ପ୍ରତାପ ଦେବଙ୍କ ମନ୍ତବ୍ୟକୁ ନେଇ ତମ୍ବିତୋଫାନ ସୃଷ୍ଟି ହୋଇଥିବାବେଳେ ଏନେଇ ସେ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି। ସେହିପରି ଶାସକ ବିଜେଡି ବି ସଂପୂର୍ଣ୍ଣ ନିରବ ରହିଛି।

(ରିପୋର୍ଟ: ପୁରୀରୁ ମଧୁସୂଦନ ମିଶ୍ର ଓ ଭୁବନେଶ୍ୱରରୁ ଜଗଦୀଶ ଦାସ)

BJD Naveen Pattnaik Pratap Deb
Advertisment
Advertisment