Advertisment

ପ୍ରମିଳାଙ୍କ ଦମ୍ଭୋକ୍ତି 'ଏବେ ନିର୍ବାଚନ ହେଲେ BJD ଜିତିବ ୧୪୦ ସିଟ୍', ଜୟନାରାୟଣ କହିଲେ...

ନିର୍ବାଚନ ବିପର୍ଯ୍ୟୟ ପରେ ବି BJDର ମୁହଁ ଭୁରୁଡି ।

author-image
Satyendu Shekher Mishra
undefined

Odisha Politics BJD-BJP

ପୁଣି ମୁହାଁମୁହିଁ ବିଜେଡି-ବିଜେପି। ତେଜିଲା କାଦୁଅ ଫିଙ୍ଗା ରାଜନୀତି। ଚର୍ଚ୍ଚାରେ ପ୍ରମିଳା- ଜୟନାରାୟଣଙ୍କ କଥା କଟାକଟି । ପ୍ରମିଳାଙ୍କ ଦମ୍ଭୋକ୍ତି ଆଜି ବି ନିର୍ବାଚନ ହେଲେ ବିଜେଡି ୧୪୦ ସିଟ୍ ଦଖଲ କରିବ। ଜୟନାରାୟଣଙ୍କ କାଉଣ୍ଟର ହେଲା ୪୦ ବି ପାଇବେନି। ୨୪ ବର୍ଷ ପରେ ବିଜେଡି ଗଡ଼ ଭୁଶୁଡି ଥିବାରୁ ଦଳକୁ ଲାଗିଛି ଶକ୍ତ ଝଟକା। ଗୋଷ୍ଠୀ କନ୍ଦଳ କଥା ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ହେଲେ ଦଳ କହୁଛି ଆମ ନେତା ସବୁ ଠିକ୍ ଅଛନ୍ତି।

Advertisment

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଧାୟକ ଜୟନାରାୟଣ ମିଶ୍ର, ଅଶୋକ ମହାନ୍ତି, ବିଭୁତି ପ୍ରଧାନଙ୍କ ଭଳି ଅନେକ ନେତା ବିଜେଡି ଭାଙ୍ଗିଯିବ ବୋଲି ଅନେକ ଥର ବୟାନ ରଖିଆସିଛନ୍ତି।

ତେବେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଜି ଏହାର ରୋକ୍ ଠୋକ୍ ଜବାବ ଦେଇ କହିଛନ୍ତି ଦଳରେ କାହାର ମତାନ୍ତର ନାହିଁ। କେହି ବିଷୋଦଗାର କରୁନାହାନ୍ତି। ଓଲଟା ବିଜେପିର ନିଜ ଘର ଅସମ୍ଭାଳ। ସେପଟେ ପ୍ରମିଳାଙ୍କୁ କାଉଣ୍ଟର କରି ଜୟନାରାୟଣ କହିଛନ୍ତି ଅମିତ ଶାହାଙ୍କ ଗୋଟିଏ ହୁଇସିଲରେ ବିଜେଡି ଭାଙ୍ଗିଯିବ। ବିଜେଡିର ଦୁଇ ସାଂସଦଙ୍କ ପରେ ଅନେକ ନେତା ଦଳ ଛାଡୁଛନ୍ତି। ଆଗକୁ କେମିତି ବିଜେଡି ରହିବ, ବିଜେଡି ସେକଥା ଭାବୁ।

Advertisment

କୁହାଯାଉଛି, ପାଞ୍ଚ ପାଞ୍ଚ ପାଳି ସରକାରରେ ଥିବା ବିଜେଡିରେ ବର୍ତ୍ତମାନ କେହି କାହାରିକୁ ବରଦାସ୍ତ କରିବା ସ୍ଥିତିରେ ନାହାଁନ୍ତି। ରାଜଧାନୀରୁ ଆରମ୍ଭ କରି ଉପାନ୍ତ ଯାଏ ସବୁଠି ଗୋଷ୍ଠୀ କନ୍ଦଳ ଜଳଜଳ ଦେଖାଦେଉଛି। ପ୍ରଦୀପ ମାଝୀ, ପଦ୍ମନାଭ ବେହେରା, ନୃସିଂହ ସାହୁ, ଭୂପିନ୍ଦର ସିଂ, ଅମର ଶତପଥୀଙ୍କ ଭଳି ବରିଷ୍ଠ ନେତା ପରାଜୟ ପାଇଁ ନିର୍ବାଚନ ପରିଚାଳନାକୁ ଦାୟୀ କରିଛନ୍ତି। ସେହିପରି କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଆସ୍କା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁଙ୍କୁ ପରାଜୟ ପାଇଁ ଦାୟୀ କରି ଗଞ୍ଜାମ ରାଜନୀତିରେ ବିସ୍ଫୋରଣ କରିିଥିଲେ। ଆଜି କିନ୍ତୁ ସେହି ରଞ୍ଜିତା ସାହୁଙ୍କୁ ବସାଇ ଦଳ ସାମ୍ବାଦିକ ସମ୍ମିଳନୀ କରାଇଛି। ଯାହାକୁ ନେଇ ଲତିକା ଗୋଷ୍ଠୀ ପୁରା ଖପ୍ପା।

ଖାଲି ସେତିକି ନୁହେଁ କିଛିଦିନ ତଳେ ଭୁବନେଶ୍ୱରରେ ଏକ ହୋଟେଲରେ ବିଜୁ ବାବୁଙ୍କ ସହ କାମ କରୁଥିବା ୭ ଦିବଂଗତ ନେତାଙ୍କ ପୁଅମାନେ ଯେଉଁମାନେ କି ଏଥର ନିର୍ବାଚନରେ ପରାଜିତ ହୋଇଛନ୍ତି ମେଳି କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ବଢିଥିଲା। ଆଉ ରାଜଧାନୀ ବିଜେଡି କଳି ତ ଚରମରେ। ଶଙ୍ଖ ଭବନରେ ଦୁଇ କର୍ପୋରେଟର ଗୋଷ୍ଠୀଙ୍କ ଭିତରେ ହଙ୍ଗାମା ହୋଇଥିଲା। ସେହିପରି ଶ୍ରୀମୟୀ ମିଶ୍ର ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁଙ୍କ ଭିତରେ ବି କଥା କଟା କଟି ହୋଇଥିଲା।

ବିଜେଡି ସଂଗଠନ ଭୁଶୁଡ଼ିବାରେ ଲାଗିଛି। ଅନ୍ୟପକ୍ଷରେ ନବୀନ ଦଳର ସଂଗଠନ ରକ୍ଷା ଲାଗି ଗ୍ରାଉଣ୍ଡକୁ ଓହ୍ଲାଇଲେଣି। ଏଠି ପ୍ରଶ୍ନ ଅସନ୍ତୁଷ୍ଟଙ୍କୁ ମ୍ୟାନେଜ କରିବାରେ ବିଜେଡି ସଫଳ ହେବ, ନା ବିଜେପିର ଆକଳନ ସତ ହେବ।

BJD BJP Congress Odisha Politics
Advertisment
Advertisment