Advertisment

'ମୁଁ ନବୀନ ସାରଙ୍କ ପାଇଁ ପ୍ରଚାରରେ ଆସିଛି'

ଆଜି ମୈଦାନକୁ ଓହ୍ଲାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଏଲିନା।

ଅଦ୍ୟତନ ହୋଇଛି
Varsha Priyadarshini

Varsha Priyadarshini

Advertisment

ଧାମନଗର ଉପ ନିର୍ବାଚନ ପାଇଁ ଆଜି ପ୍ରଚାର ସରୁଥିବାରୁ ସବୁ ଦଳର ଚାଲିଛି ହାଇଭୋଲ୍ଟେଜ୍‌ କ୍ୟାମ୍ପେନ୍।  ଆଜି ପ୍ରଚାରର ଶେଷ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ସ୍ୱାଧିନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ପକ୍ଷରୁ ମଧ୍ୟ ପ୍ରଚାରକୁ ଜୋରଦାର କରାଯାଇଛି। ଧାମନଗର ଉପନିର୍ବାଚନ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ପ୍ରଚାର କରିଥିବା ବେଳେ ଆଜି ମୈଦାନକୁ ଓହ୍ଲାଇଛନ୍ତି ଅଭିନେତ୍ରୀ  ବର୍ଷା ପ୍ରିୟଦର୍ଶିନୀ ଓ ଏଲିନା। ବିଜେଡି ପ୍ରାର୍ଥୀଙ୍କ ପାଇଁ ଏମାନେ ପ୍ରଚାର କରୁଛନ୍ତି।

Advertisment

ତେବେ ଗଣମାଧ୍ୟମକୁ ବର୍ଷା କହିଛନ୍ତି ଯେ ମୁଁ ନବୀନ ସାରଙ୍କ ପାଇଁ ପ୍ରଚାରରେ ଆସିଛି। ଅବନ୍ତୀ ଭଉଣୀଙ୍କ ସହ ଲୋକଙ୍କ ଜନ ସମର୍ଥନ ବିପୁଳ ମାତ୍ରାରେ ରହିଛି। ତାଙ୍କ ପାଖରେ ଭଲ ଦକ୍ଷତା ରହିଛି। ଲୋକଙ୍କ ମନରେ ସବୁବେଳେ ନବୀନ ସାର୍‌ ହିଁ ଅଛନ୍ତି। ମୁଁ ବି ନବୀନଙ୍କ ବଡ଼ ଫ୍ୟାନ୍। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଅପ୍ରତିଦ୍ୱନ୍ଦ୍ୱୀ। ଧାମନଗରର ଉପନିର୍ବାଚନ ପାଇଁ ଆସନ୍ତା ୩ ତାରିଖରେ ଭୋଟ୍ ପଡ଼ିବାକୁ ଯାଉଥିବା ବେଳେ ୬ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

ସେପଟେ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ ନିର୍ବାଚନ ନିରପେକ୍ଷ ହେବା କଥା ମିଛ। ଏଠି ବିଡ଼ା ବିଡ଼ା ଟଙ୍କା ବଣ୍ଟା ଚାଲିଛି। ଟଙ୍କା ବଣ୍ଟା ବେଳେ ଧରାପଡ଼ିକି ବି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏଠି ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଲୋକ ଅନ୍ୟଠୁ ପଇସା ଖାଇବେ, କିନ୍ତୁ ଭୋଟ୍‌ ହାତକୁ ଦେବେ। ଆମେ ହିଁ ଜିତିବୁ। 

Advertisment

ଅଧିକ ପଢ଼ନ୍ତୁ: 'ଲୋକ ଅନ୍ୟଠୁ ପଇସା ଖାଇବେ, ଭୋଟ୍‌ ହାତକୁ ଦେବେ'

Dhamnagar Bypoll BJD Barsha Priyadarshini Congress BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ