Advertisment

ମୋଦି ସରକାରର ତୃତୀୟ ଇନିଂସ; ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ ଏହି ୩ ଓଡ଼ିଆ

ମୋଦିଙ୍କ ନୂଆ ଟିମରେ ସାମିଲ ହୋଇଛନ୍ତି ଓଡ଼ିଶାରୁ ୩ ଜଣ। କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ। ମୋଦି ସରକାରରେ ତୃତୀୟ ଥର ପାଇଁ ଧର୍ମେନ୍ଦ୍ରଙ୍କୁ ସୁଯୋଗ ମିଳିଛି।

author-image
Sonali Ojha
ଅଦ୍ୟତନ ହୋଇଛି
3 MPs from Odisha get Cabinet berths in PM Narendra Modi-led NDA government

cabinet ministers

ଇତିହାସକୁ ଦ୍ୱିତୀୟଥର ପାଇଁ ଦୋହରାଇଛନ୍ତି ନରେନ୍ଦ୍ର ମୋଦି । ଜବାହରଲାଲ ନେହରୁଙ୍କ ପରେ ପ୍ରଥମଥର ପାଇଁ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ଦୁଇପାଳିରେ ବିଜେପି ଏକକ ବହୁମତ ହାସଲ କରିଥିଲେ ବି ଏଥର ଏନଡିଏ ମେଣ୍ଟ ସହଯୋଗୀଙ୍କ ଭରସାରେ ସରକାର ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତୃତୀୟ ଥର ପାଇଁ ତାଙ୍କ ଶପଥଗ୍ରହଣ ସମାରୋହ ବେଶ ଜାକ ଜମକରେ ହୋଇଛି ।

Advertisment

ମୋଦିଙ୍କ ନୂଆ ଟିମରେ ସାମିଲ ହୋଇଛନ୍ତି ଓଡ଼ିଶାରୁ ୩ ଜଣ। କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ। ମୋଦି ସରକାରରେ ତୃତୀୟ ଥର ପାଇଁ ଧର୍ମେନ୍ଦ୍ରଙ୍କୁ ସୁଯୋଗ ମିଳିଛି। ପ୍ରଥମ ଦୁଇପାଳି ସରକାରରେ ସେ ପେଟ୍ରୋଲିୟମ, ଶିକ୍ଷା ଓ ଦକ୍ଷତା ବିକାଶ ଓ ଇସ୍ପାତ ଆଦି ବିଭାଗର ମନ୍ତ୍ରୀ ରହିଥିଲେ। ଏଥର ସମ୍ବଲପୁରରୁ ସାଂସଦ ନିର୍ବାଚିତ ହୋଇଛନ୍ତି ଧର୍ମେନ୍ଦ୍ର ।

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ; ଜାଣନ୍ତୁ କିଏ ପାଇଲେ ମନ୍ତ୍ରୀପଦ...

Advertisment

ଜୁଏଲ୍ ଓରାମ ବି ତୃତୀୟ ଥର କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। ୧୯୯୯ ବାଜପେୟୀ ସରକାର ଏବଂ ୨୦୧୪ରେ ମୋଦିଙ୍କ ପ୍ରଥମ ପାଳିରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ। ସେହିପରି ମୋଦି 3.O ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ।ମୋଦିଙ୍କ ଦ୍ବିତୀୟ ପାଳି ସରକାରରେ ରେଳ, ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଭାବରେ ଦାୟିତ୍ବ ତୁଲାଇଛନ୍ତି। ପୂର୍ବତନ ଆଇଏଏସ୍ ଅଫିସର ଅଶ୍ବିନୀ ବୈଷ୍ଣବ ଦୁଇଥର ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

ସେହିପରି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ୭ ମହିଳା। ସେମାନେ ହେଲେ ନିର୍ମଳା ସୀତାରମଣ, ଝାଡ଼ଖଣ୍ଡର ଅନ୍ନପୂର୍ଣ୍ଣା ଦେବୀ, ଉତ୍ତରପ୍ରଦେଶର ଅପନା ଦଲ (ସୋନେଲାଲ୍) ସାଂସଦ ଅନୁପ୍ରିୟା ସିଂ ପଟେଲ, କର୍ଣ୍ଣାଟକର ଶୋଭା କରନ୍ଦଲାଜେ, ମହାରାଷ୍ଟ୍ରର ରକ୍ଷା ଖଡ଼ସେ, ମଧ୍ୟପ୍ରଦେଶର ସାବିତ୍ରୀ ଠାକୁର ଏବଂ ଗୁଜରାଟର ନିମୁବେନ୍ ବମଭାନିୟା।

ଅଧିକ ପଢ଼ନ୍ତୁ: ନେତା ହେବା ଆଶା ଧୂଳିସାତ୍ କରିଦେଲେ ଜନତା, ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ୍

Odia Cabinet Ministers General Election 2024
Advertisment
Advertisment