/odishatv-khabar/media/post_attachments/uploadimage/library/16_9/16_9_0/Kejriwal_1752125070.jpg)
Kejriwal
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କରଜ୍ରିୱାଲଙ୍କ ବୟାନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି । ସୁଶାସନ ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ୍ ବୋଲି କହିଛନ୍ତି କେଜ୍ରିୱାଲ । ଯଦିଓ ବିଜେପି ତାଙ୍କ ମନ୍ତବ୍ୟକୁ ହାସ୍ୟାସ୍ପଦ ବୋଲି କହିଛି ।
ଅଧିକ ପଢନ୍ତୁ: ରାଜନୀତିରୁ ଅବସର ପରେ କଣ କରିବେ କହିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ
ଆପର ବରିଷ୍ଠ ନେତା ଜସ୍ମିନ ଶାହଙ୍କ ପୁସ୍ତକ ‘ଦି କେଜ୍ରିୱାଲ ମଡେଲ’ର ପଞ୍ଜାବୀ ସଂସ୍କରଣର ଉନ୍ମୋଚନ ହୋଇଛି । ଚଣ୍ଡିଗଡରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେଜ୍ରିୱାଲ କହିଥିଲେ ଯେ, ତାଙ୍କ ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ବାରମ୍ବାର ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ପ୍ରଶାସନ ଭଲ କାର୍ଯ୍ୟ କରିଥିଲା । କାମ କରିବାକୁ ବାରମ୍ବାର ରୋକା ଯାଇଥିଲେ ମଧ୍ୟ ଆମେ ଭଲ ପ୍ରଦର୍ଶନ କରିଥିଲୁ । ଉପରାଜ୍ୟପାଳଙ୍କ ବାଧା ସୃଷ୍ଟି ହେବା ସତ୍ତ୍ବେ ସେ ଯେତିକି କାର୍ଯ୍ୟ କରିଛନ୍ତି, ସେଥିପାଇଁ ସେ ନୋବେଲ ପୁରସ୍କାର ପାଇବା ହକଦାର ।
କେଜ୍ରିୱାଲ ଆହୁରି ମଧ୍ୟ କହିଥିଲେ ଯେ, “ଯଦି ଆମ ସରକାର ଦୁର୍ନୀତି କରିଥାନ୍ତା ଓ ମନ୍ତ୍ରୀମାନେ ଦୁର୍ନୀତିରେ ଲିପ୍ତ ଥାଆନ୍ତା, ତାହାଲେ ସେ କରିଥିବା ମଡେଲ୍ ଭୁଶୁଡି ପଡିଥାନ୍ତା ।”
କେଜ୍ରିୱାଲଙ୍କ ଏହି ବୟାନ ପରେ ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚଦେବ କହିଥିଲେ ଯେ, କେଜ୍ରିୱାଲ ଆତ୍ମପ୍ରଶଂସା କରୁଛନ୍ତି । କେଜ୍ରିୱାଲ ନିଜ ପାଇଁ ନୋବେଲ ପୁରସ୍କାର ଦାବି କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ଯଦି ଅପାରଗତା ଓ ଦୁର୍ନୀତି ବର୍ଗରେ କୌଣସି ପୁରସ୍କାର ଥାଆନ୍ତା, ତାହାଲେ ସେ ନିଶ୍ଚୟ ପାଇଥାନ୍ତେ ।
ସଚଦେବଙ୍କ ବୟାନ ପରେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି, “ବିରେନ୍ଦ୍ର ସଚଦେବ ଏବେ ସରକାରରେ ଅଛନ୍ତି । କେବଳ କଥା ନୁହେଁ, କାମରେ କରି ଦେଖାନ୍ତୁ । ବିରୋଧି ଦଳ ଭୂମିକା ସରିଗଲା । ଏବେ କାମ କରିବାର ଅଛି । ”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)