/odishatv-khabar/media/post_attachments/uploadimage/library/16_9/16_9_0/Amit_Shah_1686379292.jpg)
Amit Shah
ଢେଙ୍କାନାଳ ଆସିବେ ଅମିତ ଶାହ । ଆସନ୍ତା ୧୭ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଢେଙ୍କାନାଳରେ ହେବାକୁ ଥିବା ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣା ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ତେବେ ଶାହ ଆସିବା ନେଇ ପୂର୍ବରୁ ସ୍ଥିର ହୋଇଥିଲା । ହେଲେ କେବଳ ଶାହ ନୁହେଁ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ଯୋଗଦେବେ ଏହି ଦୁଇ ବରିଷ୍ଠ ନେତା । ଆସନ୍ତା ୧୭ ତାରିଖରେ ଶାହା ଓ ୨୨ ତାରିଖରେ ନଡ୍ଡା ଓଡ଼ିଶା ଆସିବେ। ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ଉଭୟ ନେତାଙ୍କ ଗସ୍ତକୁ ନେଇ ଏବେ ଉତ୍ସାହିତ ବିଜେପି କ୍ୟାମ୍ପ । ୨୪ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେପି ନିଜ ଶକ୍ତି ପ୍ରଦର୍ଶନ କରିବ । ଏହି ଅବସରରେ କର୍ମୀଙ୍କୁ ଉଭୟ ବରିଷ୍ଠ ନେତା କି ମନ୍ତ୍ର ଦେବେ ତା ଉପରେ ସମସ୍ତଙ୍କ ନଜର ।
#ଢେଙ୍କାନାଳ_ଆସିବେ_ଅମିତ_ଶାହା
ଆସନ୍ତା ୧୭ ତାରିଖରେ ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ।ଢେଙ୍କାନାଳ ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ । ସୂଚନା ଦେଲେ ବିଜେପି ସା. ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ#Dhenkanal#AmitShah#OTVpic.twitter.com/fJAknIlCHB— ଓଟିଭି (@otvkhabar) June 10, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)