Advertisment

5T ଟି-ସାର୍ଟ ପିନ୍ଧି ଯୁବକଙ୍କ ଗୁଣ୍ଡାଗର୍ଦ୍ଦି: ‘ପ୍ରତିବାଦକୁ ଚାପି ଦେବା ପାଇଁ ଭୟ ସୃଷ୍ଟି କରାଯାଉଛି’

5T ସଚିବଙ୍କ ଯାଜପୁର ଗସ୍ତ ବେଳେ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ 5T ବାହିନୀ ଆକ୍ରମଣ କରିବା ଘଟଣାକୁ ବିଜେପି କଠୋର ଭାବେ ନିନ୍ଦା କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
5T Goondagiri By Youths In Jajpur

5T Goondagiri By Youths In Jajpur

5T ଲେଖା ଥିବା ଟି-ସାର୍ଟ ପିନ୍ଧି ଯାଜପୁରରେ ଗୁଣ୍ଡାଗର୍ଦ୍ଦିକୁ ନେଇ ତେଜିଲା ରାଜନୀତି। 5T ସଚିବଙ୍କ ଯାଜପୁର ଗସ୍ତ ବେଳେ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ 5T ବାହିନୀ ଆକ୍ରମଣ କରିବା ଘଟଣାକୁ ବିଜେପି କଠୋର ଭାବେ ନିନ୍ଦା କରିଛି।

Advertisment

ସମସ୍ତ ପ୍ରତିବାଦକୁ ଚାପି ଦେବା ପାଇଁ ଭୟ ସୃଷ୍ଟି କରାଯାଉଛି। ପୋଲିସ ଉପସ୍ଥିତିରେ 5T ଟି-ସାର୍ଟ ପିନ୍ଧା ଗୁଣ୍ଡାମାନେ ଠେଙ୍ଗା ଧରି ଗୁଣ୍ଡାଗର୍ଦ୍ଦି କଲେ। ସମ୍ବିଧାନରେ ଅହିଂସା ଶବ୍ଦକୁ ସ୍ଥାନିତ କରାଯାଉ ବୋଲି ଦାବି କରୁଥିବା ଦଳର ଚରିତ୍ର ସାରା ଓଡ଼ିଶା ଦେଖୁଛି ବୋଲି ବିଜେପି କହିଛି।

Advertisment

କଂଗ୍ରେସ କର୍ମୀମାନେ ଯାଜପୁରରେ ଏହାକୁ ପ୍ରତିବାଦ କରୁଥିଲେ। ହେଲେ ଏହି ସମୟରେ ବିଜେଡିର ଗୁଣ୍ଡାବାହିନୀ 5T ଟି-ସାର୍ଟ ପିନ୍ଧି ଠେଙ୍ଗା ଧରି କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରିଥିଲେ। 

ସୂଚନାଥାଉ କି, ଗତକାଲି 5T ସଚିବଙ୍କ ଗସ୍ତକୁ ଯାଜପୁରରେ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା। ଗୋଟିଏପଟେ କଂଗ୍ରେସ କର୍ମୀମାନେ 5T ସଚିବଙ୍କ ଗସ୍ତକୁ ବିରୋଧ କରୁଥିବା ବେଳେ ଅନ୍ୟପଟେ କିଛି ବ୍ୟକ୍ତି 5T ଲେଖାଥିବା ଟି-ସାର୍ଟ ପିନ୍ଧି ବାଉଁଶ ଓ ବହ୍ଲା ଧରି କଂଗ୍ରେସକର୍ମୀଙ୍କୁ ରୋକିବାକୁ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲ। 

5T Secretary
Advertisment
Advertisment