Advertisment

‘ମହାପ୍ରଭୁ ୯ ଦିନ ପାଇଁ ମନ୍ଦିରରୁ ବାହାରନ୍ତି, ଏଠି କେମିତି ଗାଁ ଗାଁ ବୁଲୁଛନ୍ତି'

ଗୁଆ ଦେଇ ନିମନ୍ତ୍ରଣ କରାଯାଏ, କିନ୍ତୁ ଏଠି ଗୁଆ ନେଇ ନିମନ୍ତ୍ରଣ ହେଉଛି। ଏହା କି ପ୍ରକାର ନିମନ୍ତ୍ରଣ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି।

author-image
Santosh Kumar Sahoo
Aparajita Sarangi

Aparajita Sarangi

ରାଜ୍ୟରେ ବୁଲୁଥିବା ଅର୍ପଣ ରଥକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ । ମହାପ୍ରଭୁ ୯ ଦିନ ପାଇଁ ମନ୍ଦିରରୁ ବାହାରନ୍ତି, ଏଠି କେମିତି ଗାଁ ଗାଁ ବୁଲୁଛନ୍ତି। ପ୍ରଭୁଙ୍କୁ ଏକ ଅଟୋରେ ଖରା, ଶୀତ, କାକରରେ ବାହାରେ ରଖାଯାଉଛି। ଗାଡ଼ିକୁ ଅଳିଆ ଗଦା ପାଖରେ ପାର୍କିଂ କରି ରଖାଯାଉଛି ବୋଲି ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କୁ ଯିଏ ବି ପରାମର୍ଶ ଦେଉଛନ୍ତି, ତାହା ଭୁଲ୍ ପରାମର୍ଶ।

Advertisment

ସେହିପରି ଗୁଆ ଦେଇ ନିମନ୍ତ୍ରଣ କରାଯାଏ, କିନ୍ତୁ ଏଠି ଗୁଆ ନେଇ ନିମନ୍ତ୍ରଣ ହେଉଛି। ଏହା କି ପ୍ରକାର ନିମନ୍ତ୍ରଣ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି। ତା’ସହ ସୋସିଆଲ୍ ମିଡିଆ ଆକାଉଣ୍ଟ ‘X’ରେ ମଧ୍ୟ ରାଜ୍ୟ ସରକାରଙ୍କୁ ଶାଣିତ ଢଙ୍ଗରେ ସମାଲୋଚନା କରିଛନ୍ତି ଭୁବନେଶ୍ୱର ସାଂସଦ । ବୋକାମୀର ଏଭଳି ଭିନ୍ନ ଚିତ୍ର ଆଜି ସମସ୍ତଙ୍କୁ କଷ୍ଟ ଦେଉଛି ବୋଲି Xରେ କହିଛନ୍ତି ଅପରାଜିତା । ତେବେ ଏନେଇ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Srimandir Parikrama Project Aparajita Sarangi Puri Odisha
Advertisment
Advertisment