/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707887649.jpg)
Ashwini vaishnaw
ତୃତୀୟ ରାଜ୍ୟସଭା ପ୍ରାର୍ଥୀକୁ ନେଇ ହଟିଲା ସସ୍ପେନ୍ସ । ଓଡ଼ିଶାରୁ ତୃତୀୟ ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ୱିନୀ ବୈଷ୍ଣବ । ଆଜି ବିଜେପି ପକ୍ଷରୁ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରାଯାଇଛି । ପୂର୍ବରୁ ବିଜେଡି ପକ୍ଷରୁ ୨ ଜଣ ନାମାଙ୍କନ ଭରି ସାରିଥିବାବେଳେ ତୃତୀୟ ଆସନକୁ ନେଇ ଲାଗି ରହିଥିଲା ସସପେନ୍ସ । ଯାହାକି ବର୍ତ୍ତମାନ ସ୍ପଷ୍ଟ ହୋଇଛି ।
ହଠାତ୍ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିଲା । ତାଙ୍କର ସମ୍ଭାବ୍ୟ ପ୍ରାର୍ଥିତ୍ୱ ଦାବିଦାର ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା । ଯାହାକି ଏବେ ସତ ହୋଇଛି । ଆଜିଠୁ ଦୁଇଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ସେପଟେ ଆଜି ସମସ୍ତ ବିଜେପି ବିଧାୟକମାନଙ୍କୁ ଭୁବନେଶ୍ୱର ଡକରା ହୋଇଛି । ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିବାକୁ ବିଧାୟକମାନଙ୍କୁ କୁହାଯାଇଛି । ହେଲେ କଣ ପାଇଁ ଏବଂ କେଉଁ କାର୍ଯ୍ୟକ୍ରମ ରାଜ୍ୟ ବିଜେପି ମୁଖ୍ୟାଳୟରେ ରହିଛି ସେନେଇ ସ୍ପଷ୍ଟ ନଥିବା ବେଳେ ବର୍ତ୍ତମାନ ରାଜ୍ୟସଭା ପାଇଁ ତୃତୀୟ ପ୍ରାର୍ଥୀ ଭାବେ ଅଶ୍ୱିନୀଙ୍କ ନାଁ ଘୋଷଣା କରାଯିବା ସ୍ପଷ୍ଟ କରିଛି ।
ଏହା ପୂର୍ବରୁ ୨୦୧୯ରେ ଅଶ୍ୱିନୀ ବୈଷ୍ଣବ ଉଭୟ ବିଜେପି ଓ ବିଜେଡିର ମିଳିତ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଆଉ ବର୍ତ୍ତମାନ ୨୦୨୪ରେ ମଧ୍ୟ ଅଶ୍ୱିନୀଙ୍କୁ ରିପିଟ୍ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)