Advertisment

ଶ୍ରୀମନ୍ଦିର ପାଖରେ ଟଏଲେଟ୍‌ ନାହିଁ, ତିଆରି ହେଲେ ଅସୁବିଧା କଣ?: ବର୍ଷା

ବିବାଦୀୟ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ ପୁରୀରୁ ଯାଇ ପାର୍ଲାମେଣ୍ଟରେ ଉଠିଲାଣି।

author-image
Chandan Shishu
ଅଦ୍ୟତନ ହୋଇଛି
Heritage Corridor Controversy

Heritage Corridor Controversy

ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଟାର୍ଗେଟ୍। ନିଜର ସମସ୍ୟାକୁ କୋଟି କୋଟି ଭକ୍ତଙ୍କ ସହ ଯୋଡ଼ି ସୋସିଆଲ ମିଡିଆରେ ସାଂସଦ ଅପରାଜିତାଙ୍କୁ ବିରୋଧ କରିଛନ୍ତି। ଶ୍ରୀମନ୍ଦିର ପାଖରେ ଟଏଲେଟ୍‌ ନଥିଲେ ସମସ୍ୟା କଣ ହୁଏ, ଏହାକୁ ଟ୍ୱିଟର୍‌ରେ ଲେଖିଛନ୍ତି ବର୍ଷା। କେବଳ ସେତିକି ନୁହେଁ- ମନ୍ଦିରର ସୁରକ୍ଷାକୁ ଆଡେଇ, ବରଂ ସୁରକ୍ଷା କରିଡର ଭିତରେ ଭକ୍ତଙ୍କ ପାଇଁ ସୁବିଧାକୁ ବିରୋଧ ନକରାଯାଉ ବୋଲି ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।   

Advertisment

ସେ ଟ୍ୱିଟର୍‌ରେ ଲେଖିଛନ୍ତି ଯେ ମୁଁ ଜଣେ ଓଡ଼ିଆ ଝିଅ। ଯେତେବେଳେ ମୁଁ ପୁରୀ ଶ୍ରୀମନ୍ଦିର ଯାଏ, ନିକଟରେ ମହିଳାଙ୍କ ପାଇଁ କୌଣସି ଟଏଲେଟ୍‌ ଦେଖିନାହିଁ। ଏହି ସମାନ ଅଭିଯୋଗ ମଧ୍ୟ ମୁଁ ମହିଳା ଭକ୍ତଙ୍କ ଠାରୁ ଶୁଣିଛି। ଯଦି ସରକାର ଭକ୍ତଙ୍କ ପାଇଁ ପୁରୀରେ ସୁବିଧା ସୁଯୋଗ କରୁଛନ୍ତି, ତାହା ହେଲେ ଏଥିରେ ଅସୁବିଧା କଣ ରହିଛି? ଦୟାକରି ଏଥିରେ ରାଜନୀତି କରନ୍ତୁ ନାହିଁ। ଗୋଟିଏ ପଟରେ ବଦ୍ରିନାଥ ଓ କାଶୀ ବିଶ୍ୱନାଥ ବିକାଶ ହୋଇଛି। କିନ୍ତୁ ଆପଣ ପୁରୀ ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉନ୍ନତିକରଣରେ ବିରୋଧ କରୁଛନ୍ତି। 

TwiiterTwiiter

ମୋ ପରି କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ପୁରୀରେ ହେଉଥିବା ସୁବିଧାକୁ ଆପଣ କାହିଁକି ବିରୋଧ କରୁଛନ୍ତି? ଆପଣ ଜଣେ ଦକ୍ଷ ରାଜନେତା ବୋଲି ଆମେ ସମସ୍ତେ ଭାବୁ। କିନ୍ତୁ ଆପଣଙ୍କ ଏଭଳି ବିରୋଧରେ ମୋତେ ନିରାଶ କରିଛି । ଏହା ପୁରୀ ଶ୍ରୀମନ୍ଦିର ବିକାଶ ଉପରେ ନକରାତ୍ମକ ଦିଗ ଦେଖାଉଛି। ଆପଣ ଯେତେବେଳେ ରାଜନୀତିରେ ପାଦ ଦେଲେ, ଆପଣ ଓଡ଼ିଶାର ବିକାଶ ଚିନ୍ତା କରିବେ ବୋଲି ଆମେ ଆଶାବାଦୀ ଥିଲୁ କିନ୍ତୁ ବର୍ତ୍ତମାନ ଆମେ ଅତ୍ୟନ୍ତ ନିରାଶ ରହିଛୁ। 

Advertisment

ମୁଁ ଆଶା କରୁଛି, ଆପଣ ଭକ୍ତଙ୍କ ସମସ୍ୟାକୁ ବୁଝିପାରୁଥିବେ। ବିଶେଷ କରି ଯେଉଁ ମହିଳାମାନେ ପୁରୀ ଓ ଲିଙ୍ଗରାଜ ମନ୍ଦିର ଯାଉଛନ୍ତି। ସେଠାରେ ଭକ୍ତଙ୍କ ଲାଗି ହେଉଥିବା ସୁବିଧାକୁ ବିରୋଧ ନ କରିବାକୁ କହିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତେବେ ବର୍ଷାଙ୍କ ଏହି ଅଭିଯୋଗ ଉପରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 

Twitter Twitter

ତେବେ ସୁରକ୍ଷା କରିଡର ଭିତରେ ଟୟଲେଟ୍‌ ନିର୍ମାଣ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ପାଇଁ ବଡ଼ ବଡ଼ ଗାତ ଖୋଳାଯିବା ଉପରେ ବର୍ଷାଙ୍କ ପ୍ରତିକ୍ରିୟା କେତେଦୂରରୁ ଯଥାର୍ଥ? ସୁରକ୍ଷା କରିଡର ଭିତରେ ଏଭଳି ନିର୍ମାଣ ନେଇ ଏଏସ୍‌ଆଇ ଠାରୁ NOC ମିଳିଛି କି ନାହିଁ, ତାହା ଉପରେ ଅଭିନେତ୍ରୀ ବର୍ଷା କିଛି ଉଲ୍ଲେଖ କରିନାହାନ୍ତି। ଏପରିକି ସାଂସଦ ପିନାକୀ ମିଶ୍ର ପାର୍ଲାମେଣ୍ଟରେ ଦେଖାଇଥିବା ତଥ୍ୟ ଉପରେ ସତ୍ୟତା କଣ ରହିଛି, ତାହା ବି ବର୍ଷା ଦର୍ଶାଇନାହାନ୍ତି। କେବଳ ଟଏଲେଟ୍‌ ସମସ୍ୟାକୁ ସେ ଗୁରୁତ୍ୱ ଦେଇଛନ୍ତି।   

ପ୍ରକାଶଥାଉକି, ବିବାଦୀୟ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ ପୁରୀରୁ ଯାଇ ପାର୍ଲାମେଣ୍ଟରେ ଉଠିଲାଣି। ଶ୍ରୀମନ୍ଦିରର ସୁରକ୍ଷା କରିଡର ଭିତରେ ୪ଟି ଟଏଲେଟ୍‌ ନିର୍ମାଣ ହେଉଥିବା ନେଇ ସାଂସଦ ପିନାକୀ ମିଶ୍ର ପାର୍ଲାମେଣ୍ଟରେ କହିଥିଲେ। କିନ୍ତୁ ପରେ ସେ ନିଜ ତଥ୍ୟ ସମ୍ପର୍କରେ ସଫେଇ ଦେଇଥିଲେ। ଏମିତିକି ସେ ଏକ ଚିଠି ଦେଖାଇ ଗତ ସେପ୍ଟେମ୍ବର ୪ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ NMA ଏନ୍ଓସି ଦେଇଥିବା କଥା ଦୋହରାଇବା ସହ କ୍ଲକ ରୁମ୍, ମିନି କ୍ଲକ ରୁମ୍, ସେଲ୍ଟର ପାଭିଲିଅନ, ପୁରୁଷ, ମହିଳା ଓ ସେବାୟତଙ୍କ ପାଇଁ ଟଏଲେଟକୁ NOC ମିଳିଛି ବୋଲି ଦର୍ଶାଇଥିଲେ।

ତେବେ ସମୟ ଅଭାବରୁ ସେଦିନ ସଂସଦରେ କେବଳ ଟୟଲେଟ କଥା କହିବା ସହ ବାକି କିଛି ବି ମିଛ କହିନାହାନ୍ତି ବୋଲି କହିଥିଲେ। ଏପରିକି କଙ୍କଡା ଉପାଖ୍ୟାନ ଓ ବିବାଦୀୟ ମନ୍ତବ୍ୟକୁ ନେଇ ଖୋଦ୍ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ବିରୋଧ ପ୍ରଦର୍ଶନ ହେଉଥିବା ବେଳେ ଅସନ୍ତୋଷ ବି ତେଜୁଛି। 

ତେବେ ପିନାକୀଙ୍କ ମନ୍ତବ୍ୟ ଉପରେ ଭୁବନେଶ୍ୱର ସଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ସଂସଦରେ ପୁରୀ ସାଂସଦ ବାରମ୍ବାର କେବଳ ସେଠି ୪ଟି ଟୟଲେଟ୍ ନିର୍ମାଣ ଚାଲିଥିବା କଥା କହିଥିଲେ । ତାସହ ପିନାକୀ ଯେଉଁ ଚିଠି ଦେଖାଉଛନ୍ତି ତାହା ASIର ନୁହେଁ ବରଂ NMAର ଚିଠି । ଯାହା କି NOC ନୁହେଁ । AMASR ଆକ୍ଟ ଅନୁସାରେ କୌଣସି ଐତିହ୍ୟର ୧୦୦ ମିଟର ପରିଧିରେ କିଛି ବି  ନିର୍ମାଣ କାମର ଆବଶ୍ୟକ ପଡ଼ିଲେ, ତାହା ଏଏସ୍‌ଆଇ DGଙ୍କ ଅନୁମତିରେ ହିଁ ହେବ । ତେଣୁ ସେଠି ଯାହା ସବୁ ନିର୍ମାଣ କାମ ଚାଲିଛି ତାହା ବେଆଇନ୍ କି ନୁହେଁ ତାକୁ ସମସ୍ତେ ଦେଖୁଛନ୍ତି।

ସେହିପରି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ସୁରକ୍ଷା କରିଡର୍‌କୁ ସୌନ୍ଦର୍ଯ୍ୟକରଣକୁ ଆମେ ଅଭିନନ୍ଦନ ଜଣାଉଛୁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଐତିହ୍ୟ କରିଡର ନାଁରେ ଶ୍ରୀମନ୍ଦିର ଚାରିକଡ଼େ ୪୦ରୁ ୫୦ ଫୁଟ୍‌ର ଖନନ କରାଯିବ। ଏହାଦ୍ୱାରା ମନ୍ଦିରର ସୁରକ୍ଷା ପ୍ରତି ବଡ଼ ବିପଦ ଛିଡ଼ା ହୋଇଛି। ଯଦି ରାଜ୍ୟ ସରକାର ଏଭଳି ବଡ଼ ବଡ଼ ଗାତକୁ ନ ପୋତନ୍ତି, ତାହାହେଲେ ସେ ନିଜେ ପୋତିଦେବି ବୋଲି ଚେତାବନୀ ଦେଇଛନ୍ତି। 

Jagannath Temple Barsha Priyadarshini MP Aparajita Sarangi Srimandir Heritage Corridor
Advertisment
Advertisment