/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633789618.jpeg)
akhilesh-yadav
ବିଜେପିର ସିଟ୍ ସଂଖ୍ୟା କମାଇ ହେବ । ଏହା ଆମେ ପ୍ରମାଣିତ କରି ଦେଖାଇଛୁ । ଦୃଢ଼ତାର ସହ ଏଭଳି ସମ୍ଭୋଧନ ଦେଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଉତ୍ତରପ୍ରଦେଶ ନିର୍ବାଚନ ଭୋଟ୍ ଗଣତି ପରେ ଆଜି ଅଖିଳେଶଯାଦବ ଉତ୍ତରପ୍ରଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହାସହ ସେ କହିଛନ୍ତି ଯେ, ବିଜେପିର ସିଟ୍ ତଳକୁ ଖସାଇ ହେବ, ତାହା ଆମେ କରି ଦେଖାଇଛୁ । ଆଗକୁ ଏହା ଆହୁରି ଜାରି ରହିବ । ଗତ ଥର ଅପେକ୍ଷା ଆସନ ସଂଖ୍ୟା ବୃଦ୍ଧି ପାଇବା ଓ ଭୋଟ୍ ହାର ବୃଦ୍ଧି ପାଇଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଲେ ଅଖିଳେଶ । ଏଥର ନିର୍ବାଚନରେ ଅର୍ଦ୍ଧାଧିକ ମିଛ ରାଜନୀତିର ବିଲୋପ ଘଟିଛି ଓ ଆଗକୁ ଆହୁରି ଅଧିକ ଦୂରେଇ ଯିବ ବୋଲି ଅଖିଳେଶ କହିଛନ୍ତି । ଏହାସହ ଲୋକଙ୍କ ସ୍ୱାର୍ଥପାଇଁ ଦଳର ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି ।
ବିଜେପି ଓ ତାର ସହଯୋଗୀ ୨୭୩ ଆସନ ଜିତିଥିଲେ ବି ଗତଥର ଅପେକ୍ଷା ୪୯ଟି ସିଟ୍ କମ୍ ରହିଛି । ସେହିପରି ସମାଜବାଦୀ ପାର୍ଟି ୨୦୧୭ରେ ୪୭ଟି ଆସନ ପାଇଥିବା ବେଳେ ଏଥର ଏକାକୀ ୧୧୧ ଆସନ ଜିତିଛି । ସେହିପରି ସପାର ସହଯୋଗୀଙ୍କ ଆସନ ମିଶାଇଲେ ଏହି ସଂଖ୍ୟା ୧୨୫ରେ ପହଞ୍ଚିଛି । ଏହାର ଅର୍ଥ ୨୦୧୭ ତୁଳନାରେ ଅଖିଲେଶଙ୍କ ସପକ୍ଷରେ ଅଧିକ ୭୩ଟି ଆସନ ପଡ଼ିଛି । ସପାର ଭୋଟ ଭାଗ ୩୨% ଥିବା ବେଳେ ବିଜେପି ୪୧% ଭୋଟ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)