Advertisment

ଗାଦିମଡ଼ା ସରକାରୀ ବାବୁଙ୍କ ବିରୋଧରେ ପୁଣି ଅଭିଯୋଗ

ବର୍ଷ ବର୍ଷ ଧରି ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ବାବୁଙ୍କ ବଦଳି ଦାବି । ଅନ୍ୟତ୍ର ବଦଳି ଦାବି କଲା ରାଜ୍ୟ ବିଜେପିର ୪ ଜଣିଆ ଟିମ୍ ।

author-image
Satyendu Shekher Mishra
BJP Complain

BJP Complain

ପୁଣି ଗାଦିମଡା ସରକାରୀ ଅଧିକାରୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା ବିଜେପି। ଗୋଟିଏ ଗୋଟିଏ ଜିଲ୍ଲାରେ ୧୦ରୁ ୧୫ବର୍ଷ ହେଲାଣି ବିଭିନ୍ନ ପଦ ପଦବୀରେ ରହିଛନ୍ତି ଏକାଧିକ ସରକାରୀ ବାବୁ। ଅବାଧ ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ପାଇଁ ସେମାନଙ୍କ ବଦଳି ଦାବି କଲା ରାଜ୍ୟ ବିଜେପି।

Advertisment

ଢେଙ୍କାନାଳ PD DRDA ଜ୍ୟୋତିରଞ୍ଜନ ସାହୁ, ଗଂଜାମ ଜିଲ୍ଲାର ଇନ୍ସପେକ୍ଟର ବିବେକାନନ୍ଦ ସ୍ୱାଇଁ, ଡିଏସପି ଶିବଶଙ୍କର ମହାପାତ୍ର, ଲୋକସେବା ଭବନରେ କାର୍ଯ୍ୟରତ ଅତିରିକ୍ତ ଡିଏସପି ସୁଜିତ କୁମାର ଦଳେଇ ଆଦି ଅନେକ ଅଫିସରଙ୍କ ବିରୋଧରେ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କୁ ବିଜେପି ଫେରାଦ୍ ହୋଇଛି। ପୂର୍ବରୁ ଦିଆଯାଇଥିବା ତାଲିକାରେ କିଛି ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନିଆଯାଇଥିବା ବେଳେ ଆହୁରି ଅନେକ ଏବେ ବି ରହିଛନ୍ତି।

ତେଣୁ ଆବାଧ ନିରପେକ୍ଷ ନିର୍ବାଚନ ପାଇଁ ତୁରନ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ଅନ୍ୟତ୍ର ବଦଳି ଦାବି କରିଛି ରାଜ୍ୟ ବିଜେପିର ୪ ଜଣିଆ ଟିମ। ତେବେ ଏନେଇ ସଂପୃକ୍ତ ଅଧିକାରୀ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
BJD General Election 2024 BJP Congress Odisha Politics
Advertisment
Advertisment