/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662538188.jpg)
Nitish Kumar
ବିରୋଧୀଙ୍କୁ ଏକାଠି କରିବାରେ ଲାଗି ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିରୋଧୀ ଦଳକୁ ଏକଜୁଟ କରିବାକୁ କିଛି ଦିନ ହେଲାଣି ଉଦ୍ୟମ ଜାରି ରଖିଛନ୍ତି ନୀତିଶ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ମଧ୍ୟ ଭେଟିବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି ।
ନୀତୀଶ ଆଉ କିଛି ବିରୋଧୀ ଦଳ ନେତାଙ୍କୁ ଭେଟିବା ସମ୍ଭାବନା ରହିଛି । ଏନସିପି ନେତା ଶରଦ ପାୱାର ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏଥିସହ ଜନତା ଦଳ ସେକୁଲାର ମୁଖ୍ୟ ଏଚ.ଡି କୁମାରସ୍ୱାମୀଙ୍କୁ ମଧ୍ୟ ନୀତିଶ କୁମାର ଭେଟି ପାରନ୍ତି ।
ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ , ସିପିଏମ୍ ନେତା ସୀତାରାମ ୟେଚୁରୀ ଓ ଇଣ୍ଡିଆନ୍ ନେସନାଲ ଲୋକଦଳ ମୁଖ୍ୟ ଓମ୍ ପ୍ରକାଶ ଚୌତାଲା, ସିପିଆଇ ନେତା ଡି ରାଜାଙ୍କ ସହ ଆଲୋଚନା କରିଥିଲେ ନୀତିଶ । ଦୁଇ ଦିନ ତଳେ ନୀତିଶ ଦିଲ୍ଲୀରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ମାନଙ୍କୁ କିପରି ଏକାଠି କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଏନଡିଏ ସହ ସମ୍ପର୍କ ଛିନ୍ନ କରିବା ପରେ ପ୍ରଥମଥର ପାଇଁ ନୀତିଶ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)