Advertisment

୨୪ ନିର୍ବାଚନ ପୂର୍ବରୁ ବିରୋଧୀ ମେଳି ! ଦିଲ୍ଲୀରେ ରାହୁଲ ଓ ଖଡଗେଙ୍କ ସହ ନୀତିଶଙ୍କ ଆଲୋଚନା

ଦିନେ ଦୁଇ ଭିତରେ ଦିନ ମେଳିକୁ ନେଇ ହୋଇପାରେ ବଡ଼ ଘୋଷଣା, ମେଣ୍ଟ ସମ୍ପର୍କରେ କଂଗ୍ରେସ ବଡ଼ ଘୋଷଣା କରିବା ନେଇ ସୂଚନା

ଅଦ୍ୟତନ ହୋଇଛି
Nitish Kumar meets Mallikarjun Kharge, Rahul Gandhi

Nitish Kumar meets Mallikarjun Kharge, Rahul Gandhi

Advertisment

୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗଠନ ହୋଇପାରେ ବିଜେପି ବିରୋଧରେ ଏକ ଦୃଢ଼ ବିରୋଧୀ ମେଣ୍ଟ । ଦିଲ୍ଲୀରେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଜେଡିୟୁ ନେତା ନୀତିଶ କୁମାରଙ୍କ ସାକ୍ଷାତ ପରେ ଏ ଚର୍ଚ୍ଚା ଜୋର ଧରିଛି । ନୂଆଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍ଗ ବାସଭବନରେ ନୀତିଶକୁମାର, ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି । ପାଟନାରେ ହେବାକୁ ଥିବା ବିରୋଧୀଙ୍କ ଏକ ବଡ଼ ମେଳି ସମ୍ପର୍କରେ ଏହି ବୈଠକେର ଆଲୋଚନା ହୋଇଥିବା କୁହାଯାଉଛି।

Advertisment

ଅଧିକ ପଢ଼ନ୍ତୁ: ନବୀନଙ୍କ ଭବିଷ୍ୟବାଣୀ ଓ ବିରୋଧୀଙ୍କ ନିର୍ବାଚନୀ ରଣନୀତି

ନୀତିଶଙ୍କ ସହ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ଦିଲ୍ଲୀ ଆସିଛନ୍ତି । ତେବେ ବୈଠକରେ ଅସୁସ୍ଥତା କାରଣରୁ ତେଜସ୍ୱୀ ଖଡଗେଙ୍କ ବାସଭବନରେ ଉପସ୍ଥିତ ନଥିଲେ। ସେପଟେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଓ ଜେଡିୟୁ ମୁଖ୍ୟ ଲଲନ୍ ସିଂ ମଧ୍ୟ ବୈଠକରେ ଯୋଗ ଦେଇଥିବା ସୂଚନା ମିଳିଛି । ଏହି ଅବସରରେ କଂଗ୍ରେସ ବିରୋଧୀ ମେଣ୍ଟ ପ୍ରସଙ୍ଗ ନେଇ ଆସନ୍ତା ଦିନେ ଦୁଇ ଦିନ ଭିତରେ ଏକ ବଡ଼ ଘୋଷଣା କରିବା ନେଇ ସଙ୍କେତ ଦେଇଛନ୍ତି କେ.ସ. ବେଣୁଗୋପାଳ ।

ଏହା ପୂର୍ବରୁ ରବିବାରନୀତିଶ ଓ ତେଜସ୍ୱୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ସେହିଭଳି କର୍ଣ୍ଣାଟକ ନିର୍ବାଚନରେ ବିପୁଳ ବିଜୟ ପରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ମଧ୍ୟ କଂଗ୍ରେସ ସହ ମେଣ୍ଟ ନେଇ ପରୋକ୍ଷରେ ସଙ୍କେତ ଦେଇଥିଲେ । ତେଣୁ ଦେଶର ପ୍ରମୁଖ୍ୟ ଅଣ ବିଜେପି ବିରୋଧୀଙ୍କୁ ନେଇ କଂଗ୍ରେସ ଏକ ବଡ଼ ଷ୍ଟ୍ରାଟେଜି ପ୍ରସ୍ତୁତ କରୁଥିବାରୁ ଦଳ ମେଣ୍ଟ ସମ୍ପର୍କରେ କି ଘୋଷଣା କରିବ, ତାକୁ ଅପେକ୍ଷା କରାଯାଇଛି।...

Advertisment
Rahul Gandhi Nitish Kumar Mallikarjun Kharge General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ