Advertisment

ପାଣ୍ଡିଆନଙ୍କୁ ‘ଆମ ପ୍ରିୟ ମୁଖ୍ୟମନ୍ତ୍ରୀ’ କହିଲେ ପ୍ରମିଳା ବିଶୋୟୀ

ପାଖରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବି ଉପସ୍ଥିତ ଅଛନ୍ତି। ଅଥଚ କିଛି କହୁନାହାଁନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Aska MP Pramila Bisoyi addresses 5T Secy as CM during public meeting

Aska MP Pramila Bisoyi addresses 5T Secy as CM during public meeting

ଗଞ୍ଜାମ ଜିଲ୍ଲା ପାଇଁ ଆଉ ଏକ ନୂତନ ସରକାରୀ ବସ୍ ସେବାର ଲୋକାର୍ପଣ। ଶେରଗଡ଼-ପୁରୀ ରୁଟ୍ ମଧ୍ୟରେ ସାଧାରଣଯାତ୍ରୀଙ୍କ ଗମନାଗମନ ପାଇଁ ନୂତନ ବସ୍ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଏହି ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ଫଳରେ ଶେରଗଡ଼ ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ଉପକୃତ ହୋଇପାରିବେ।

Advertisment

ତେବେ ରୋଚକ କଥା ହେଉଛି, ଏହି ଲୋକାର୍ପଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋଡରେ ଉପସ୍ଥିତ ଥିବାବେଳେ 5T ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଛନ୍ତି ବିଜେଡି ସାଂସଦ ପ୍ରମିଳା ବିଶୋୟୀ। ଥରେ ନୁହେଁ, ଦୁଇ ଦୁଇ ଥର ପାଣ୍ଡିଆନଙ୍କୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରି ସଭାରେ ନିଜର ଅଭିଭାଷଣ ରଖିଥିଲେ।

ପାଖରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବି ଉପସ୍ଥିତ ଅଛନ୍ତି। ଅଥଚ କିଛି କହୁନାହାଁନ୍ତି। ତେବେ ଜଣେ ସାଂସଦ ହୋଇ କେଉଁ ପରିସ୍ଥିତିରେ 5T ସଚିବଙ୍କୁ ‘ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ବାବୁ’ ବୋଲି ଦୁଇ ଦୁଇ ଥର ସମ୍ବୋଧନ କଲେ, ସେନେଇ ଆସିକା ସାଂସଦ ପ୍ରମିଳା ବିଶୋୟୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହାର ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ଗଂଜାମ ଜିଲ୍ଲାରେ ଲାଗିରହିଛି ଜୋରଦାର ଚର୍ଚ୍ଚା। 

Advertisment

Advertisment
Advertisment