• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୪୦ ବର୍ଷ ଦେଶ ସେବା କରିଛି । ଏବେ ଲୋକଙ୍କ ସେବା କରିବାକୁ ବିଜେପିରେ ଯୋଗଦେଇଛି । ପଦ୍ମ ଧରିବା ପରେ ଏହା କହିଛନ୍ତି ପୂର୍ବତନ ଓଡ଼ିଆ ବାୟୁସେନା ଅଧିକାରୀ ତଥା କାର୍ଗିଲ ଯୁଦ୍ଧ ହିରୋ ଏୟାର ମାର୍ଶଲ ଦିଲୀପ କୁମାର ପଟ୍ଟନାୟକ । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ଏକ ବଡ଼ ଶୃଙ୍ଖଳିତ ଦଳ, ମୁଁ ଜଣେ ଶୃଙ୍ଖଳିତ ବ୍ୟକ୍ତି ।

ପାର୍ଟି ଯାହା ନିଷ୍ପତ୍ତି ନେବ, ଦଳର ଜଣେ ଭଲ ସୈନିକ ଭାବେ ମୁଁ ତାହାକୁ ଗ୍ରହଣ କରିବି । ଜଣେ ସୈନିକ ସବୁବେଳେ ଯେ କୌଣସି ପରିସ୍ଥିତିର ସାମ୍ନା ପାଇଁ ପ୍ରସ୍ତୁତ ଥାଏ । ମୁଁ ଜଣେ ସୈନିକ, ସବୁବେଳେ ପ୍ରସ୍ତୁତ । ଯଦି ଦଳ ସୁଯୋଗ ଦେବ ନିର୍ବାଚନ ମଇଦାନକୁ ନିଶ୍ଚୟ ଓହ୍ଲାଇବି ।

ଅନ୍ୟପଟେ ଆଜି ବିଜେପିରେ ମିଶିବେ ବିଜେଡି ଓ କଂଗ୍ରେସ ଛାଡିଥିବା ୩ ହେଭିୱେଟ୍ ନେତା । ଆଜି ବିଜେପିରେ ସାମିଲ ହୋଇପାରନ୍ତି ପ୍ରେମାନନ୍ଦ ନାୟକ । ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇପାରନ୍ତି । କିଛି ଦିନ ପୂର୍ବରୁ ପ୍ରେମାନନ୍ଦ ବିଜେଡିରୁ ଇସ୍ତଫା ଦେଇଥିଲେ । ଏବେ ସେ ତେଲକୋଇରୁ ବିଧାୟକ ଅଛନ୍ତି ।

ସେହିପରି ବିଜେପିରେ ମିଶିବେ ଭଦ୍ରକ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଧାମନଗର ଉପନିର୍ବାଚନ ବେଳେ ବେଶ୍ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ର ଦାସ । ଉପନିର୍ବାଚନ ବେଳେ ରାଜୁ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିଲେ । ତେବେ ବିଜେଡି ପ୍ରାର୍ଥୀ ନକରିବାରୁ ଶେଷରେ ବିଦ୍ରୋହୀ ସାଜିଥିଲେ ।

ଏପରିକି ସ୍ୱାଧିନ ଭାବେ ନିର୍ବାଚନ ଲଢ଼ିଥିଲେ । ଏପଟେ କଂଗ୍ରେସ ଛାଡ଼ିବା ପରେ, ଆଜି ବିଜେପିରେ ମିଶିବେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ । ବ୍ୟକ୍ତିଗତ କାରଣ ଦର୍ଶାଇ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ସେ ଇସ୍ତଫା ଦେଇଥିଲେ । ନରେନ ପଲେଇ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଭଦ୍ରକ ବିଧାୟକ ଥିଲେ ।

ସେପଟେ ଗତକାଲି ବିଜେପିରେ ମିଶିଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢାଲି । ଏହାଛଡ଼ା ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଢ଼ି ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଦିଗପହଣ୍ଡିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ୍ ପ୍ରଧାନ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି ।