Advertisment

ଭାଙ୍ଗୁଛି ବିଜେଡି, ଦମ୍ଭୋକ୍ତି ଛାଡୁନାହାଁନ୍ତି ଦଳୀୟ ନେତା; ଦେବାଶିଷଙ୍କ ପରେ ମୁନ୍ନାଙ୍କ ଅଦ୍ଭୁତ ଗଣିତ

ବିଜେଡି ପାଦ ତଳୁ ମାଟି ଖସୁଥିବା ବେଳେ ସାଂସଦ ମୁନ୍ନା ଖାଁଙ୍କ ବୟାନ ରାଜନୀତିକୁ ଆହୁରି ସରଗରମ କରିଛି । ୧୪ ବିଜେପି ବିଧାୟକ ଏବେ କୁଆଡେ ବିଜେଡି ସଂପର୍କରେ ଅଛନ୍ତି। ଖୁବ ଶୀଘ୍ର ବିଜେଡି କ୍ଷମତାକୁ ଫେରିବ ବୋଲି କହି କର୍ମୀଙ୍କ ଆଗରେ ଦମ୍ଭୋକ୍ତି ବାଢିଛନ୍ତି ।

author-image
Sujit kumar Swain
undefined

BJD Confident of Regaining Power

ବିଜେଡି ରାଜ୍ୟସଭା ସାଂସଦଙ୍କ ଅଦ୍ଭୁତ ଗଣିତ। ଦେବାଶିଷଙ୍କ ପରେ ମୁନ୍ନା। ବିଜେଡି ପାଦ ତଳୁ ମାଟି ଖସୁଥିବା ବେଳେ ସାଂସଦ ମୁନ୍ନା ଖାଁଙ୍କ ବୟାନ ରାଜନୀତିକୁ ଆହୁରି ସରଗରମ କରିଛି । ୧୪ ବିଜେପି ବିଧାୟକ ଏବେ କୁଆଡେ ବିଜେଡି ସଂପର୍କରେ ଅଛନ୍ତି। ଖୁବ ଶୀଘ୍ର ବିଜେଡି କ୍ଷମତାକୁ ଫେରିବ ବୋଲି କହି କର୍ମୀଙ୍କ ଆଗରେ ଦମ୍ଭୋକ୍ତି ବାଢିଛନ୍ତି । ଯାହାର ଜବାବରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ମୁନ୍ନାଙ୍କ ଗଣିତ ଜ୍ଞାନ ନଥିବା କହି କଡ଼ା ସମାଲୋଚନା କରିଛନ୍ତି । ତାସହିତ ୨୦୨୯ ବେଳକୁ ବିଜେଡି ଥିବ କି ନାହିଁ ସନ୍ଦେହ ପ୍ରକାଶ କରିଛନ୍ତି ।  

Advertisment

ଭାଙ୍ଗୁଛି ବିଜେଡି। ହେଲେ ଦମ୍ଭୋକ୍ତି ଛାଡୁନାହାଁନ୍ତି ଦଳୀୟ ନେତା। ନବରଙ୍ଗପୁରରେ ଏକ ପଦଯାତ୍ରା ସଭାରେ ବିଜେଡି ରାଜ୍ୟସଭା ସାଂସଦ ମୁନା ଖାଁ କହିଛନ୍ତି ୧୪ ବିଜେପି ବିଧାୟକ ଏବେ ବିଜେଡି ଟଚ୍‌ରେ । ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ୨୨ ନେତା ବିଜେପିରେ ମିଶିଥିଲେ। ଯେଉଁମାନେ ଏବେ ବିଧାୟକ। ଆଉ ଏହି ୨୨ ଜଣଙ୍କ ଭିତରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କରେ ଅଛନ୍ତି । ଯାହାଫଳରେ ବିଜେଡି ଆଉ ଅଳ୍ପ ଦିନରେ କ୍ଷମତାକୁ ଫେରିବ ବୋଲି ମୁନ୍ନା ନିଜ ଅଭିଭାଷଣରେ କହିଛନ୍ତି । ଏହା ବି କହିଛନ୍ତି, ୯୦ ପ୍ରତିଶତ ବ୍ଲକ୍ ଓ ଜିଲ୍ଲା ପରିଷଦ ବିଜେଡି ଦଖଲରେ ଅଛି । ତେଣୁ ଆଜି ବି ଯଦି ନିର୍ବାଚନ ହୁଏ ତାହାଲେ ବିଜେଡି ୧୦୦ ସିଟ୍ ଜିତିବ। ସେପଟେ ମୁନ୍ନା ଖାଁଙ୍କୁ କାଉଣ୍ଟର କରିଛନ୍ତି ବିଜେପି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ୧୪ ଗଲେ କଣ ଦଳ ବଦଳ ନିୟମ ଲାଗୁ ହେବନି ? ମୁନ୍ନା ଖାଁଙ୍କୁ ରାଜନୀତି ଗଣିତ ଜଣା ନାହିଁ । ତାସହ କହିଛନ୍ତି, ମତେ ସନ୍ଦେହ ହେଉଛି ୨୦୨୯ ଯାଏ ବିଜେଡି ରହିବ ନା ନାହିଁ। ବିଜେଡି ଅଧିକାଂଶ ନେତା ନେତୃତ୍ବ ସଂକଟ ଲାଗି ଆମ ସହ ଯୋଗାଯୋଗରେ ଅଛନ୍ତି । 

ନିର୍ବାଚନ ସରିବାର ମାତ୍ର ୬ ମାସ ପୂରି ନଥିଲେ ବି ବିଜେଡିରେ ଜଣକ ପରେ ଜଣେ ନେତା କ୍ଷମତାକୁ ଫେରିବା ଲାଗି ଅଜବ ଅଜବ ଯୁକ୍ତି ବାଢୁଛନ୍ତି । ଦୁଇ ଦିନ ତଳେ ପ୍ରମିଳା ମଲ୍ଲିକ କହିଥିଲେ ବର୍ତ୍ତମାନ ନିର୍ବାଚନ ହେଲେ ଆମେ ୧୪୦ ସିଟରେ ବିଜୟୀ ହେବୁ । ବିଜେଡି ନୁହେଁ ବିଜେପିରେ ଏବେ ଅସମ୍ଭାଳ ସ୍ଥିତି। ଯେଉଁଠି କି ବିଜେଡି ଗୋଷ୍ଠୀ କନ୍ଦଳ ତୀବ୍ରତର ହେଲାଣି । ସେହିପରି କିଛି ଦିନ ତଳେ ପାରାଦ୍ବୀପ ସଭାରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡି କ୍ଷମତାକୁ ଫେରିବା ନେଇ ନୂଆ ସମୀକରଣ ବୁଝାଇଥିଲେ। ୭ ସିଟ୍‌ରେ ଉପନିର୍ବାଚନ ହେବ, ନବୀନ ବୁଲି ପ୍ରଚାର କଲେ ବିଜେଡି ସବୁଥିରେ ବିଜୟୀ ହେବ ଏବଂ ପରେ କଂଗ୍ରେସ ସହ ମିଶି ପୁଣି ସରକାର କରିବେ ବୋଲି ଦଳପତିଙ୍କୁ ସେ କହିଥିବା କର୍ମୀମାନଙ୍କୁ କହିଥିଲେ। ଏଠି ପ୍ରଶ୍ନ ଉଠୁଛି କ୍ଷମତାରୁ ଯିବାର ମାତ୍ର କେଇ ମାସ ଭିତରେ ବିଜେଡି ନେତାଙ୍କୁ ଏଭଳି ଉଦ୍ଭଟ ଚିନ୍ତା ଆସୁଛି କେମିତି ? ରାଜ୍ୟରେ ସତ୍ତା ପରିବର୍ତ୍ତନ ହୋଇଥିବା କଥାକୁ ହଜମ କରିପାରୁ ନାହାନ୍ତି, ନା କର୍ମୀଙ୍କୁ ଖୁସି କରିବାକୁ ଏଭଳି କହୁଛନ୍ତି।

Advertisment

ପରାଜୟ ପରେ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ଏବଂ ଦିନକ ତଳେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେଡି ଛାଡିଛନ୍ତି। ଏଭଳି ସ୍ଥଳେ କ୍ଷମତାକୁ ଫେରିବା ନେଇ ବିଜେଡି ସାଂସଦଙ୍କ ଏଭଳି ବୟାନ ଦଳକୁ ବେଶୀ ଅଡୁଆରେ ପକାଉନି ତ ? 

BJD BJP Politics BJP MLA
Advertisment
Advertisment