Advertisment

BJD Politics: ପୁଣି ଫେରିଲେ ବବି, ଅରୁଣ, ସଞ୍ଜୟ, ଅତନୁ, ଏମାନଙ୍କୁ ଆଗକୁ ଛାଡ଼ିଲା ଦଳ

ବିଜେପିକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ବିଜେଡି । ଦଳ ଦୁର୍ବଳ ଥିବା ୨୭ଟି ନିର୍ବାଚନମଣ୍ଡଳୀରେ ସଂଗଠନକୁ ଆଗେଇ ନେବାକୁ ଏଇ ନେତାମାନଙ୍କୁ ଦିଆଯାଇଛି ଦାୟିତ୍ୱ । ପୁଣି ଏଇମାନଙ୍କ ଉପରେ ଭରସା କରିଛି ଦଳ ।

ଅଦ୍ୟତନ ହୋଇଛି
BJD Politics

BJD Politics

Advertisment

ଗତ ବିଧାନସଭା ନିର୍ବାଚନରେ ବିଜେଡି ହାରିଥିବା ଆସନ ମଧ୍ୟରୁ ୨୭ଟି ଆସନ ବିଷୟରେ ଚିନ୍ତା କରୁଛି ଦଳ । ଏହି ୨୭ଟି ଆସନରେ ସାଂଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ୯ ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ । ଏହି ୯ ଜଣଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ଗତ ନିର୍ବାଚନରେ ଜିତିଥିବା ନେତା । ଅନ୍ୟମାନେ ନିର୍ବାଚନରେ ଜିତି ପାରିନଥିଲେ । ଗତ ନିର୍ବାଚନରେ ବିଜେଡି ୯୬ଟି ଆସନରେ ପରାଜିତ ହୋଇଥିଲେ ମଧ୍ୟ ୨୭ଟି ଆସନରେ ଦଳକୁ କ୍ରିୟାଶୀଳ କରିବାକୁ ନିଷ୍ପତ୍ତି ନେଇଛି ।

Advertisment

ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଝାରସୁଗୁଡା ଓ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ଦାୟିତ୍ୱ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ତେଲକୋଇ, ପାଟଣା, ଚମ୍ପୁଆ, ପାରାଦୀପ ଓ ହିନ୍ଦୋଳ ଦାୟିତ୍ୱ ଦିଆଯାଇଛି । ଅତନୁଙ୍କୁ ବିଜୟ କୁମାର ନାୟକ ସହାୟତା କରିବେ । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କଟକ - ବାରବାଟୀ, କଟକ – ସଦର ଓ ନିଆଳି କଥା ବୁଝିବେ । ନିମାପଡ଼ା, ପିପିଲି ଓ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ବିଜେଡିର କାର୍ଯ୍ୟକ୍ରମକୁ ଆଗେଇ ନେବେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ । ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସାନଖେମୁଣ୍ଡି, ଛତ୍ରପୁର, ଗୋପାଳପୁର ଓ ବ୍ରହ୍ମପୁର ଆସନ ଦାୟିତ୍ୱ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ବଡଚଣା, ରାଇରଙ୍ଗପୁର, ବଡସାହି, ଉଦଳା ଓ ଛେଣ୍ଡିପଦାରେ ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ଆଗେଇନେବେ । ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ବଣେଇ ଓ ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ରହିବେ । ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଭଟଲିରେ ସଂଗଠନକୁ ସକ୍ରିୟ କରିବେ । ବିଜେପିରୁ ଯାଇ ବିଜେଡିରେ ମିଶିଥିବା ଭୃଗୁ ବକ୍ସିପାତ୍ରଙ୍କୁ ଲକ୍ଷ୍ମୀପୁର ଓ ଚିତ୍ରକୋଣ୍ଡା ବୁଝିବାକୁ କୁହାଯାଇଛି । ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ଏହି ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ : ବ୍ରହ୍ମପୁରରେ ଅସମ୍ଭାଳ ବିଜେଡି କଳି ! ନିଜ ଦଳ ମେୟରଙ୍କ ଚେର କାଟିବାକୁ କାଉନସିଲରଙ୍କ ହଙ୍ଗାମା

Advertisment

କହିବାକୁ ଗଲେ, ଏହି ୨୭ଟି ଆସନରେ ଦଳର ସଂଗଠନ ଦୋହଲିଯାଇଛି । କଟକ – ବାରବାଟୀରେ ଦଳ ୩ ନମ୍ୱର ସ୍ଥାନକୁ ଚାଲିଯାଇଛି । ସେଠି କଂଗ୍ରେସ ଜିତିଥିବା ବେଳେ ସଦର ଓ ନିଆଳିରେ ପ୍ରଥମ ଥର ବିଜେପି ପ୍ରାର୍ଥୀ ଜିତିଛନ୍ତି । ପୂର୍ବରୁ ପ୍ରତାପ କଟକ ଜିଲ୍ଲା ବିଜେଡିର ସଭାପତି ଥିଲେ । ନିମାପଡାରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବିଧାନସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ଖୋର୍ଦ୍ଧା ଓ ପିପିଲିରେ ପ୍ରଥମ ଥର ଜିତିଛି ବିଜେପି । ଏହି ୩ ଆସନରେ ନୟାଗଡ ବିଧାୟକ ତଥା ଅବିଭକ୍ତ ପୁରୀ ଜିଲ୍ଲାର ନେତା ଅରୁଣ ସାହୁ ଦଳର ସଂଗଠନକୁ ମଜବୁତ କରିବେ । ସଞ୍ଜୟ ଦାସବର୍ମା ଦଳ ଶୋଚନୀୟ ଭାବେ ପରାଜିତ ହୋଇଥିବା ଗଞ୍ଜାମ ଜିଲ୍ଲାର ସଂଗଠନକୁ ସୁଦୃଢ କରିବେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦଳର ପୂର୍ବତନ ସଂଗଠନ ସଂପାଦକ ବବି ଦାସ ସର୍ବାଧିକ ୫ଟି ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ରହି କାମ କରିବେ ।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଦଳ ଏବେ ପୁଣି ବବି, ଅରୁଣ, ସଞ୍ଜୟ, ଅତନୁ ଓ ପ୍ରତାପଙ୍କ ଉପରେ ନିର୍ଭରଶୀଳ ହୋଇଛି । ଅନ୍ୟମାନଙ୍କୁ ଦାୟିତ୍ୱ ଦିଆଯାଇଥିଲେ ବି ଏହି ୪ ଜଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଆସନ ବୁଝିବା ପାଇଁ ବଛାଯାଇଛି । କୁହାଯାଏ, ଏହି ୪ ଜଣ ୧୫ ବର୍ଷ ତଳେ ମଧ୍ୟ ଦଳର ଆଗ ଧାଡିରେ ରହି ସବୁ ବୁଝାସୁଝା କରୁଥିଲେ । ଶହୀଦନଗରରେ ଏମାନଙ୍କ କାଟତି ଢେର୍ ଥିଲା ବୋଲି ଚର୍ଚ୍ଚା ହୁଏ ।

Advertisment

ଅଧିକ ପଢ଼ନ୍ତୁ : ପାଣ୍ଡିଆନଙ୍କ ପିଛା ଛାଡୁନି ଚର୍ଚ୍ଚା, ନିଆଁରେ ଘିଅ ଢାଳିଲେ ମନ୍ମଥ

Naveen Patnaik BJD Pratap Jena Sanjay Dasburma Debi Prasad Mishra Pranab Prakash Das Biju Janata Dal Atanu Sabyasachi Nayak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ