ସୌମ୍ୟଙ୍କୁ ବହିଷ୍କାର ନେଇ ବିଜେଡିର ପ୍ରେସ୍ ରିଲିଜ୍ । ସୌମ୍ୟଙ୍କ ଖବରକାଗଜରେ ଲୋନ୍ ସ୍କାମ୍ ନେଇ ସୌମ୍ୟଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି । ପ୍ରେସ୍ ରିଲିଜ୍ରେ କୁହାଯାଇଛି ଯେ ଲୋନ୍ ସ୍କାମ୍ ନେଇ ଇଓଡବ୍ଲୁରେ ଅଭିଯୋଗ ହୋଇଛି । ଅନେକ ପୂର୍ବତନ କର୍ମଚାରୀ ଏନେଇ ଅଭିଯୋଗ କରିଛନ୍ତି । ୩ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଲୋନ୍ ଉଠାଯାଇଛି । ଜାଲ୍ ଡକ୍ୟୁମେଣ୍ଟ ଯୋଗେ କୋଟି କୋଟି ଟଙ୍କା ଉଠାଯାଇଛି । ଲୋନ୍ ଉଠାଇବା ପାଇଁ ଏହା ଏକ ସଂଗଠିତ ବ୍ୟାଙ୍କ୍ ଫ୍ରଡ୍ ।
ବିରୋଧ କରିବାରୁ ବଳି ପଡ଼ିଲେ କି ସୌମ୍ୟ ? ଫାଇଭ୍-ଟି ସଚିବ ଓ ନବୀନଙ୍କୁ ଟାର୍ଗେଟ କରିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଲା । ପ୍ରଥମେ ଦଳର ଉପସଭାପତି ପଦରୁ ହଟାଇବା ପରେ ଏବେ ଦଳରୁ ବିଦା କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ମଧ୍ୟ ବିଜେଡିରୁ ବିଦା କରାଯାଇଛି । ଜନ ବିରୋଧୀ କାର୍ଯ୍ୟକଳାପ ନେଇ ଉଭୟ ବିଧାୟକଙ୍କୁ ବହିଷ୍କାର କରାଯାଇଛି ।
Also Read
କିଛି ଦିନ ପୂର୍ବରୁ ଜଣେ ପୂର୍ବତନ କର୍ମଚାରୀଙ୍କ ପୁରୁଣା ଲୋନ୍ ଠକେଇ ଅଭିଯୋଗକୁ ଭିତ୍ତି କରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଖବରକାଗଜ ସଂସ୍ଥା ସମୁହ ଉପରେ କ୍ରାଇମବ୍ରାଞ୍ଚ EOWର ରେଡ୍ ହୋଇଥିଲା ।
ସୌମ୍ୟରଞ୍ଜନ ପଟ୍ଟନାୟକ ଯେବେଠୁ ଆମଘରର ହାଲଚାଲରେ ଯେମିତିକି ଗତ ମାସ ୧୮ରେ ନିଜ ଜନ୍ମଦିନର ଅନୁଚିନ୍ତାରେ- ମନ୍ତ୍ରୀ ବଡ଼ କି ସଚିବ ବଡ଼ ବୋଲି ପଚାରିଥିବା ପ୍ରଶ୍ନ ଏବଂ ଅଗଷ୍ଟ ୨୭ରେ ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ଶୀର୍ଷକ ଲେଖା ଲେଖିଲେ, ତା’ପରେ ଆକ୍ସନ ଆରମ୍ଭ ହୋଇଥିଲା ।