Advertisment

​​​​​​​ବଲାଙ୍ଗୀର ପଲିଟିକ୍ସରେ ବଦଳିବ କି ରାଜାଘର ଚେହେରା ? ସାନ ଭାଇର ସ୍ଥାନ ନେବେ କି ମଝିଆ ଭାଇ ?

ପତ୍ନୀ ନିର୍ଯାତନା ମାମଲାରେ ଛନ୍ଦି ହେବା ପରେ ବଢ଼ିଲା ଚର୍ଚ୍ଚା । ବିଜେଡି ନେତା ଅର୍କେଶଙ୍କ ଜାଗାରେ ଗଡ ଜଗିଛନ୍ତି ଭାଇ ମନ୍ମଥ ।

ଅଦ୍ୟତନ ହୋଇଛି
Balangir News Today

Odisha Politics, Balangir Politics

Advertisment

ବଲାଙ୍ଗିର ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ରାଜାଘର କଳି ପଦାକୁ ଆସିବା ପରେ ଚର୍ଚ୍ଚା ହେଉଛି ଯେ, ଏଥର ବଦଳିପାରେ ଚେହେରା । ସାନ ଭାଇ ଅର୍କେଶଙ୍କ ସ୍ଥାନରେ ନିର୍ବାଚନ ଲଢିପାରନ୍ତି ମଝିଆ ଭାଇ ମନ୍ମଥ ବିଜୟ ସିଂଦେଓ। ଗୋଟିଏ ଦଶନ୍ଧିରୁ ଅଧିକ ସମୟ ପରେ, ପୁଣି ବଲାଙ୍ଗିର ରାଜନୀତିରେ ସକ୍ରିୟ ହୋଇଛନ୍ତି ବିଜେଡି ଭେଟେରାନ୍ ଅନଙ୍ଗ ଉଦୟଙ୍କ ମଝିଆ ପୁଅ ମନ୍ମଥ ସିଂଦେଓ। ସେପଟେ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି ପ୍ରତିକ୍ରିୟା ଦେଇସାରିଛନ୍ତି ନରସିଂହ ମିଶ୍ର।

Advertisment

ବିଜେଡି ଭେଟେରାନ୍ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ପୁଅ ଅର୍କେଶଙ୍କ ଜାଗାରେ ଏବେ ଗଡ ଜଗିଛନ୍ତି ମଝିଆ ଭାଇ ମନ୍ମଥ ବିଜୟ ସିଂଦେଓ। ଜିଲ୍ଲାର ସମସ୍ତ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି ମନ୍ମଥଙ୍କୁ। କର୍ମୀଙ୍କ ସହ ଏକା ବୈଠକ ବି କରୁଛନ୍ତି। ସାଂଗରେ ବେଳେ ବେଳେ ବାପା ଅନଙ୍ଗ ବି ଏରିଆ ବୁଲୁଛନ୍ତି। ବଡ଼ କଥା ହେଉଛି ଯେ, ମନ୍ମଥଙ୍କୁ ଯେତେବେଳେ ନିର୍ବାଚନ ଲଢିବା କଥା ପଚରାଯାଇଛି, ସିଧାସଳଖ ନା କରିନାହାନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହାକୁ ଟିକେଟ ଦେବେ ଆମେ ସମର୍ଥନ କରିବୁ।

ବଲାଙ୍ଗିରର ଶୈଳଶ୍ରୀ ପ୍ୟାଲେସ। ଜିଲ୍ଲା ରାଜନୀତିର କ୍ଷମତା କେନ୍ଦ୍ର । ପଟ୍ଟାୟତ ରାଜା ତଥା ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦେଓ ରାଜପରିବାରର ଅପ୍ରତିନ୍ଦ୍ୱନ୍ଦ୍ୱୀ ନେତା। ଲଗାତର ପାଂଚଥରର ବିଧାୟକ, ରାଜ୍ୟସଭା ସାଂସଦ। ବଡପୁଅ କଳିକେଶ ନାରାୟଣ ସିଂଦେଓ ପ୍ରଥମେ ବିଧାୟକ ତାପରେ ଦୁଇଥରର ସାଂସଦ।

Advertisment

୨୦୧୯ରେ ଅନଙ୍ଗ ଉଦୟଙ୍କ ଅବସର ପରେ ବଲାଙ୍ଗିର ରାଜନୀତିରେ ଡେବ୍ୟୁ କରିଥିଲେ ସାନପୁଅ ଅର୍କେଶ। ପ୍ୟାଲେସ ହେଉ କି ପ୍ରଚାର, ପାଖେ ପାଖେ ରହୁଥିଲେ ପତ୍ନୀ ଅଦ୍ରିଜା ସିଂଦେଓ। ଗତ ପଂଚାୟତ ଓ ପୌର ନିର୍ବାଚନରେ ପୂରା ଆକ୍ଟିଭ ଥିଲେ ଅଦ୍ରିଜା। ହେଲେ ନିକଟରେ ଡେରାଡୁନସ୍ଥିତ ଅର୍କେଶଙ୍କ ଘରେ ଅଦ୍ରିଜାଙ୍କ ପରିବାର ଓ ଅର୍କେଶଙ୍କ ଭିତରେ ପାଟିତୁଣ୍ଡ ଯୋଗୁଁ, ପଦାରେ ପଡିଥିଲା ରାଜାଘର ଗୁମର କଥା।

ଗତବର୍ଷ ସେପଟେମ୍ବର ୩୦ ତାରିଖରେ ଶ୍ୱଶୁର ଅନଙ୍ଗ ଉଦୟ ସିଂଦେଓ, ଶାଶୁ ବିଜୟଲକ୍ଷ୍ମୀ ଦେବୀ, ଦେଢଶୁର କଳୀକେଶ ଓ ତାଙ୍କ ପତ୍ନୀ ଏବଂ ଅର୍କେଶଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ ଅଦ୍ରିଜା। ଏବେ ରାଜାଘର କଳି ବାହାରକୁ ଆସିବା ପରେ ଅନଙ୍ଗ, ମଝିଆ ପୁଅକୁ ରାଜନୀତିକୁ ଆଣିବାକୁ କ୍ଷେତ୍ର ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି।

Advertisment

ବଲାଙ୍ଗିର ସଦର ନିର୍ବାଚନ ମଣ୍ଡଳୀରେ ସବୁବେଳେ ସିଂହ ଲଢେଇ। ୨୦୧୯ରେ ନରସିଂହ ମିଶ୍ରଙ୍କଠାରୁ ନିର୍ବାଚନ ହାରିଥିଲେ ଅର୍କେଶ ନାରାୟଣ ସିଂଦେଓ। ଏବେ ପ୍ରଶ୍ନ ଉଠୁଛି, ଘରୋଇ କଳିରେ ଛନ୍ଦି ହୋଇଥିବା ଅର୍କେଶ, ଆଗକୁ ବଲାଙ୍ଗିର ରାଜନୀତିରେ ସକ୍ରିୟ ହେବେ, ନା ତାଙ୍କ ଜାଗା ନେବେ ମଝିଆ ଭାଇ ମନ୍ମଥ ?

BJD Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ