Advertisment

ପଞ୍ଚାୟତ ଭୋଟ୍ ପାଇଁ ଆରମ୍ଭ ହେଲାଣି ପାଗଭିଡ଼ା

କରୋନା ମିଟର ପୂରା ଖସି ନ ଥିଲେ ବି ଉଷ୍ମ ହେବାରେ ଲାଗିଛି ରାଜନୈତିକ ବାତାବରଣ। ବିଭିନ୍ନ ପ୍ରସଙ୍ଗ ଉଠାଇବା ହେଉ ବା ନିଜ ଦଳୀୟ ସଂଗଠନ ମଜବୁତ ହେଉ, ସବୁ ଦଳ ପକ୍ଷରୁ ବିଭିନ୍ନ ବାହାନାରେ ତୃଣମୂଳ ସ୍ତରର ଭୋଟରଙ୍କ ନିକଟତର ହେବାକୁ ଚାଲିଛି ପ୍ରୟାସ।

author-image
Chandan Shishu
ପଞ୍ଚାୟତ ଭୋଟ୍ ପାଇଁ ଆରମ୍ଭ ହେଲାଣି ପାଗଭିଡ଼ା

Panchayat Election

ଭୁବନେଶ୍ୱର: ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଶାସକ ଦଳ ବିଜେଡିଠାରୁ ଆରମ୍ଭ କରି ବିଜେପି, କଂଗ୍ରେସ ଯାଏଁ, ସଭିଏଁ ଆରମ୍ଭ କଲେଣି ଅଙ୍କକଷା। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଦୁଇଦିନିଆ ପଞ୍ଚାୟତରାଜ କର୍ମଶାଳା। ଯେଉଁଥିରେ ବିଜେପିର ବରିଷ୍ଠ ନେତା, କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତ କରୁଛନ୍ତି ରଣନୀତି। ପ୍ରମୁଖଭାବେ ଏଥିରେ ଜିଲ୍ଲା ପରିଷଦ ସଭାପତି, ଉପସଭାପତି ଓ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ। ବିଶେଷକରି ଗତ ପଞ୍ଚାୟତ ନିର୍ବାଚନରେ ଦଳକୁ ମିଳିଥିବା ସଫଳତାକୁ ଦୁଇଗୁଣ କରିବା ଲାଗି ଦଳ ଆରମ୍ଭ କରିଛି ମାନସ ମନ୍ଥନ। କଂଗ୍ରେସ ମଧ୍ୟ ପଞ୍ଚାୟତ କମିଟି ଗଠନ କରି ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଲାଗି ଅଣ୍ଟା ଭିଡ଼ୁଛି। ଏପଟେ ଶାସକ ବିଜେଡି ଲୋକଙ୍କ ପାଇଁ ସରକାରଙ୍କ ଦ୍ୱାରା ହୋଇଥିବା ବିକାଶମୂଳକ କାର୍ଯ୍ୟ ଓ ଲୋକଙ୍କ ସହ ଥିବା ସୁସମ୍ପର୍କକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି।

Advertisment

କରୋନା ମିଟର ପୂରା ଖସି ନ ଥିଲେ ବି ଉଷ୍ମ ହେବାରେ ଲାଗିଛି ରାଜନୈତିକ ବାତାବରଣ। ବିଭିନ୍ନ ପ୍ରସଙ୍ଗ ଉଠାଇବା ହେଉ ବା ନିଜ ଦଳୀୟ ସଂଗଠନ ମଜବୁତ ହେଉ, ସବୁ ଦଳ ପକ୍ଷରୁ ବିଭିନ୍ନ ବାହାନାରେ ତୃଣମୂଳ ସ୍ତରର ଭୋଟରଙ୍କ ନିକଟତର ହେବାକୁ ଚାଲିଛି ପ୍ରୟାସ। ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି କଂଗ୍ରେସ। ସେପଟେ ପଶ୍ଚିମ ଓଡ଼ିଶାରେ WODCର ମୁଖ୍ୟାଳୟ ସ୍ଥାପନ ସହ କାଉନ୍ସିଲ ଗଠନ ଓ ବିକାଶ ପରିଷଦକୁ ଅଧିକ ଅନୁଦାନ ଦାବି ଉଠାଇ ଲୋକଙ୍କ ନଜରକୁ ଆସିବାକୁ ଲକ୍ଷ୍ୟ ରଖିଛି ବିଜେପି।

Advertisment

ସେହିପରି ବିଜେଡି ସୁନ୍ଦରଗଡ଼ ପ୍ରଭାରୀ ପ୍ରୀତିରଞ୍ଜନ ଘଡ଼େଇ ରାଜଗାଙ୍ଗପୁର ଗସ୍ତ କରି ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀରେ ଦଳୀୟ ଗୋଷ୍ଠୀ କନ୍ଦଳ ଛାଡ଼ି ପଞ୍ଚାୟତ ନିର୍ବାଚନ ଲାଗି ମନାଉଥିବା ଦେଖିବାକୁ ମିଳିଛି। ବିଶେଷଜ୍ଞଙ୍କ ମତ, ରାଜନୈତିକ ଦଳଗୁଡ଼ିକର ଏସବୁ କାଯର୍ୟକଳାପ ସ୍ପଷ୍ଟ ଦର୍ଶାଉଛି, ଆରମ୍ଭ ହୋଇଯାଇଛି ପଞ୍ଚାୟତ ନିର୍ବାଚନ ସଜବାଜ।

ଏହା ଭିତରେ ପୌର ନିର୍ବାଚନ ସମୟ ସୀମା ପ୍ରାୟ ୩ ବର୍ଷ ଗଡ଼ିଲାଣି ତଥାପି ରାଜ୍ୟ ସରକାର ପୌର ନିର୍ବାଚନର ନା ଗନ୍ଧ ଧରୁ ନଥିବାରୁ ବିଜେପି ଏହାଭିତରେ ରାଜ୍ୟପାଳ ଓ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଶୀଘ୍ର ପୌର ନିର୍ବାଚନ କରାଇବାକୁ ଦାବି କରିଥିଲା। ସେପଟେ ୨୦୨୨ରେ ପଞ୍ଚାୟତ ନିର୍ବାଚନ ତେଣୁ ଏକକାଳୀନ ପଞ୍ଚାୟତ ଓ ପୌର ନିର୍ବାଚନ ସମ୍ଭାବନାକୁ ବି ଏଡ଼ାଯାଇ ନପାରେ।

ରିପୋର୍ଟ: ଅରିନ୍ଦମ ଦାସ, ସୌମ୍ୟରଞ୍ଜନ ସାହୁ, ଜଗଦୀଶ ଦାସ ଓ କପିଳେନ୍ଦ୍ର ପ୍ରଧାନ

Odisha News Odisha Panchayat Polls
Advertisment
Advertisment