Advertisment

ମନମୋହନଙ୍କ ପରେ ତୋମାର ବି କହିଲେ ଦିଲ୍ଲୀରେ ମେଣ୍ଟ ନେଇ ଚର୍ଚ୍ଚା ହିଁ ହୋଇନି

ଗତକାଲି ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଦିଲ୍ଲୀରେ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା କିମ୍ବା ଆଲୋଚନା ହୋଇ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

author-image
Satyendu Shekher Mishra
Vijaypal Singh Tomar

Vijaypal Singh Tomar

ମନମୋହନଙ୍କ ପରେ ସମାନ କଥା କହିଲେ ବିଜୟପାଲ୍‌ ସିଂ ତୋମାର । ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାରଙ୍କ ମନ୍ତବ୍ୟ, ‘ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି । ଏପର୍ଯ୍ୟନ୍ତ ଏନେଇ କୌଣସି ଚର୍ଚ୍ଚା ହୋଇନି । ଆମେ ରାଜ୍ୟର ସବୁ ସିଟ୍‌ରେ ଲଢ଼ିବାକୁ ପ୍ରସ୍ତୁତି ଜାରି ରଖିଛୁ । ବିଧାନସଭାରେ ୮୦ରୁ ଅଧିକ ସିଟ୍‌ ପାଇ ସରକାର ଗଢ଼ିବୁ । ଲୋକସଭାରେ ୧୬ରୁ ଅଧିକ ସିଟ୍‌ରେ ବିଜୟୀ ହେବୁ ।’

Advertisment

ଅନ୍ୟପଟେ ଦିଲ୍ଲୀ ଯାଇଥିବା ୨ ବିଜେଡି ନେତାଙ୍କ ସଂପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ତୋମାର । ସେ କହିଛନ୍ତି ଦିଲ୍ଲୀରେ ମୋତେ କୌଣସି ବିଜେଡି ନେତା ଭେଟିନାହାନ୍ତି । ମେଣ୍ଟ କଥା ଯିଏ କହୁଛି, ତାକୁ ପଚାର ବୋଲି କହିଲେ ତୋମାର ।

ଅନ୍ୟପଟେ ବିଜେପି ଏବଂ ବିଜେଡି ମଧ୍ୟରେ କିଏ ଚାହୁଁଛି ମେଣ୍ଟ ? ବିଜେପି ନା ବିଜେଡି ? କେତେବେଳେ ବିଜେଡି କହୁଛି, ରାଜ୍ୟର ସ୍ୱାର୍ଥ ପାଇଁ ଆଗାମୀ ଦିନରେ ଯାହା ନିଷ୍ପତ୍ତି ନେବାକୁ ପଡ଼ିବ ଆମେ ନେବାକୁ ପ୍ରସ୍ତୁତ । ଅପରପକ୍ଷେ ଗତକାଲି ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଦିଲ୍ଲୀରେ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା କିମ୍ବା ଆଲୋଚନା ହୋଇ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

Advertisment

ଆଜି ପୁଣି ଭଦ୍ରକ ଗସ୍ତବେଳେ ଏହି ମନ୍ତବ୍ୟକୁ ଦୋହରାଇବା ସହ କହିଛନ୍ତି, ରାଜ୍ୟରେ କିଏ ମେଣ୍ଟ ସଂପର୍କରେ ପ୍ରଚାର କରୁଛି ? ତା’ର ମୂଳକୁ ଧରିବାକୁ ପଡ଼ିବ। ଏହି ଚର୍ଚ୍ଚା ଯିଏ ଆରମ୍ଭ କରିଛି ସିଏ ହିଁ ତା’ର ଉତ୍ତର ଦେଇପାରିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଆସନ୍ତା ନିର୍ବାଚନରେ ଓଡ଼ିଶାରେ ପଦ୍ମ ଫୁଲର ଲହର ଖେଳିବ ବୋଲି ସେ କହିଛନ୍ତି।

ଗତକାଲି ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ମେଣ୍ଟ ପ୍ରସଙ୍ଗରେ ବହୁତ ମନଗଢ଼ା କାହାଣୀ ଚାଲିଛି ବୋଲି କହିଥିଲେ ମନମୋହନ। ମେଣ୍ଟକୁ ମନମୋହନ ନିଜେ ବିରୋଧ କରୁଛନ୍ତି କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ କହିଛନ୍ତି, ମେଣ୍ଟ ନେଇ ତ ଆଦୌ ଆଲୋଚନା ହୋଇନି, ତେଣୁ ବିରୋଧ କରିବାର ପ୍ରଶ୍ନ ହିଁ ଉଠୁନି। ଏପରିକି କିଛିଦିନ ଭିତରେ ନିଜେ ଅମିତ ଶାହା ଭୁବନେଶ୍ବର ଆସିବେ ଏବଂ ଗୋଟିଏ ମଞ୍ଚରେ ବିଜେପି, ବିଜେଡି ଏକାଠି ଥାଇ ମେଣ୍ଟର ବିଧିବଦ୍ଧ ଘୋଷଣା ହୋଇପାରେ। ଏହାକୁ ମଧ୍ୟ ଗତକାଲି ଖଣ୍ଡନ କରିଛନ୍ତି ମନମୋହନ ସାମଲ।

ଅନ୍ୟପଟେ ମେଣ୍ଟ ହେଉ କି ନହେଉ, ବିଜେଡି ୧୧୦ରୁ ଅଧିକ ସିଟରେ ଜିତିବ। ମେଣ୍ଟ ବାବଦରେ ଆମେ ବି ଶୁଣୁଛୁ । କିନ୍ତୁ ଚୂଡ଼ାନ୍ତ ନିଷ୍ପତି ନେବେ ମୁଖ୍ୟମନ୍ତ୍ରୀ। ଆମେ ସେ ନିଷ୍ପତିକୁ ମାନିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ। କହିଛନ୍ତି, ଓଡ଼ିଶାର ଲାଭ ହେବା ପାଇଁ ତ ମେଣ୍ଟ କରାଯାଉଛି। ଓଡ଼ିଶାର ସ୍ୱାର୍ଥ ପାଇଁ BJD ରାଜି ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଚାଲିଛି। ମେଣ୍ଟ ଦ୍ୱାରା କିଛି ଲୋକଙ୍କ ଟିକେଟ କଟିବ କିନ୍ତୁ କେହି ବିଦ୍ରୋହୀ ହେବେନି ବୋଲି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ।

BJD BJP Congress Odisha Politics General Election 2024
Advertisment
Advertisment