• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଜେଡିକୁ ନେଇ ପୁଣି ଏକ ବଡ଼ ବୟାନ ଦେଇଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି, ବିଜେଡିର ଆୟୁଷ ବହୁତ କ୍ଷୀଣ । ମୋର ସନ୍ଦେହ ହେଉଛି ୨୦୨୯ ପର୍ଯ୍ୟନ୍ତ ବିଜେଡି ରହିବ ନାହିଁ । ବିଜେଡିର ପ୍ରତି ନେତା ଏବେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ରହିଛନ୍ତି । ଆମ ସହ ଯୋଗାଯୋଗ ବେଳେ ବହୁତ ନେତା ଦଳର ସ୍ଥିତିକୁ ଦେଖି ନିଜ ଭବିଷ୍ୟତ ଲାଗି ଚିନ୍ତାରେ ପଡ଼ିଥିବା କହୁଛନ୍ତି ।

ସେହିପରି ବିଜେଡିର ନେତୃତ୍ୱକୁ ନେଇ ମଧ୍ୟ ଟାର୍ଗେଟ କରିଛନ୍ତି ଜୟନାରାୟଣ । ସେ କହିଛନ୍ତି- ବିଜେଡିରେ ନେତୃତ୍ୱ ସଙ୍କଟ ଦେଖାଦେଇଛି । କିଏ ଲିଡ୍‌ କରିବ, କିଏ ନେତୃତ୍ୱ ନେବ ଏ ସବୁ କଥାକୁ ନେଇ ବିଜେଡି ନେତାମାନେ ଏବେ ବହୁତ ଚିନ୍ତିତ ଅଛନ୍ତି । ବିଜେଡିର ଅସ୍ତିତ୍ୱ ପ୍ରତି ସନ୍ଦେହ ଜାତ ହେଉଛି । ନବୀନ ବାବୁ ତାଙ୍କ ନେତା କିନ୍ତୁ ମୁଖ୍ୟମନ୍ତ୍ରୀ ଆସନ ପାଣ୍ଡିଆନଙ୍କୁ ଲିଜରେ ଦେଇଥିଲେ, ସେଥିପାଇଁ ଇଏ ପରିସ୍ଥିତି । ତଥାପି ପାଣ୍ଡିଆନଙ୍କୁ ଛାଡ଼ି ନବୀନ ରହି ପାରୁ ନାହାନ୍ତି । ତାଙ୍କ ଭିତରେ କ’ଣ ବାୟୋଲୋଜି ଓ କେମେଷ୍ଟ୍ରି କ’ଣ ଅଛି କେଜାଣି । ଏବେ ବି ସବୁବେଳେ ନବୀନ ନିବାସରେ ପାଣ୍ଡିଆନ ରହୁଛନ୍ତି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।

ଅନ୍ୟପକ୍ଷରେ ମୁନ୍ନା ଖାନ ଦେଇଥିବା ବୟାନକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଜୟନାରାୟଣ । ସେ କହିଛନ୍ତି- ସେ ତ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ । କୁଆଡ଼େ ଯିବେ ଚିନ୍ତା କରୁଛନ୍ତି । ତେଣୁ ମୁନ୍ନା କ’ଣ ବା କହିବେ । ୧୪ ଜଣ ଗଲେ ତାଙ୍କର ଟୁ-ଥାର୍ଡ ହେଉଛି କି ? ଯିଏ କହୁଛନ୍ତି ଏମିତି ତାଙ୍କୁ ଗଣିତ ଜଣା ନାହିଁ । ଦଳ ବଦଳ ପାଇଁ ଅତିକମ୍‌ରେ ଟୁ-ଥାର୍ଡ ମେଜରିଟି ହେବା କଥା । ଯିଏ ରାଜନୀତି ଗଣିତ ବୁଝିନାହିଁ ସେ ଏମିତି ସବୁ କୁହନ୍ତି । କ’ଣ ଗୋଟେ କହିବା ପାଇଁ ଏସବୁ ବିଜେଡି ନେତା କହୁଛନ୍ତି । ବିଜେଡି ହେଉଛି ଗୋଟେ ଦାସତ୍ୱ ପାର୍ଟି । ସେ ଦଳର ନେତାମାନେ ଜରି ପକେଇବା ଚେୟାର ବୋହିବା କାମ କରିବା ଲୋକ, ତାହା ନ କରି କାହିଁକି ରାଜନୈତିକ ବିବୃତି ଦେଉଛନ୍ତି ବୋଲି କହି ଟାର୍ଗେଟ କରିଛନ୍ତି ଜୟନାରାୟଣ ମିଶ୍ର ।

ସୂଚନା ଅନୁସାରେ ବିଜେଡି ଜନସମ୍ପର୍କ ପଦଯାତ୍ରରେ ବଡ଼ ବୟାନ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାନ୍‌ । ବିଜେଡି ସାଂସଦଙ୍କ ଏହି ବୟାନ ପରେ ଏବେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ସେ କହିଛନ୍ତି, ବିଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ । ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ୨୨ ନେତା ବିଜେପିରେ ଯୋଗ ଦେଇଥିଲେ, ସେମାନେ ଏବେ ବିଧାୟକ ହୋଇଛନ୍ତି । ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍‌ରେ ଅଛନ୍ତି, ତେଣୁ ବିଜେଡି କ୍ଷମତାକୁ ଫେରିବା ରାସ୍ତା ଖୋଲୁଛି ବୋଲି କହିଛନ୍ତି ମୁନ୍ନା ଖାଁ ।

ସୂଚନା ଅନୁସାରେ ଗତକାଲି ନବରଙ୍ଗପୁରରେ ବିଜେଡି ଜନସଂପର୍କ ପଦଯାତ୍ରାରେ କର୍ମୀଙ୍କୁ ସମ୍ବୋଧନ କରି ଏଭଳି ଦମ୍ଭୋକ୍ତି କରିଛନ୍ତି ରାଜ୍ୟସଭା ସାଂସଦ ମୁନା ଖାନ୍ । ତାସହ ଆହୁରି ମଧ୍ୟ କହିଛନ୍ତି- ଏବେ ବି ୯୦ ପ୍ରତିଶତ ବ୍ଲକ ଏବଂ ଜିଲ୍ଲା ପରିଷଦ ବିଜେଡି ଦଖଲରେ ଅଛି, ତେଣୁ ଏବେ ନିର୍ବାଚନ ହେଲେ ଆମେ ଶହେ ସିଟ୍ ଜିତିବୁ ।

OTV is now on Whatsapp

Join and get latest news update delivered to you via whatsapp

Join Now