Advertisment

ଭଣଜା ଦେଲେନି ଟିକେଟ୍‌, ବିଜେପିରେ ମିଶିଲେ ମାମୁ

ଆଜି ବିଜେପିରେ ସାମିଲ ହୋଇଥିବା ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର ୧୯୯୦ ଓ ୧୯୯୫ରେ ବେଗୁନିଆରୁ ନିର୍ବାଚନ ଲଢ଼ିଥିଲେ।

author-image
Santosh Kumar Sahoo
Bhabani Shankar Jagdev

Bhabani Shankar Jagdev

ବିଜେପିରେ ମିଶିଲେ ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କ ମାମୁ ଭବାନୀ ଶଙ୍କର ଜଗଦେବ ମହାପାତ୍ର । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ପଦ୍ମ ଧରିଲେ ଭବାନୀ ଶଙ୍କର ଜଗଦ୍ଦେବ। ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ସହପ୍ରଭାରୀ ଲତା ଉସେଣ୍ଡି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଜେପିରେ ସେ ସାମିଲ ହୋଇଛନ୍ତି।

Advertisment

ଆଜି ବିଜେପିରେ ସାମିଲ ହୋଇଥିବା ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର ୧୯୯୦ ଓ ୧୯୯୫ରେ ବେଗୁନିଆରୁ ନିର୍ବାଚନ ଲଢ଼ିଥିଲେ। ଜନତା ଦଳ ଟିକେଟ୍‌ରୁ ସେ ୧୯୯୫ରେ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିଲେ। ଏହା ପରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ। ତେବେ ଏବେ ପୁଣି ନିର୍ବାଚନ ମଣ୍ଡଳୀରେ ସେ ସକ୍ରିୟ ହୋଇଛନ୍ତି। ତେବେ ଆସନ୍ତା ନିର୍ବାଚନରେ ବିଜେଡିରୁ ଟିକେଟ ମାଗି ଥିଲେ ବି ଭଣଜା ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ ଟିକେଟ୍‌ ପାଇଁ ମନା କରିଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଭେଟିବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଭେଟିବାକୁ ଦେଇନଥିଲେ । ଫଳରେ ଅନ୍ୟ କୌଣସି ବାଟ ନ ପାଇ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି ।

BJP Pranab Prakash Das
Advertisment
Advertisment